କୋଲକତା,୨୮।୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭାଇ ମହମ୍ମଦ କୈଫ ବଙ୍ଗଳା ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରୁଛନ୍ତି। ସେ ଜମ୍ମୁ-କଶ୍ମୀର ବିରୋଧରେ ନିଜର ଜଲଓ୍ବା ଦେଖାଇବେ। ବେଙ୍ଗଲ ସିନିୟର ଦଳରେ ମନୋନୀତ ହେବା ପୂର୍ବରୁ କୈଫ କିଛି କ୍ଲବ ମ୍ୟାଚ ମଧ୍ୟ ଖେଳିଛନ୍ତି। ଗତ ମାସରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫି ପାଇଁ ସେ ଦଳରେ ମନୋନୀତ ହୋଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନଥିଲେ।
ସାନଭାଇଙ୍କ କ୍ୟାରିୟରର ଡେବ୍ୟୁ କରିବାକୁ ନେଇ ଶାମି ବେଶ୍ ଖୁସି ଅଛନ୍ତି। ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରିଥିବାରୁ ମୋ ଭାଇଙ୍କୁ ଅଭିନନ୍ଦନ। ଆମେ ଏହି ମୁହୂର୍ତ୍ତକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲୁ। ତୁମେ ଏବେ ତୁମର ସ୍ବପ୍ନ ସାକାର କରିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛ। କଠିନ ପରିଶ୍ରମ ଜାରି ରଖ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ହୋଇଥିବା ଆଘାତ ଯୋଗୁ ମହମ୍ମଦ ଶାମି ପୁରା ସିରିଜରୁ ବାଦ ପଡିଥିଲେ ଏବଂ ସେବେଠାରୁ ସକ୍ରିୟ କ୍ରିକେଟ ଠାରୁ ଦୂରରେ ଅଛନ୍ତି।
Congratulations to my brother on your Vijay Hazare Trophy debut. We have waited for this moment. You are one step closer to the ultimate dream. Keep working hard.#TeamIndia #mshami11 pic.twitter.com/kqp2xGAk1F
— Mohammad Shami (@MdShami11) February 27, 2021