ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ନୂଆଦିଲ୍ଲୀ/ ଲଣ୍ଡନ,୨୧।୫: ବିଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଚାଲିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିମାନବନ୍ଦର, ବନ୍ଦର ସମେତ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ସର୍ଭିଲାନ୍ସ ବଢ଼ାଇବା ଲାଗି ଶୁକ୍ରବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ସେମାନଙ୍କଠାରୁ ନମୁନା ସଂଗ୍ରହ କରି ଅଧିକ ଅନୁଧ୍ୟାନ ଲାଗି ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଯିବ। ୟୁରୋପ ଓ ଅନ୍ୟ ଦେଶଗୁଡ଼ିକରେ ମଙ୍କିପକ୍ସ ସଂକ୍ରମଣ ବଢ଼ୁଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି) ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)କୁ ନିର୍ଦ୍ଦେଶ ଦିଆଯାଇଛି। ୟୁରୋପରେ ଶତାଧିକ ମାମଲା ଚିହ୍ନଟ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜରୁରୀ ବୈଠରେ ଏହା ଉପରେ ଆଲୋଚନା କରାଯାଇଛି।

ୟୁରୋପରେ ସର୍ବାଧିକ ଆକ୍ରାନ୍ତ

ୟୁରୋପରେ ମଙ୍କିପକ୍ସର ସର୍ବାଧିକ ୧୦୦ ମାମଲା ସାମ୍ନାକୁ ଆସିଛି। ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ୟୁରୋପ, ସ୍ପେନ୍‌, ଫ୍ରାନ୍ସ, ବେଲଜିୟମ୍‌, ପର୍ତ୍ତୁଗାଲ୍‌, ୟୁକେ ଏବଂ ଆମେରିକାରେ ଏହି ଭୂତାଣୁ ଦ୍ୱାରା ଲୋକେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ପଶୁଙ୍କଠାରୁ ମଣିଷଙ୍କୁ ଏହା ସଂକ୍ରମିତ କରୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ସଂକ୍ରମିତ ପଶୁ ତଥା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ମୂଷା, ଗୁଣ୍ଡୁଚି ମୂଷାଙ୍କ ଜରିଆରେ ମଧ୍ୟ ମଙ୍କିପକ୍ସ ହେବାର ଆଶଙ୍କା ରହିଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ବର୍ତ୍ତମାନ ସୁଦ୍ଧା ଏହାଦ୍ୱାରା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କ ପ୍ରାଣହାନି ହୋଇ ନ ଥିବାବେଳେ ଶରୀର ପ୍ରତି ଏହା କମ୍‌ ବିପଦଜ୍ଜନକ ବୋଲି କୁହାଯାଉଛି। ମଙ୍କିପକ୍ସ ପାଇଁ ସ୍ବତନ୍ତ୍ର ପ୍ରକାର ଟିକା ଥିବାବେଳେ ବସନ୍ତ ରୋଗ ପାଇଁ ଯେଉଁ ଚିକିିତ୍ସା ପ୍ରଣାଳୀ ବ୍ୟବହାର କରାଯାଇଥିଏ ତା’ ଦ୍ୱାରା ମଧ୍ୟ ଏହାର ଚିକିତ୍ସା ସମ୍ଭବ। ୧୯୫୮ରେ ମାଙ୍କଡ଼ଙ୍କୁ ନେଇ କରାଯାଇଥିବା ଏକ ଗବେଷଣା ଜରିଆରେ ମଙ୍କିପକ୍ସ ରୋଗ ଜଣାପଡ଼ିଥିଲା। ୧୯୭୦ରେ ପ୍ରଥମଥର ମଙ୍କିପକ୍ସରେ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଏହି ରୋଗ ବିଶେଷ ଭାବେ ଆର୍ଦ୍ର ପାଣିପାଗ ଅନୁଭୂତ ଅଞ୍ଚଳରେ ହୋଇଥାଏ। ମଙ୍କିପକ୍ସ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ଶରୀରରେ ସାମାନ୍ୟ ଜ୍ୱର, ଦେହ କୁଣ୍ଡାଇ ହେବା, ଗଳାରେ ଥିବା ଗ୍ରନ୍ଥି ଫୁଲିବା ଭଳି ଲକ୍ଷଣ ଦେଖାଯାଏ। ଆକ୍ରାନ୍ତଙ୍କ ଶରୀରରେ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଲକ୍ଷଣ ରହୁଥିବା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ବିଭିନ୍ନ ଦେଶରେ ଦେଖାଯାଉଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଆଗାମୀ ଦିନରେ ମଙ୍କିପକ୍ସ ସଂକ୍ରମଣ ହାର ୧୦ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri