Posted inଫୁରସତ

ମଳ ବଦଳରେ ମିଳିବ ଦେଢ କୋଟି ଟଙ୍କା

ସକାଳୁ ଉଠିବା ପରେ ଲାଟ୍ରିନ୍‌କୁ ଯିବା ସମସ୍ତଙ୍କର ଏକ ନିତିଦିନିଆ କାମ। ହେଲେ ବେଳେବେଳେ ଇଛା ହୁଏ ଏ କାମ ଯଦି ନ ଥାଆନ୍ତା କେତେ ଭଲ ହୋଇଥାନ୍ତା। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଏକ କମ୍ପାନୀ ମଳକୁ ନେଇ ଏଭଳି ଅଫର୍‌ ଦେଉଛି ଯେ, ସବୁଦିନ ଲାଟ୍ରିନ ଯିବାକୁ ଇଛା ହେବ। ଅର୍ଥାତ୍‌ କମ୍ପାନୀ ମଣିଷ ମଳ ବଦଳରେ ଦେଢ କୋଟି ଟଙ୍କା ଦେବ। ଏକ ରିପୋର୍ଟ ମୁତାବକ କାନାଡା ଓ ଆମେରିକାର କମ୍ପାନୀ ହ୍ୟୁମାନ ମାଇକ୍ରୋବ୍ସ ଷ୍ଟୁଲ ଡୋନର୍ସଙ୍କ ସନ୍ଧାନରେ ଅଛି। ଅର୍ଥାତ୍‌ କମ୍ପାନୀ ଏଭଳି ଲୋକଙ୍କୁ ଖୋଜୁଛି ଯେକି ନିଜର ମଳ ଗବେଷଣା ପାଇଁ ଦେବ। ଆଉ ପ୍ରତି ବଦଳରେ କମ୍ପାନୀ ସେହି ବ୍ୟକ୍ତିଙ୍କୁ ଦିନପିଛା ୪୧୦୦୦ ଟଙ୍କା ଦେବ। ଯାହାକି ବର୍ଷକୁ ପ୍ରାୟ ୧.୫ କୋଟି ହେବ। ମନରେ ପ୍ରଶ୍ନ ଉଠୁଥିବ କମ୍ପାନୀ ମଳ ସଂଗ୍ରହ କରିବାକୁ କାହିଁକି ଚାହୁଁଛି। ତେବେ କମ୍ପାନୀ ଏମିତି ଯାହାକୁ ନାଇଁ ତାକୁ ଟଙ୍କା ଦେବ ନାହିଁ। ବରଂ ଏହାକୁ ନେଇ ଅନେକ ସର୍ତ୍ତ ରଖାଯାଇଛି। ପ୍ରଥମତଃ କମ୍ପାନୀ ବ୍ୟକ୍ତିଙ୍କ ଦ୍ୱାରା ଏକ ଫର୍ମ ଫିଲ୍‌ ଅପ୍‌ କରାଇବ। ଏହାପରେ ଇଣ୍ଟରଭ୍ୟୁ ଓ ଟେଷ୍ଟ ନିଆଯିବ। ଏହି ସମୟରେ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ। ମନୁଷ୍ୟ ମଳରେ ସାଧାରଣତଃ କିଛି ଭଲ ଓ କ୍ଷତିକାରକ ବ୍ୟାକ୍ଟେରିଆ ଥାଆନ୍ତି। ଭଲ ବ୍ୟାକ୍ଟେରିଆ କେବଳ ୦.୧ ପ୍ରତିଶତ ମଣିଷଙ୍କ ମଳରେ ଥାଏ। ଆଉ କମ୍ପାନୀ ଏହିଭଳି ଲୋକଙ୍କୁ ହିଁ ଖୋଜୁଛି ଯାହାର ମଳରେ ଭଲ ବ୍ୟାକ୍ଟେରିଆ ଅଛି। ସେମାନଙ୍କ ମଳ ଉପରେ କମ୍ପାନୀ ଗବେଷଣା କରିବ। ଡ୍ରାଏ ଆଇସ୍‌ ଶିପିଂ ମାଧ୍ୟମରେ ବ୍ୟକ୍ତି ମଳକୁ କମ୍ପାନୀକୁ ପଠାଇବେ। ଆଉ ପ୍ରତିବଦଳରେ ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri