Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରାବସ୍ଥାନ କାରଣରୁ ସବୁ କାମ ସୁରୁଖୁରୁରେ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, ଗବେଷଣା ଓ ରଚନାମତ୍କ କାମରେ ପ୍ରଶଂସିତ ହେବେ । ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ । ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହୋଇପାରନ୍ତି ।
ବୃଷ
ବୃଷ
ସପ୍ତମାଧିପତି ଶନି ଦୃଷ୍ଟିରେ ଥିବାରୁ ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ ।କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ ହେବ । ନୂତନ ଭାବେ କୌଣସି କାର୍ଯ୍ୟାରମ୍ଭ ସକାଶେ ତପତ୍ରତା ବଢିପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
ମିଥୁନ
ମିଥୁନ
ରାହୁ ଓ ବୁଧ ନିଜ ରାଶିରେ ରହିଥିବାରୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଚ୍ଛନ୍ନ ରହିବ । ଗୁରୁଜନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାକୁ ବଢାଇ ଦେଇପାରେ । ମୃଗଶିରା ନକ୍ଷତ୍ର ପାଇଁ ମନୋରଞ୍ଜନ ପ୍ରୀତିପ୍ରଦ ହେବା ସଙ୍ଗକୁ ମିତ୍ରମାନଙ୍କ ପ୍ରଶଂସାଭାଜନ ହୋଇପାରନ୍ତି । ଗବେଷଣା, ଅନୁସନ୍ଧାନ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ।
କର୍କଟ
କର୍କଟ
ଶନିଦୃଷ୍ଟ କର୍ମାଧିପ ଯୋଗୁଁ କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥ ପାଇବାକୁ ଚେଷ୍ଟାକରିବେ । ସହକର୍ମୀ କାମଟି କରିଦେବେ କିନ୍ତୁ ବିରକ୍ତିକର କଥା କହିପାରନ୍ତି । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ସ୍ବଗୃହୀ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ତାହା ବନ୍ଧୁକୁ ସୁହାଇବ ନାହିଁ । ଅଫିସ୍‌ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ସମସ୍ୟା ବଢିଯିବ । ଆତ୍ମୀୟମାନେ ଆଗରେ କିଛି ନ କହି ପଛରେ ବହୁତ କଥା କହିପାରନ୍ତି ।
କନ୍ୟା
ଚନ୍ଦ୍ରଙ୍କ ପ୍ରଭାବରୁ ଦୀର୍ଘଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖାଦେବ । ପାରିବାରିିକ ସଦ୍‌ଭାବ ଅକ୍ଷୁଣ୍ଣ ରହିବା କାରଣରୁ ଖୁସୀ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ ।
ତୁଳା
ତୁଳା
କର୍ମାଧିପ ରାଶିରେ ଅବସ୍ଥାନ କରୁଥିବାରୁ ଆଜି ଅଫିସ୍‌ କାମରେ ବେଶି ସମୟ କଟାଇବେ । ଘର ପାଇଁ ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ ।
ବିଛା
ବିଛା
ତୃତୀୟାଧିପ ସ୍ବଗୃହୀ ଯୋଗୁଁ ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇଯିବ । ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।ଯାନବାହନରେ ସତର୍କତା ବିଧେୟ, ଅନ୍ୟଥା ସମସ୍ୟା ଆସିପାରେ ।
ଧନୁ
ଧନୁ
ଶନି ଦୃଷ୍ଟିରେ ମଙ୍ଗଳ ଯୋଗୁ ପାରିବାରିକ ସ୍ତରରେ ଟେନସନ୍‌ କିିଛି ମାତ୍ରାରେ ବଢିଯିବ । କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରଖି କାର୍ଯ୍ୟ ସାଧନ କରିବେ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବାର ଆଶା ରହିଛି । ସାମାଜିକ ସ୍ତରରେ ଅନ୍ୟ ମାନଙ୍କ ଉପରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି ।
ମକର
ମକର

ଶୁକ୍ର ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ ।

କୁମ୍ଭ
କୁମ୍ଭ
ଗୁରୁକ୍ଷେତ୍ରସ୍ଥ ମଙ୍ଗଳ ହେତୁ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ପରିବେଶକୁ ଲାଘବ କରିପାରନ୍ତି । ଭଲ ସମ୍ପର୍କ ଥିବା ବନ୍ଧୁଟି ସ୍ବାର୍ଥବାଦୀ ହୋଇପାରେ । ଭାବପ୍ରବଣତା ଯୋଗୁ ମନବଳ କ୍ରମଶଃ ହ୍ରାସ ପାଇବ ।
ମୀନମୀନ

କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଆଜି ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ । ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri