କ୍ୟାସ୍‌ଭ୍ୟାନ୍‌ରୁ ଟଙ୍କା ଲୁଟ୍‌ ଘଟଣା: ଆଉ ୩ ଗିରଫ

ଆଠଗଡ଼, ୨୧।୧୦(ସ୍ବ.ପ୍ର.) : କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ ଗତ ୧୦ ତାରିଖରେ କ୍ୟାସଭ୍ୟାନରେ ଟଙ୍କା ଏଟିଏମ୍‌ରେ ଭର୍ତ୍ତି ପାଇଁ ଯାଉଥିଲା। ଭ୍ୟାନରୁ ଟଙ୍କା ଲୁଟ୍‌ ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରେ ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଭୁବନେଶ୍ୱରରୁ ଗିରଫ କରିଛି। ଭୁବନେଶ୍ୱର ନନ୍ଦନବିହାରସ୍ଥିତ ସାଇ ରେସିଡେନ୍ସି ହୋଟେଲରେ ଓୟେ ରୁମ ମଧ୍ୟରେ ୩ ଅଭିଯୁକ୍ତ ଲୁଚି ରହିଥିଲେ। ସେମାନେ ବାହାର ରାଜ୍ୟକୁ ଚାଲିଯିବାକୁ ମସୁଧା କରିଥିବା ବେଳେ ଧରାପଡିଛନ୍ତି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ପୁରୁଣା କଟକ ଥାନା ଅନ୍ତର୍ଗତ ଉପରକଟା ଗାଁର ପୁଅ କ୍ଷୀରୋଦ ନାଏକ ଓରଫ ଯାଦବ(୨୪) ଓ ସେହି ଥାନା ଅନ୍ତର୍ଗତ କରଞ୍ଜକଟା ଗାଁର ରଜତ କୁମାର ବେହେରା ବୋଲି ଜଣାପଡିଛି। ସେହିପରି ହୋଟେଲ ମଧ୍ୟରେ ସୁରକ୍ଷା ଦେଇ ଏଭଳି ଡକାୟତି ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗାଁର ତଥା ନନ୍ଦନବିହାରସ୍ଥିତ ସାଇ ରିସର୍ଟ ହୋଟେଲର ମାଲିକଙ୍କ ପୁଅ ବ୍ରହ୍ମାନନ୍ଦ ସେନାପତି ଓରଫ ଟିକି(୨୪)ଙ୍କୁ ଗିରଫ କରାଯାଇଛି। ଲୁଟ୍‌ରେ ବ୍ୟବହୃତ କାର ନଂ. ଓଡି ୩୩ ବି ୦୯୦୯, ବାଇକ୍‌ ନଂ. ଓଡି ୦୨ ଟି ୫୯୮୬ ଓ ୩ ମୋବାଇଲ ଫୋନ, ମୁମ୍ବାଇ ଯିବା ପାଇଁ ରେଳ ଟିକଟ ଜବତ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ, ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଆଠଗଡ଼ ଥାନା ଅରଖପାଟଣା ଗଁାର ବିବେକାନନ୍ଦ ନାୟକ, ସହଯୋଗୀ ହରେକୃଷ୍ଣ ସ୍ବାଇଁ, ଜାଲିଦେବ କଅଁର ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥାଇ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଥିଲେ। ୩ ମାସ ତଳେ ଜେଲରୁ ବାହାରି ସାହି ରେସିଡେନ୍ସିରେ ଯୋଜନା ପ୍ରସ୍ତୁତ କରିଥିଲେ। ଏଟିଏମ୍‌କୁ ଟଙ୍କା ନେଉଥିବା ଗାଡ଼ିର ଗତିବିଧିକୁ ଲକ୍ଷ୍ୟ କରି ଗତ ୧୦ ତାରିଖରେ ୩ ଦଳରେ ବିଭକ୍ତ ହୋଇ ଲୁଟ୍‌ କରିଥିଲେ। ପୂର୍ବରୁ ବିବେକାନନ୍ଦ, ହରେକୃଷ୍ଣ, ଜାଲିଦେବଙ୍କୁ ପୋଲିସ ଗିରଫ କରି ବ୍ୟବହୃତ କାରକୁ ଜବତ କରି ଆଠଗଡ଼ ଥାନା ନଂ. ୨୧୮/୨୧ରେ ମାମଲା ରୁଜୁ କରିଥିଲା। ବୁଧବାର ସମ୍ପୃକ୍ତ ମାମଲା ସଂଶ୍ଲିଷ୍ଟ ଅନ୍ୟ ୩ ଜଣଙ୍କୁ ଗିରଫ ପରେ ଦଫା ୩୯୫,୩୯୭, ଆର୍ମ ଆକ୍ଟ ୨୫/୨୭ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri