ଅପରିବର୍ତ୍ତିତ ରହିପାରେ ମୁଦ୍ରାନୀତି

ମୁମ୍ବାଇ, ୬।୧୨(ପି.ଟି.)  କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ବିଶ୍ୱ ଏବେ ଭୟାବହତା ଦେଇ ଗତି କରୁଛି। ଏପରି କି ଆମ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଏହାର ଆଗାମୀ ମୁଦ୍ରା ନୀତିରେ ସ୍ଥିତି ବଜାୟ ରଖିବାକୁ ଚିନ୍ତା କରୁଛି। ଏଥିସହ ମୁଦ୍ରାସ୍ଫୀତି ବଜାୟ ରଖିବାର ମୂଳ ଉଦ୍ଦେଶ୍ୟକୁ ନଜର ଅନ୍ଦାଜ ନ କରି ଅଭିବୃଦ୍ଧି ପାଇଁ ବେଞ୍ଚମାର୍କ ସୁଧ ହାର ବୃଦ୍ଧି ସମୟକୁ ଅପେକ୍ଷା କରିବାକୁ ଯୋଜନା କରିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆସନ୍ତା ୬ରୁ ୮ତାରିଖ ପର୍ଯ୍ୟନ୍ତ ମୁଦ୍ରା ନୀତି କମିଟି(ଏମ୍‌ପିସି ) ବୈଠକ ଅନୁଷ୍ଠିତ ହେବ। ମୁଦ୍ରା ନୀତି ସଂକ୍ରାନ୍ତୀୟ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବାର ସମ୍ଭାବନା ରହିଛି। ଗତ ଅକ୍ଟୋବରରେ ମଧ୍ୟ ଏହି ବେଞ୍ଚ ମାର୍କ ନୀତି ହାରକୁ ଆର୍‌ବିଆଇ ଅପରିବର୍ତ୍ତିତ ରଖିଥିଲା।
ରିଭର୍ସ ରେପୋ ରେଟ୍‌ ବୃଦ୍ଧି ସମ୍ପର୍କରେ ଆର୍‌ବିଆଇ ଅତି ସତର୍କତାର ସହ ବିଚାର କରୁଥିବାରୁ ଏମ୍‌ପିସି ବୈଠକରେ କି ପ୍ରକାର ନିଷ୍ପତ୍ତି ନିଆଯିବ, ସେନେଇ ଏବେଠୁ ଆଲୋଚନା କରିବା ଉଚିତ୍‌ ହେବ ନାହିଁ ବୋଲି ଏସ୍‌ବିଆଇ କହିଛି। ଆର୍‌ବିଆଇ କହିବା ଅନୁଯାୟୀ, ଏହା କେବଳ ଏମ୍‌ପିସିରେ ରିଭର୍ସ ରେପୋ ରେଟ ଉପରେ ଚିନ୍ତା କରୁ ନାହିଁ ବରଂ ସଙ୍କଟ ସମୟରେ ପ୍ରଭାବଶାଳୀ ଢଙ୍ଗରେ ରିଭର୍ସ ରେପୋ ରେଟ୍‌ରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି।
କୋଟାକ ଅର୍ଥନୈତିକି ଗବେଷଣା ରିପୋର୍ଟ ଅନୁଯାୟୀ, କୋଭିଡ୍‌ର ନୂଆ ଭାରିଆଣ୍ଟର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଏନେଇ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆର୍‌ବିଆଇ ମୁଦ୍ରା ନୀତି ହାର ଉପରେ କୌଣସି ନିଷ୍ପତ୍ତି ନେଇ ନ ପାରେ। ତେଣୁ ଡିସେମ୍ବର ପରିବର୍ତ୍ତେ ଆସନ୍ତା ଫେବୃୟାରୀରେ ହେବାକୁ ଥିବା ବୈଠକରେ ରିଭର୍ସ ରେପୋ ରେଟ୍‌ ବୃଦ୍ଧି ନେଇ ବିଚାର କରାଯିବା ସହ ୨୦୨୨-୨୩ ମଧ୍ୟଭାଗରେ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆର୍‌ବିଆଇ ଚିନ୍ତା କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ବୈଠକରେ ଆର୍‌ବିଆଇ ଯଦି ମୁଦ୍ରା ନୀତି ଅପରିବର୍ତ୍ତିତ ରଖେ, ତେବେ ଏହା କ୍ରମାଗତ ୯ମ ଥର ପାଇଁ ଏହି ସ୍ଥିତି ବଜାୟ ରଖିବ। ଶେଷ ଥର ପାଇଁ ୨୦୨୦ ମେ ୨୨ରେ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରା ନୀତିରେ ପରବର୍ତ୍ତନ ଆଣିଥିଲା। କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ(ସିପିଆଇ) ଅନୁସାରେ ଖୁଚୁରା ମୁଦ୍ରାସ୍ଫୀତିକୁ ୪%(ଉଭୟ ପଟରୁ ୨ % ମାର୍ଜିନ)ରେ ରଖିବାକୁ ସୁନିଶ୍ଚିତ କରିବା ପାଇଁ ଆର୍‌ବିଆଇକୁ କେନ୍ଦ୍ର ସରକାର କହିଥିଲେ। ସେହି ଅନୁସାରେ ମୁଦ୍ରାସ୍ଫୀତିକୁ ଲକ୍ଷ୍ୟରେ ରଖି ଆରବିଆଇ ମଧ୍ୟ ଗତ ଅଗଷ୍ଟରେ ଏହାର ମୁଦ୍ରା ନୀତି ସମୀକ୍ଷାକୁ ଅପରିବର୍ତ୍ତିିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri