ଅପରିବର୍ତ୍ତିତ ରହିପାରେ ମୁଦ୍ରାନୀତି

ମୁମ୍ବାଇ, ୬।୧୨(ପି.ଟି.)  କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ବିଶ୍ୱ ଏବେ ଭୟାବହତା ଦେଇ ଗତି କରୁଛି। ଏପରି କି ଆମ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଏହାର ଆଗାମୀ ମୁଦ୍ରା ନୀତିରେ ସ୍ଥିତି ବଜାୟ ରଖିବାକୁ ଚିନ୍ତା କରୁଛି। ଏଥିସହ ମୁଦ୍ରାସ୍ଫୀତି ବଜାୟ ରଖିବାର ମୂଳ ଉଦ୍ଦେଶ୍ୟକୁ ନଜର ଅନ୍ଦାଜ ନ କରି ଅଭିବୃଦ୍ଧି ପାଇଁ ବେଞ୍ଚମାର୍କ ସୁଧ ହାର ବୃଦ୍ଧି ସମୟକୁ ଅପେକ୍ଷା କରିବାକୁ ଯୋଜନା କରିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆସନ୍ତା ୬ରୁ ୮ତାରିଖ ପର୍ଯ୍ୟନ୍ତ ମୁଦ୍ରା ନୀତି କମିଟି(ଏମ୍‌ପିସି ) ବୈଠକ ଅନୁଷ୍ଠିତ ହେବ। ମୁଦ୍ରା ନୀତି ସଂକ୍ରାନ୍ତୀୟ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବାର ସମ୍ଭାବନା ରହିଛି। ଗତ ଅକ୍ଟୋବରରେ ମଧ୍ୟ ଏହି ବେଞ୍ଚ ମାର୍କ ନୀତି ହାରକୁ ଆର୍‌ବିଆଇ ଅପରିବର୍ତ୍ତିତ ରଖିଥିଲା।
ରିଭର୍ସ ରେପୋ ରେଟ୍‌ ବୃଦ୍ଧି ସମ୍ପର୍କରେ ଆର୍‌ବିଆଇ ଅତି ସତର୍କତାର ସହ ବିଚାର କରୁଥିବାରୁ ଏମ୍‌ପିସି ବୈଠକରେ କି ପ୍ରକାର ନିଷ୍ପତ୍ତି ନିଆଯିବ, ସେନେଇ ଏବେଠୁ ଆଲୋଚନା କରିବା ଉଚିତ୍‌ ହେବ ନାହିଁ ବୋଲି ଏସ୍‌ବିଆଇ କହିଛି। ଆର୍‌ବିଆଇ କହିବା ଅନୁଯାୟୀ, ଏହା କେବଳ ଏମ୍‌ପିସିରେ ରିଭର୍ସ ରେପୋ ରେଟ ଉପରେ ଚିନ୍ତା କରୁ ନାହିଁ ବରଂ ସଙ୍କଟ ସମୟରେ ପ୍ରଭାବଶାଳୀ ଢଙ୍ଗରେ ରିଭର୍ସ ରେପୋ ରେଟ୍‌ରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି।
କୋଟାକ ଅର୍ଥନୈତିକି ଗବେଷଣା ରିପୋର୍ଟ ଅନୁଯାୟୀ, କୋଭିଡ୍‌ର ନୂଆ ଭାରିଆଣ୍ଟର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଏନେଇ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆର୍‌ବିଆଇ ମୁଦ୍ରା ନୀତି ହାର ଉପରେ କୌଣସି ନିଷ୍ପତ୍ତି ନେଇ ନ ପାରେ। ତେଣୁ ଡିସେମ୍ବର ପରିବର୍ତ୍ତେ ଆସନ୍ତା ଫେବୃୟାରୀରେ ହେବାକୁ ଥିବା ବୈଠକରେ ରିଭର୍ସ ରେପୋ ରେଟ୍‌ ବୃଦ୍ଧି ନେଇ ବିଚାର କରାଯିବା ସହ ୨୦୨୨-୨୩ ମଧ୍ୟଭାଗରେ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆର୍‌ବିଆଇ ଚିନ୍ତା କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ବୈଠକରେ ଆର୍‌ବିଆଇ ଯଦି ମୁଦ୍ରା ନୀତି ଅପରିବର୍ତ୍ତିତ ରଖେ, ତେବେ ଏହା କ୍ରମାଗତ ୯ମ ଥର ପାଇଁ ଏହି ସ୍ଥିତି ବଜାୟ ରଖିବ। ଶେଷ ଥର ପାଇଁ ୨୦୨୦ ମେ ୨୨ରେ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରା ନୀତିରେ ପରବର୍ତ୍ତନ ଆଣିଥିଲା। କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ(ସିପିଆଇ) ଅନୁସାରେ ଖୁଚୁରା ମୁଦ୍ରାସ୍ଫୀତିକୁ ୪%(ଉଭୟ ପଟରୁ ୨ % ମାର୍ଜିନ)ରେ ରଖିବାକୁ ସୁନିଶ୍ଚିତ କରିବା ପାଇଁ ଆର୍‌ବିଆଇକୁ କେନ୍ଦ୍ର ସରକାର କହିଥିଲେ। ସେହି ଅନୁସାରେ ମୁଦ୍ରାସ୍ଫୀତିକୁ ଲକ୍ଷ୍ୟରେ ରଖି ଆରବିଆଇ ମଧ୍ୟ ଗତ ଅଗଷ୍ଟରେ ଏହାର ମୁଦ୍ରା ନୀତି ସମୀକ୍ଷାକୁ ଅପରିବର୍ତ୍ତିିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri