ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ

ରିୟାଧ୍‌, ୨୯ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେହିପରି ସାଉଦି ପ୍ରିନ୍ସ ଖଲିଦ୍‌ ବିନ୍‌ ସଲମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ମନ୍ତ୍ରୀମଣ୍ଡଳରେ ଏହି ପରିବର୍ତ୍ତନ ତଥା କ୍ଷମତା ହସ୍ତାନ୍ତର ପଛର କାରଣ ବିଷୟରେ ସୂଚନା ଦିଆଯାଇନାହିଁ। ବିଶ୍ୱର ସର୍ବାଧିକ ତୈଳ ଉତ୍ପାଦନକାରୀ ଦେଶ ସାଉଦିଆରବର ପ୍ରକୃତ ଶାସକ ପ୍ରିନ୍ସ ମହମ୍ମଦଙ୍କୁ ହିଁ ବୁଝାଏ।

ତେବେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଶାସନରେ ତାଙ୍କ ଭୂମିକାକୁ ବିଧିବଦ୍ଧ କରିବ। ପୂର୍ବରୁ କ୍ରାଉନପ୍ରିନ୍ସ ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ ହୋଇଥିଲେ। ୩୭ ବର୍ଷୀୟ ଏମ୍‌ବିଏସ୍‌ ପ୍ରଧାନମନ୍ତ୍ରୀ ହେବା ଦ୍ୱାରା ଦେଶର ଉଦାର ଛବି ବଢ଼ିବା ସମ୍ଭାବନା ରହିଛି। ୨୦୧୭ରେ ସେ କ୍ରାଉନ୍‌ ପ୍ରିନ୍ସ ହେବା ପରେ ତାହା ଦେଖିବାକୁ ମଧ୍ୟ ମିଳିଥିଲା। କିଛି ବର୍ଷ ମଧ୍ୟରେ ଏମ୍‌ବିଏସ୍‌ଙ୍କ କେତେକ ନିଷ୍ପତ୍ତି ଯୋଗୁ ସେ କଠୋରପନ୍ଥୀଙ୍କ ଟାର୍ଗେଟରେ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଏମ୍‌ବିଏସ୍‌ ଉଚିତ ଢଙ୍ଗରେ ଶାସନ କରିବା ସହ ଉଦାରବାଦୀ ନୀତି ପ୍ରଣୟନ କରିପାରନ୍ତି ବୋଲି ଆଶା କରାଯାଉଛି।

୨୦୧୬ ଏପ୍ରିଲରେ ପ୍ରିନ୍ସ ମହମ୍ମଦ ଭିଜନ-୨୦୩୦ ଘୋଷଣା କରିଥିଲେ। ୩ ମହାଦେଶକୁ ସଂଯୋଗ ସହ ସାଉଦିଆରବକୁ ଇସ୍‌ଲାମିକ ଏବଂ ଆରବ ଓ୍ବାଲର୍‌ଡର ଇନ୍‌ଭେଷ୍ଟମେଣ୍ଟ ପାଓ୍ବାର ହାଉସ୍‌ କରିବା ନିମନ୍ତେ ସେ ଲକ୍ଷ୍ୟ ରଖିଛନ୍ତି। କିଛି ଦିନ ପୂର୍ବରୁ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ କରି ଓ୍ବାଶିଂଟନ୍‌ ସହ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ଦିଗରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?