ପିଏମ୍‌ଜିଏସ୍‌ୱାଇରେ ଅର୍ଥ ଆତ୍ମସାତ୍‌

ଯାଜପୁର ଅଫିସ,୯ା୭:ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ନିର୍ମାଣ ହୋଇଥିବା ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନ୍‌ଏଚ୍‌-୫(କ)ଠାରୁ ଭରତପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ରାସ୍ତାରେ ଅର୍ଥ ଆମତ୍ସାତ୍‌ ଏବଂ ନିମ୍ନମାନ କାମ ହୋଇଥିବା ଅଭିଯୋଗ ହୋଇଛି। ଏହାର ଯୁଗ୍ମ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପିଏମ୍‌ଜିଏସ୍‌ୱାଇର ମୁଖ୍ୟଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୧୮୯୩୩/୮ା୭ା୨୦୨୧ରେ ଏସ୍‌କ୍ୟୁଏମ୍‌(ଷ୍ଟେଟ କ୍ବାଲିଟି ମନିଟରିଂ)ର ଯନ୍ତ୍ରୀ ସୁକାନ୍ତ ବେହେରା ଓ ହିମାଂଶୁ କୁମାର ଆଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଭାଗୀୟ ତଦନ୍ତ ହେଉଥିବାରୁ ସ୍ବଚ୍ଛତା ନେଇ ଆଶଙ୍କା ପ୍ରକାଶ ପାଇଛି।
୨୦୧୮ରେ ୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ବାଲିଚନ୍ଦ୍ରପୁର-ଦେକୁରୀ ୧୧.୨ କିିମି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୯ ଏପ୍ରିଲ ୨୫ରେ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା ା ହେଲେ ନିର୍ଦ୍ଧାରିତ ସମୟର ୧ ବର୍ଷ ପରେ ଅର୍ଥାତ୍‌ ୨୦୨୦ ମାର୍ଚ୍ଚରେ ନିର୍ମାଣ ଶେଷ ହୋଇଥିଲା। କିନ୍ତୁ ଏଷ୍ଟିମେଟ୍‌ ଅନୁସାରେ ରାସ୍ତା ହୋଇ ନ ଥିବାରୁ ୪ ମାସ ପରେ ବିଭିନ୍ନ ସ୍ଥାନରେ ଖାଲଖମା ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଠିକାସଂସ୍ଥା ଦ୍ୱାରା ପୁଣି ମରାମତି ହୋଇଥିଲା। ତଥାପି ପିଚୁ ଉଠିଯାଇ ପୁଣି ଖାଲ ହୋଇଛି। ଏନେଇ ବିକ୍ରମତିରଣର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ସାମଲ ମୁଖ୍ୟଶାସନ ସଚିବ, ୫-ଟି ସଚିବ, ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରକା ନିର୍ବାହୀ ଯନ୍ତ୍ରୀ ରାସ୍ତା ନିରୀକ୍ଷଣରେ ଆସି ନିମ୍ନମାନ କାମକୁ ଅସ୍ବୀକାର କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ପୁଣି ଅଭିଯୋଗ ପରେ ମୁଖ୍ୟଯନ୍ତ୍ରୀ ତଦନ୍ତରେ ଆସି ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୮ା୩ା୨୦୨୦ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜାତୀୟ ରାଜପଥରୁ ଭରତପୁର ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଚଣ୍ଡିଖୋଲ ଗ୍ରାମ୍ୟ ନିର୍ମାଣ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଉପରୋକ୍ତ ରାସ୍ତା ଦ୍ୱୟର ଉନ୍ନତି ହୋଇନାହିଁ କିମ୍ବା ସଂପୃକ୍ତ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?