କ୍ୟାସ୍‌ଭ୍ୟାନ୍‌ରୁ ଟଙ୍କା ଲୁଟ୍‌ ଘଟଣା: ଆଉ ୩ ଗିରଫ

ଆଠଗଡ଼, ୨୧।୧୦(ସ୍ବ.ପ୍ର.) : କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ ଗତ ୧୦ ତାରିଖରେ କ୍ୟାସଭ୍ୟାନରେ ଟଙ୍କା ଏଟିଏମ୍‌ରେ ଭର୍ତ୍ତି ପାଇଁ ଯାଉଥିଲା। ଭ୍ୟାନରୁ ଟଙ୍କା ଲୁଟ୍‌ ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରେ ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଭୁବନେଶ୍ୱରରୁ ଗିରଫ କରିଛି। ଭୁବନେଶ୍ୱର ନନ୍ଦନବିହାରସ୍ଥିତ ସାଇ ରେସିଡେନ୍ସି ହୋଟେଲରେ ଓୟେ ରୁମ ମଧ୍ୟରେ ୩ ଅଭିଯୁକ୍ତ ଲୁଚି ରହିଥିଲେ। ସେମାନେ ବାହାର ରାଜ୍ୟକୁ ଚାଲିଯିବାକୁ ମସୁଧା କରିଥିବା ବେଳେ ଧରାପଡିଛନ୍ତି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ପୁରୁଣା କଟକ ଥାନା ଅନ୍ତର୍ଗତ ଉପରକଟା ଗାଁର ପୁଅ କ୍ଷୀରୋଦ ନାଏକ ଓରଫ ଯାଦବ(୨୪) ଓ ସେହି ଥାନା ଅନ୍ତର୍ଗତ କରଞ୍ଜକଟା ଗାଁର ରଜତ କୁମାର ବେହେରା ବୋଲି ଜଣାପଡିଛି। ସେହିପରି ହୋଟେଲ ମଧ୍ୟରେ ସୁରକ୍ଷା ଦେଇ ଏଭଳି ଡକାୟତି ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗାଁର ତଥା ନନ୍ଦନବିହାରସ୍ଥିତ ସାଇ ରିସର୍ଟ ହୋଟେଲର ମାଲିକଙ୍କ ପୁଅ ବ୍ରହ୍ମାନନ୍ଦ ସେନାପତି ଓରଫ ଟିକି(୨୪)ଙ୍କୁ ଗିରଫ କରାଯାଇଛି। ଲୁଟ୍‌ରେ ବ୍ୟବହୃତ କାର ନଂ. ଓଡି ୩୩ ବି ୦୯୦୯, ବାଇକ୍‌ ନଂ. ଓଡି ୦୨ ଟି ୫୯୮୬ ଓ ୩ ମୋବାଇଲ ଫୋନ, ମୁମ୍ବାଇ ଯିବା ପାଇଁ ରେଳ ଟିକଟ ଜବତ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ, ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଆଠଗଡ଼ ଥାନା ଅରଖପାଟଣା ଗଁାର ବିବେକାନନ୍ଦ ନାୟକ, ସହଯୋଗୀ ହରେକୃଷ୍ଣ ସ୍ବାଇଁ, ଜାଲିଦେବ କଅଁର ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥାଇ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଥିଲେ। ୩ ମାସ ତଳେ ଜେଲରୁ ବାହାରି ସାହି ରେସିଡେନ୍ସିରେ ଯୋଜନା ପ୍ରସ୍ତୁତ କରିଥିଲେ। ଏଟିଏମ୍‌କୁ ଟଙ୍କା ନେଉଥିବା ଗାଡ଼ିର ଗତିବିଧିକୁ ଲକ୍ଷ୍ୟ କରି ଗତ ୧୦ ତାରିଖରେ ୩ ଦଳରେ ବିଭକ୍ତ ହୋଇ ଲୁଟ୍‌ କରିଥିଲେ। ପୂର୍ବରୁ ବିବେକାନନ୍ଦ, ହରେକୃଷ୍ଣ, ଜାଲିଦେବଙ୍କୁ ପୋଲିସ ଗିରଫ କରି ବ୍ୟବହୃତ କାରକୁ ଜବତ କରି ଆଠଗଡ଼ ଥାନା ନଂ. ୨୧୮/୨୧ରେ ମାମଲା ରୁଜୁ କରିଥିଲା। ବୁଧବାର ସମ୍ପୃକ୍ତ ମାମଲା ସଂଶ୍ଲିଷ୍ଟ ଅନ୍ୟ ୩ ଜଣଙ୍କୁ ଗିରଫ ପରେ ଦଫା ୩୯୫,୩୯୭, ଆର୍ମ ଆକ୍ଟ ୨୫/୨୭ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?