ଅର୍ଥ ଆଦାୟ, ଧର୍ମାନ୍ତରୀକରଣ ଷଡଯନ୍ତ୍ର ଅଭିଯୋଗ, ଭାଜପା ନେତାଙ୍କୁ ବିରୋଧ

ବଣାଇଁ, ୧୭।୨(ପ୍ରଦୀପ ତ୍ରିପାଠୀ): ବଣାଇଁ ଉପଖଣ୍ଡ କିଷାନ ସମାଜ ପକ୍ଷରୁ ତାଙ୍କ ଜାତିକୁ ଆଳ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏକ ଜାତି ଭିତ୍ତିକ ସଂଗଠନ କରି ଅର୍ଥ ଆଦାୟ କରିବା ନେଇ ଆଜି ବିରୋଧ ପ୍ରଦର୍ଶନ କରାଯିବା ସହ ବଣାଇଁ ସହର ପରିକ୍ରମା କରିବା ପରେ ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଶତାଧିକ ନେତା ଏହି ରାଲିରେ ‘ଛି ଛି ଛି ରେ ଉଗ୍ରେ ଛି’ ବୋଲି ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମାଜର ଏକ ସଂଗଠନ ନାମରେ ଗୁରୁତର ଅଭିଯୋଗ ଆଣି ତାକୁ ଅସିଦ୍ଧ ଘୋଷଣା କରିବାକୁ ଦାବି ଜଣାଇଛନ୍ତି। କିଷାନ ଜନଜାତି ପ୍ରତିଟି କ୍ଷେତ୍ର ଓ ଯୋଜନା ବିଶେଷ କରି ଜମିପଟ୍ଟା, ବିଦ୍ୟାଳୟ ପ୍ରମାଣପତ୍ର, ଆଧାର ଓ ରାସନକାର୍ଡରେ କିଷାନ ଜନଜାତି ମାନ୍ୟତା ପାଇ ପୁରୁଷ ପୁରୁଷ ଧରି ସେହି ପରିଚୟରେ ରହି ଆସୁଛନ୍ତି। କିନ୍ତୁ ଏବେ ୫୫୦ କିଷାନ ସମାଜ ନାମରେ ଏକ ଅଣପଞ୍ଜୀକୃତ ସଂଗଠନ ଗଢ଼ି କିଛି ବ୍ୟକ୍ତି ସମଗ୍ର କିଷାନ ଜନଜାତି ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

କିଷାନ ସମାଜ ପରମ୍ପରା ବିରୋଧୀ ଏକ ରୁଲ ବୁକ ତିଆରି କରି କୁଚିଣ୍ଡା, ବଣାଇଁ , ବାରକୋଟ ଅଞ୍ଚଳରେ ରହୁଥିବା ସମାଜ ଲୋକଙ୍କୁ ନିୟମ ମାନିବାକୁ ବାଧ୍ୟ କରାଯାଉଥିବା ଓ ବିବାହ ସମୟରେ ସଂଗଠନର ଅଣଆପତ୍ତି ଜନକ ପ୍ରମାଣପତ୍ର ନଥିଲେ ବିବାହ ଭାଙ୍ଗି ଦେଉଥିବା କିଷାନ ସମାଜ ସିଧାସଳଖ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ତେଣୁ ସମାଜରେ ବିଶୃଙ୍ଖଳା ଓ ଅସ୍ଥିରତା ସୃଷ୍ଟି କରୁଥିବା ଏହି ସଂଗଠନର ରୁଲ୍ ବୁକକୁ ଅସିଦ୍ଧ ଓ ବିବାହ ପାଇଁ ଦିଆଯାଉଥିବା ଅଣଆପତ୍ତ ପ୍ରମାଣପତ୍ରକୁ ଅବୈଧ ଘୋଷଣା କରିବା ସହ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ବିଶେଷତଃ ଏହି ସଂଗଠନକୁ ଭାଜପା ନେତା ତଥା କେନ୍ଦ୍ରିକଳା ସରପଞ୍ଚ ଉଗ୍ରସେନ କିଷାନଙ୍କ ନେତୃତ୍ଵରେ ରତ୍ନାକର କିଷାନ, ଭୀମସେନ କିଷାନ, ରୁଷାବ କିଷାନ ପ୍ରମୂଖ ଚଳାଉଥିବାରୁ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri