ମୁର୍ମୂଷୁ ଅବସ୍ଥାରେ ମଠ ମହନ୍ତଙ୍କୁ ବ୍ୟାଙ୍କକୁ ବୋହି ଆଣିଲେ ଶିଷ୍ୟ

ଭବାନୀପାଟଣା/ଧର୍ମଗଡ଼,୭।୭(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଜଣେ ମୁମୂର୍ଷୁ ବୃଦ୍ଧ ମହନ୍ତଙ୍କୁ ବୋହି ଆଣାଯାଇଛି। ମହନ୍ତଙ୍କୁ ବୋହି ଆଣୁଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ ଚେରଗାଁ ପଞ୍ଚାୟତ କରଲା ଗ୍ରାମରେ ଥିବା ଅନ୍ତରଙ୍ଗ ମହିମା ମଠର ମହନ୍ତ ବୃଦ୍ଧ ଧର୍ମାନନ୍ଦ ଦାସଙ୍କୁ ଗୁରୁବାର ତାଙ୍କର ଦୁଇଜଣ ଶିଷ୍ୟ ଧର୍ମଗଡ଼ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ବୋହି ଆଣି ଥିଲେ। ଦୀକ୍ଷା ଶିଷ୍ୟ ଭୁଲା ବାଗ ଓ ଆଜନ୍ମ ବ୍ରହ୍ମଚାରୀ ରାମେଶ୍ୱର ଦାସ ମଠ ମହନ୍ତ ଦାସଙ୍କୁ ଧରି ବ୍ୟାଙ୍କକୁ ଜମା ଟଙ୍କା ଉଠାଇବାକୁ ଆଣିଥିଲେ। ଶିଷ୍ୟ ୨ଜଣ କହିବା ଅନୁଯାୟୀ, ବାବା ପ୍ରାୟ ସପ୍ତାହେ ହେଲା ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁ ଜଳ ବି ସ୍ପର୍ଶ କରିନାହାନ୍ତି। ତେଣୁ ସେ ବ୍ୟାଙ୍କକୁ ଆସିବା ସମ୍ଭବ ନୁହେଁ। ଜମା ଟଙ୍କା ଉଠାଣ ପାଇଁ ଜମାକାରୀଙ୍କୁ ଉପସ୍ଥିତ ହେବାକୁ ପଡ଼ିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବାରୁ ବାଧ୍ୟ ହୋଇ ମୁମୂର୍ଷୁ ବାବାଙ୍କୁ ଧରି ବ୍ୟାଙ୍କକୁ ଧରି ଆସିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପର୍ଯ୍ୟଟନକୁ ସାହା ‘ରୋଡ୍‌ ଟ୍ରିପ୍‌’

ଭୁବନେଶ୍ୱର,୪। ୮(ବ୍ୟୁରୋ): କରୋନା ସ୍ଥିତି ସୁଧୁରିବା ପରେ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସଡକ ପଥେ ପର୍ଯ୍ୟଟନ’ କାର୍ଯ୍ୟକ୍ରମ...

ଓମ୍ବାଡସି ସିଇଓଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ

କେନ୍ଦୁଝର, ୧୨।୬(ଡି.ଏନ୍‌.ଏ.) ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିୟରିଂ ଏରିଆସ୍‌ ଡେଭଲପମେଣ୍ଟ କର୍ପୋରେଶନ) ସିଇଓ ଜି. ରାଜେଶ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ଶୁକ୍ରବାର ଜିଲା ମୁଖ୍ୟ...

ଦିବ୍ୟାଙ୍ଗଙ୍କ ଶିକ୍ଷାଦାନ ପାଇଁ ରହିବେ ସ୍ବତନ୍ତ୍ର ଶିକ୍ଷକ

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟରେ ଦିବ୍ୟାଙ୍ଗ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ହେବେ। ଜାତୀୟ ଶିକ୍ଷାନୀତି(ଏନ୍‌ଇପି) ୨୦୨୦ର ଏକ ଅଂଶ ଭାବେ ଏଭଳି...

ବନ୍ଦ ପାଠାଗାରର ପୁନରୁଦ୍ଧାର ନେଇ ଭଙ୍ଗାଗଲା ତାଲା

ଗୁଡ଼ାରୀ, ୨୧।୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ସହରର ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଜୁ ପାଠାଗାରର ପୁନରୁଦ୍ଧାର ନିମନ୍ତେ ଶୁକ୍ରବାର ସେଥିରେ ପଡ଼ିଥିବା ତାଲାକୁ ଭଙ୍ଗାଯାଇଛି।...

ରାଜ୍ୟରେ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର,୨୪।୭(ବୂ୍ୟରୋ): ରାଜ୍ୟରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ...

୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ...

ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସ୍‌ କ୍ୟୁରି

କୋଣାର୍କ, ୧୩।୮(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୁରକ୍ଷା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ସୋମବାର ମନ୍ଦିରର...

ଚାପ ଖେଳ ବେଳେ ବୁଡିଗଲେ ଲଡୁବାବା

ନୟାଗଡ଼ ଅଫିସ,୨୪।୫: ନୟାଗଡ଼ ଜିଲା ଶରଣକୂଳସ୍ଥିତ ଶୈବପୀଠ ଲଡୁବାବାଙ୍କର ଚାପ ଖେଳ ବେଳେ ସୋମବାର ରାତିରେ ଡଙ୍ଗା ଓଲଟି ପଡିଛି। ଡଙ୍ଗା ଓଲଟି ପଡିବାରୁ ଲଡୁବାବାଙ୍କ...

Advertisement
Archives

Model This Week