ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି ହେଲେ ନିମ୍ନ ଅଦାଲତଙ୍କ ରାୟ ନେଇ ସୁପ୍ରିମକୋର୍ଟ ସ୍ଥଗିତାଦେଶ କଦେଇନାହାନ୍ତି। ଏନେଇ ବୁଧବାର କଟକ ସେଲ୍‌ଟର ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କର୍ମୀଙ୍କୁ ନେଇ ସକାଳେ ବୈଠକ ହୋଇଥିଲା। ଏଥିରେ ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇଥିଲେ। ମୋକିମ ନିର୍ବାଚନ ଲଢ଼ିପାରିବେନି ବୋଲି ସ୍ପଷ୍ଟ ହେବା ପରେ ଏହି ବୈଠକ ହୋଇଥିଲା। ସନ୍ଧ୍ୟାରେ ସମସ୍ତ କର୍ମୀଙ୍କୁ ନେଇ ଅନୁରୂପ ବୈଠକ ବସିଥିଲା। ଏଥିରେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଯୋଗଦେଇ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ କର୍ମୀମାନେ ସୋଫିଆଙ୍କୁ ସମ୍ବର୍ଦ୍ଧିତ କରି ସ୍ବାଗତ ଜଣାଇଛନ୍ତି। ବୈଠକରେ ମୋକିମ କର୍ମୀମାନଙ୍କୁ କଂଗ୍ରେସର ଗଡ଼ ବଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଭଳି ସମୟରେ କର୍ମୀମାନେ ଏକ୍‌ଜୁଟ ହୋଇ କଟକର ଝିଅ ଓ ବୋହୂଙ୍କୁ ଆପଣାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ସୋଫିଆ କହିଛନ୍ତି, ଏଭଳି ସମୟରେ କଂଗ୍ରେସ ସହ ଯୋଡି ହୋଇଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି। କଟକରେ ମୋ ଜନ୍ମ ଏବଂ କଟକର ମୁଁ ବୋହୂ। ପୂର୍ବରୁ ବାପାଙ୍କ ପାଇଁ ପ୍ରଚାର କରୁଥିଲି। ସେଥିପାଇଁ ରାଜନୀତିରେ ମୁଁ ନୂଆ ନୁହେଁ। କର୍ମୀମାନେ ନେଇଥିବା ନିଷ୍ପତ୍ତିକୁ ଗ୍ରହଣ କଲି, ବାକି ନିଷ୍ପତ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନେବେ। ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଡବଲ ମାର୍ଜିନ୍‌ରେ ଜିତାଇବା ପାଇଁ ସଂକଳ୍ପ ନେବା ବୋଲି ସୋଫିଆ କହିଛନ୍ତି। ଅପରପକ୍ଷରେ ମୋକିମ କହିଛନ୍ତି, ବୈଠକରେ କର୍ମୀମାନେ ସୋଫିଆଙ୍କ ନଁା ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ପିସିସି ସଭାପତିଙ୍କୁ ଅବଗତ କରାଯିବ। ସେ ଯାହା ନିଷ୍ପତ୍ତି ନେବେ ସେଥିରେ ଆମେ ସହମତ ହେବୁ। କଂଗ୍ରେସ ପାଇଁ ଦୀର୍ଘ ସମୟ ହେବ କାମ କରିଆସୁଛି, ଆଗକୁ ମଧ୍ୟ କରିବି। କଟକ ସହରରେ ନିର୍ବାଚନ ଏକପାଖିଆ ହେବା ସୁନିଶ୍ଚିତ ବୋଲି ମୋକିମ କହିଛନ୍ତି। ଏହି ବୈଠକରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ବରିଷ୍ଠ ନେତ୍ରୀ ଶୈଳଭାମା ଜେନା, ଚାରୁଲତା ସାହୁ, କର୍ପୋରେଟର ସନ୍ତୋଷ କୁମାର ଭୋଳ, ଜନାର୍ଦ୍ଦନ ପରିଡା, ଲିଜାରାଣୀ ମହାପାତ୍ର, କଟକ ଜିଲା ମହିଳା ସଭାପତି ଅମ୍ରିତା ଦାସଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri