ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି ଆସନ ବିଜେଡି ଦଖଲରେ ରହିଆସିଛି। ୨୦୦୯ରେ ଅରବିନ୍ଦ ଢାଲି, ୨୦୧୪ରେ ଶଶିଭୂଷଣ ବେହେରା ଓ ୨୦୧୯ରେ ପୁଣି ଅରବିନ୍ଦ ଢାଲି ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ଢାଲି ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ଭାଜପା ତାଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଭାବେ ଲଢ଼ି ନବକିଶୋର ମଲ୍ଲିକ ୪୪,୩୦୦ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଚଳିତ ନିର୍ବାଚନରେ ବିଜେଡି ନବଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରଥମେ ଏଠାରୁ ଜୟନ୍ତ ଭୋଇଙ୍କୁ ଟିକେଟ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପ୍ରାର୍ଥୀ ପରିବର୍ତ୍ତନ କରି କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ପ୍ରାର୍ଥୀ କରିଛି।

୨୦୨୪ ନିର୍ବାଚନରେ ଏଠାରେ ୨ ବାହାର ନେତା ଢାଲି, ଶଗରିଆଙ୍କ ସହ ନବଙ୍କ ଲଢ଼େଇ ହୋଇପାରେ ବୋଲି କୁହାଯାଉଛି। ଢାଲିଙ୍କ ଟିକେଟ ଘୋଷଣା ପରଠାରୁ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି। ତାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ଅଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଶଗରିଆଙ୍କୁ ମଧ୍ୟ ସ୍ଥାନୀୟ ଅସନ୍ତୁଷ୍ଟ ଗୋଷ୍ଠୀ ବିରୋଧ କରିଛନ୍ତି। କୌଣସି ବାହାର ଲୋକଙ୍କୁ ଜୟଦେବରେ ଠିଆ ହେବାକୁ ଦିଆଯିବନାହିଁ, ପ୍ରାର୍ଥୀ ପରିବର୍ତ୍ତନ କରା ନ ଗଲେ ସ୍ଥାନୀୟସ୍ତରରେ ଏହାର ତୀବ୍ର ବିରୋଧ କରାଯିବ ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ନିର୍ବାଚନରେ ଲୋକ ସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ୭୭,୦୦୨ ଭୋଟ ପାଇଥିବାବେଳେ ଭାଜପାର ଅପରାଜିତା ଷଡ଼ଙ୍ଗୀ ୫୬,୩୮୬ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେଡିର ଭୋଟହାର ଅଧିକା ରହିଥିବାବେଳେ ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଏହାକୁ ହାତଛଡ଼ା କରିବାକୁ ଚାହୁଁନି। ବିରୋଧୀଙ୍କ ଗୋଷ୍ଠୀକନ୍ଦଳର ଗୋଳିଆପାଣିରୁ ଫାଇଦା ଉଠାଇବା ପାଇଁ ବିଜେଡି ତା’ର ରଣନୀତି ଆରମ୍ଭ କରି ଦଳୀୟକର୍ମୀଙ୍କୁ ଏକାଠି କରିଚାଲିଛି।

ଅରବିନ୍ଦ ଢାଲି ମାଲକାନଗିରିରୁ ଆସିବା ପରେ ଏଠାରେ ବାଲିପାଟଣା ବ୍ଲକ ଗାରେଡ଼ିପାଞ୍ଚଣ ପଞ୍ଚାୟତରେ ଜାଗା କିଣି ବିଶ୍ୱନାଥପୁର ଗାଁର ବାସିନ୍ଦା ବୋଲି ନିଜକୁ ପରିଚୟ ଦେଇ ଭୋଟ ହାତେଇବାକୁ ଯୋଜନା କରୁଛନ୍ତି। କୁହାଯାଏ, ପ୍ୟାରୀମୋହନ ମହାପାତ୍ରଙ୍କ ଛତ୍ରଛାୟା ତଳେ ୨୦୦୯ରେ ରହି ସେ ଏଠାରୁ ଲଢ଼ି ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ଦଳରୁ ସେ ଆସ୍ଥା ହରାଇବା ପରେ ଟିକେଟରୁ ବଞ୍ଚତ୍ତ ହେବା ଜାଣି ଭାଜପାରେ ଯୋଗଦେଇ ଟିକେଟ ହାତେଇଛନ୍ତି। ସେପଟେ କଂଗ୍ରେସ ଦଳିତ ଭୋଟ ହାତେଇବା ଲକ୍ଷ୍ୟରେ ପ୍ରଥମେ ବାଲିପାଟଣା ବ୍ଲକ ବାସିନ୍ଦା ଜୟନ୍ତ ଭୋଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ପରିବର୍ତ୍ତେ କୋରାପୁଟରୁ ଆମଦାନୀ ନେତା ଶଗରିଆଙ୍କୁ ଟିକେଟ ଦେଇଛି। ଦେଖିବାକୁ ଗଲେ ବିଜେଡି ପ୍ରାର୍ଥୀ ନବ ସ୍ଥାନୀୟ ଅଧିବାସୀ ଓ ସେ ବାଲିଅନ୍ତା ବ୍ଲକର ବାସିନ୍ଦା। ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ଆଶା କରି ସେ ନିରାଶ ହୋଇ ସ୍ବାଧୀନ ଭାବେ ଲଢିଥିଲେ। ଏବେ ଦଳ ତାଙ୍କ ଉପରେ ଭରସା କରିଛି। ତେବେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ, ମତ କାହା ସପକ୍ଷରେ ଯିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?