Advertisement

ବାର୍‌ହା ଆକ୍ରମଣରେ ୨ ଚାଷୀ ଗୁରୁତର

ମହାକାଳପଡ଼ା,୬ା୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ଷାଠିଏବାଟି ଗ୍ରାମର ପ୍ରମୋଦ ସାମଲ (୫୮), କୌଳାସ ବେହେରା(୫୫) ଆଖଡ଼ାଶାଳୀ ଯୋର ନିକଟ ଖେଣ୍ଟା ଜମିରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଗ୍ରାମବାସୀ ଉଦ୍ଧାର କରି ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା କରିବା ପରେ ପ୍ରମୋଦଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କୌଳାସ ମହାକାଳପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ବନ ବିଭାଗର କୌଣସି ଅଧିକାରୀ ପହଞ୍ଚି ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ୩ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି

ବଲାଙ୍ଗୀର ଅଫିସ,୫।୬: ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଶୁକ୍ରବାର ୩ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲାରେ ସଂକ୍ରମିତଙ୍କ...

ଅବକାରୀ ଚଢ଼ାଉ, ବନ୍ଧା ହେଲେ ୪ ଯୁବକ

ବ୍ରହ୍ମପୁର ଅଫିସ,୨୩।୯: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଭଞ୍ଜନଗରରେ ଚଢ଼ାଉ କରି ୪୧କେଜି ଗଞ୍ଜେଇ ଜବତ କରିଛି। ଏସଂକ୍ରାନ୍ତରେ ୪ଟି ମାମଲାରେ ୪ଜଣଙ୍କୁ...

ଏକତରଫା ପ୍ରେମକୁ ନେଇ ପରିବାରର ୪ଜଣଙ୍କୁ ଆକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୨୪।୫: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ସାପଡ଼ାର ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ଜଣେ ଯୁବକଙ୍କୁ...

ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର ଅଭିଯୋଗ

ଲୋଇସିଂହା,୧୩ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତକୁ ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ କେତେକ ପଞ୍ଚାୟତର...

ପ୍ରଥମ ଦିନରେ ୨ ଲକ୍ଷ ଟଙ୍କାର ଜରିମାନା ଚାଲାଣ

ବ୍ରହ୍ମପୁର ଅଫିସ ,୨ା୩: ବ୍ରହ୍ମପୁର ସହରରେ ରବିବାରରୁ ଯାନବାହନ ଯାଞ୍ଚ କଡାକଡି କରାଯାଇଛି। ସହରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା।...

ବନ୍ଧରେ ବୁଡି ୨ ଶିଶୁ କନ୍ୟା ମୃତ

ସୋନପୁର,୧୨।୧୨(ନି.ପ୍ର.) :ସୁବର୍ଣ୍ଣପୁର ଜିଲା ସୋନପୁର ଥାନା ମିକମୁଣ୍ଡା ଗ୍ରାମ ପୁଟକି ବନ୍ଧରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା...

ବୀରମିତ୍ରପୁର ଥାନା ନାବାଳିକା ବଳାତ୍କାର, ଗର୍ଭପାତ ଘଟଣା: ପାଚେରି ଡେଇଁ ପୀଡ଼ିତା ନାବାଳିକା ଫେରାର

ସୁନ୍ଦରଗଡ଼,୨୪ା୧୦(ଡି.ଏନ.ଏ.)-ଗତ ଜୁନ୍‌ ମାସରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଘଟିଥିବା ନାବାଳିକା ବଳାତ୍କାର ଓ ଗର୍ଭପାତ ଘଟଣା ନୂଆ ମୋଡ଼ ନେଇଛି ା ଏହି ଘଟଣା...

ସଚେତନତା ଅଭାବ: ୩୦ କିମି ଭାରରେ ବୁହା ହେଲା ମୃତଦେହ

ମାଲକାନଗିରି, ୩୧।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବିଭିନ୍ନ ସମୟରେ ରୋଗୀ, ଗର୍ଭବତୀ ଓ ମୃତଦେହ ଭାରରେ ବୁହାହେବା ଘଟଣା ଘଟୁଥିବା ଦେଖିବାକୁ ମିଳିଥାଏ। ହେଲେ ସଚେତନତା ଅଭାବରୁ...

Advertisement
Archives

Model This Week