ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ନୂଆଦିଲ୍ଲୀ/ ଲଣ୍ଡନ,୨୧।୫: ବିଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଚାଲିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିମାନବନ୍ଦର, ବନ୍ଦର ସମେତ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ସର୍ଭିଲାନ୍ସ ବଢ଼ାଇବା ଲାଗି ଶୁକ୍ରବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ସେମାନଙ୍କଠାରୁ ନମୁନା ସଂଗ୍ରହ କରି ଅଧିକ ଅନୁଧ୍ୟାନ ଲାଗି ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଯିବ। ୟୁରୋପ ଓ ଅନ୍ୟ ଦେଶଗୁଡ଼ିକରେ ମଙ୍କିପକ୍ସ ସଂକ୍ରମଣ ବଢ଼ୁଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି) ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)କୁ ନିର୍ଦ୍ଦେଶ ଦିଆଯାଇଛି। ୟୁରୋପରେ ଶତାଧିକ ମାମଲା ଚିହ୍ନଟ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜରୁରୀ ବୈଠରେ ଏହା ଉପରେ ଆଲୋଚନା କରାଯାଇଛି।

ୟୁରୋପରେ ସର୍ବାଧିକ ଆକ୍ରାନ୍ତ

ୟୁରୋପରେ ମଙ୍କିପକ୍ସର ସର୍ବାଧିକ ୧୦୦ ମାମଲା ସାମ୍ନାକୁ ଆସିଛି। ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ୟୁରୋପ, ସ୍ପେନ୍‌, ଫ୍ରାନ୍ସ, ବେଲଜିୟମ୍‌, ପର୍ତ୍ତୁଗାଲ୍‌, ୟୁକେ ଏବଂ ଆମେରିକାରେ ଏହି ଭୂତାଣୁ ଦ୍ୱାରା ଲୋକେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ପଶୁଙ୍କଠାରୁ ମଣିଷଙ୍କୁ ଏହା ସଂକ୍ରମିତ କରୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ସଂକ୍ରମିତ ପଶୁ ତଥା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ମୂଷା, ଗୁଣ୍ଡୁଚି ମୂଷାଙ୍କ ଜରିଆରେ ମଧ୍ୟ ମଙ୍କିପକ୍ସ ହେବାର ଆଶଙ୍କା ରହିଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ବର୍ତ୍ତମାନ ସୁଦ୍ଧା ଏହାଦ୍ୱାରା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କ ପ୍ରାଣହାନି ହୋଇ ନ ଥିବାବେଳେ ଶରୀର ପ୍ରତି ଏହା କମ୍‌ ବିପଦଜ୍ଜନକ ବୋଲି କୁହାଯାଉଛି। ମଙ୍କିପକ୍ସ ପାଇଁ ସ୍ବତନ୍ତ୍ର ପ୍ରକାର ଟିକା ଥିବାବେଳେ ବସନ୍ତ ରୋଗ ପାଇଁ ଯେଉଁ ଚିକିିତ୍ସା ପ୍ରଣାଳୀ ବ୍ୟବହାର କରାଯାଇଥିଏ ତା’ ଦ୍ୱାରା ମଧ୍ୟ ଏହାର ଚିକିତ୍ସା ସମ୍ଭବ। ୧୯୫୮ରେ ମାଙ୍କଡ଼ଙ୍କୁ ନେଇ କରାଯାଇଥିବା ଏକ ଗବେଷଣା ଜରିଆରେ ମଙ୍କିପକ୍ସ ରୋଗ ଜଣାପଡ଼ିଥିଲା। ୧୯୭୦ରେ ପ୍ରଥମଥର ମଙ୍କିପକ୍ସରେ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଏହି ରୋଗ ବିଶେଷ ଭାବେ ଆର୍ଦ୍ର ପାଣିପାଗ ଅନୁଭୂତ ଅଞ୍ଚଳରେ ହୋଇଥାଏ। ମଙ୍କିପକ୍ସ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ଶରୀରରେ ସାମାନ୍ୟ ଜ୍ୱର, ଦେହ କୁଣ୍ଡାଇ ହେବା, ଗଳାରେ ଥିବା ଗ୍ରନ୍ଥି ଫୁଲିବା ଭଳି ଲକ୍ଷଣ ଦେଖାଯାଏ। ଆକ୍ରାନ୍ତଙ୍କ ଶରୀରରେ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଲକ୍ଷଣ ରହୁଥିବା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ବିଭିନ୍ନ ଦେଶରେ ଦେଖାଯାଉଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଆଗାମୀ ଦିନରେ ମଙ୍କିପକ୍ସ ସଂକ୍ରମଣ ହାର ୧୦ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri