୫୫ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ନେତା…

ଭୁବନେଶ୍ବର,୬।୧: ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ରାଇକଳା ଗ୍ରାମର ଏକ ସାଧାରଣ ସାନ୍ତାଳ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଅତି ସାଧାରଣ ପୃଷ୍ଠଭୂମିରୁ ଆସି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀରେ ପହଞ୍ଚିବା ପଛରେ ରହିଛି ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଓ ସଂଘର୍ଷର କାହାଣୀ। ଜଣେ ନିରାଡ଼ମ୍ବର ମଣିଷ ଭାବେ ସେ ଆଜି ମଧ୍ୟ ନିଜର ସାଧାରଣ ଜୀବନଶୈଳୀ ପାଇଁ ସମସ୍ତଙ୍କର ପ୍ରିୟ ହୋଇରହିଛନ୍ତି। ତାଙ୍କ ନେତୃତ୍ୱରେ ‘ବିକଶିତ ଓଡ଼ିଶା’ ଗଠନର ସ୍ବପ୍ନ ସାକାର ହେବ ବୋଲି ଓଡ଼ିଶାବାସୀ ଆଶାବାଦୀ।
ମୋହନ ସପ୍ତମ ଶ୍ରେଣୀରେ ପଢ଼ିବା ସମୟରେ ମା’ଙ୍କ ଦେହାନ୍ତ ପରେ ସାବତ ମା’ ନାଥମଣି ମାଝି ତାଙ୍କୁ ପୁଅ ଭଳି ଯତ୍ନ କରି ବଡ଼ କରିଥିଲେ। ପରେ ସେ ୧୯୮୭ରେ ଝୁମ୍ପୁରା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ ୧୯୯୦ରେ ଆନନ୍ଦପୁର କଲେଜରୁ ଯୁକ୍ତ୨ ପାସ୍‌ କରିଥିଲେ। ଚମ୍ପୁଆ ଚନ୍ଦ୍ରଶେଖର କଲେଜରୁ ୧୯୯୩ରେ ସ୍ନାତକ (ଗ୍ରାଜୁଏଶନ) ଏବଂ ପରେ ସ୍ନାତକୋତ୍ତର (ଏମ୍‌ଏ) ପାସ୍‌ କରିଥିଲେ। ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଏଲଏଲ୍‌ବି ପାସ୍‌ କରି ପ୍ରଥମେ ଝୁମ୍ପୁରାସ୍ଥିତ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକତା (ଗୁରୁଜୀ) ଆରମ୍ଭ କରିଥିଲେ। ଶିକ୍ଷକତା ସମୟରୁ ହିଁ ତାଙ୍କ ମଧ୍ୟରେ ସମାଜସେବା ଓ ଶୃଙ୍ଖଳିତ ଜୀବନଯାପନର ମୂଳଦୁଆ ପଡ଼ିଥିଲା।

ତାଙ୍କର ରାଜନୈତିକ ଜୀବନ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥିଲା। ସେ ପ୍ରଥମେ ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ୧୯୯୭ରେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ଯାଏ ସେ ଏହି ପଦବୀରେ ଜନସେବା କରିଥିଲେ। ଏହାପରେ ସେ କେନ୍ଦୁଝର ସଦର ବିଧାନସଭା ଆସନରୁ ଭାଜପା ଟିକେଟରେ ୨୦୦୦, ୨୦୦୪, ୨୦୧୯ ଏବଂ ୨୦୨୪ରେ ବିଜୟୀ ହୋଇଛନ୍ତି। ୨୦୧୯ରୁ ୨୦୨୪ ମଧ୍ୟରେ ସେ ଭାଜପାର ମୁଖ୍ୟ ସଚେତକ ଭାବେ ବିଧାନସଭାରେ ଲୋକଙ୍କ ସମସ୍ୟାକୁ ଦୃଢ଼ ଭାବେ ଉପସ୍ଥାପନ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?