ଓ୍ବେବ୍‌ସିରିଜ୍‌ ପାଇଁ ମନା କରିଥିଲେ ମା’

ମୁମ୍ବାଇ:୨୦୧୮ରେ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ‘ଲଷ୍ଟ ଷ୍ଟୋରିଜ୍‌’ ଶର୍ଟ ଫିଲ୍ମରେ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ଅଭିନେତ୍ରୀ କିଆରା ଆଡଭାନୀଙ୍କ ଚରିତ୍ର ପାଇଁ ଉପଯୁକ୍ତ ଆକ୍ଟ୍ରେସ୍‌ ଖୋଜୁଥିଲେ। ଏଥିପାଇଁ କରନ ପ୍ରଥମେ କ୍ରୀତି ସାନନଙ୍କୁ ବାଛିଥିଲେ। ହେଲେ କ୍ରୀତି ‘ଲଷ୍ଟ ଷ୍ଟୋରିଜ୍‌’ରେ କାମ କରିବା ପାଇଁ ମନା କରିଥିଲେ। କ୍ରୀତିଙ୍କ ମା’ ଏହି ରୋଲ୍‌ କରିବାକୁ ଅନୁମତି ଦେଇ ନ ଥିଲେ ବୋଲି ଅଭିନେତ୍ରୀ ଜଣକ କରନଙ୍କୁ କହିଥିଲେ। ହଟ୍‌ଷ୍ଟାର୍‌ରେ ରିଲିଜ ହୋଇଥିବା ‘କଫି ଉଇଥ୍‌ କରନ୍‌’ର ସଦ୍ୟ ଏପିସୋଡ୍‌ରେ କରନ୍‌ ଜୋହର ଏହା ପ୍ରକାଶ କରିଛନ୍ତି। ବାସ୍ତବରେ ଲଷ୍ଟ ଷ୍ଟୋରିଜ୍‌ ମହିଳାଙ୍କ ସେକ୍ସୁଆଲ ପ୍ଲେଜର(ଯୌନ ସୁଖ) ଅଧିକାର ଉପରେ ଆଧାରିତ ଏବଂ ଏକ ସଶକ୍ତୀକରଣ କାହାଣୀ ବୋଲି କରନ୍‌ କହିଥିଲେ। କିଆରାଙ୍କୁ କରନ୍‌ ମନିଷ ମାଲ୍‌ହୋତ୍ରାଙ୍କ ଘରେ ଭେଟିବା ପରେ ତାଙ୍କୁ ଏହି ଶର୍ଟ ଫିଲ୍ମରେ ଅଭିନୟ କରିବାକୁ ଅଫର ଦେଇଥିଲେ। କିଆରା କରନ୍‌ଙ୍କୁ ପଚାରିଥିଲେ ‘କ’ଣ ଆପଣ ଏହାର ନିର୍ଦ୍ଦେଶନା ଦେଉଛନ୍ତି’। କରନ୍‌ ହଁ କହିବା ପରେ କିଆରା ତୁରନ୍ତ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ ବୋଲି ଫିଲ୍ମ ନିର୍ମାତା ଜଣକ ଉକ୍ତ ଏପିସୋଡ୍‌ରେ କହିଛନ୍ତି। କିଆରା ଲଷ୍ଟ ଷ୍ଟୋରିଜ୍‌ରେ ମେଘା ଚରିତ୍ରରେ ଅଛନ୍ତି। ମେଘା ଜଣେ ନବବିବାହିତା ହୋଇଥିବାବେଳେ ସ୍ବାମୀ ପାରସ୍‌ (ଭିକି କୌଶଲ) ସେକ୍ସୁଆଲ ପ୍ଲେଜର ଦେବାରେ ଅସମର୍ଥ ହେଉଛନ୍ତି। ଏଥିପାଇଁ ମେଘା ବିକଳ୍ପ ପନ୍ଥା ଆପଣାଇବା ଉପରେ କାହାଣୀ ଗତିଶୀଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri