Posted inଖେଳ

ଅନେକ ଥର ପ୍ରେମରେ ପଡ଼ିଥିଲେ ଏହି ଖେଳାଳି; ୨ ଛାଡପତ୍ର, ପୁଅର ମୃତ୍ୟୁପରେ ଭାଙ୍ଗିପଡ଼ିଥିଲେ

ଭାରତର ମହାନ ଅଧିନାୟକ ମହମ୍ମଦ ଆଜ୍ଝାରୁଦ୍ଦିନଙ୍କ କ୍ରିକେଟ କ୍ୟାରିୟର ବହୁତ ଭଲ ରହିଥିବା ବେଳେ ପ୍ରେମ ଜୀବନ ବିବାଦୀୟ ଥିଲା। ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜ୍‌ଲାନୀଙ୍କ ପାଇଁ ସେ ନିଜର ୯ ବର୍ଷର ବୈବାହିକ ଜୀବନକୁ ଭାଙ୍ଗିଦେଇଥିଲେ। ମାତ୍ର ତାଙ୍କର ଦ୍ୱିତୀୟ ବିବାହ ବେଶୀ ଦିନ ତିଷ୍ଠି ନ ଥିଲା। ୨୦୧୦ରେ ସଙ୍ଗୀତା ଏବଂ ଆଜାରୁଦ୍ଦିନ ପରସ୍ପରଠାରୁ ଅଲଗା ହୋଇଥିଲେ।
ଆଜାରୁଦ୍ଦିନ ୧୯୮୭ରେ ନୌରିନ ଖାନ୍‌ଙ୍କୁ ପ୍ରଥମ ବିବାହ କରିଥିଲେ। ନୌରିନଙ୍କ ଠାରୁ ତାଙ୍କର ୨ଟି ପୁଅ ହୋଇଥିଲେ। ଏହି ବିବାହ ପ୍ରାୟ ୯ ବର୍ଷ ପର୍ଯ୍ୟନ୍ତ ତିଷ୍ଠିଥିଲା। ଆଜାରୁଦ୍ଦିନ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ସହ କ୍ଷତିପୂରଣ ବାବଦ ୧ କୋଟି ଟଙ୍କା ଦେଇଥିଲେ। ପରେ ଆଜାରୁଦ୍ଦିନ ପରିବାରର ବିରୋଧ ସତ୍ତ୍ୱେ ୧୯୯୬ରେ ଅଭିନେତ୍ରୀ ସଂଗୀତାଙ୍କୁ ବିବାହ କଲେ। ସଂଗୀତାଙ୍କର ଧର୍ମ ପରିବର୍ତ୍ତନ କରାଇ ତାଙ୍କର ନାମ ଆୟଶା ବେଗମ ରଖାଗଲା। ଏହାରି ମଧ୍ୟରେ ତାଙ୍କର ପ୍ରଥମ ସ୍ତ୍ରୀ କାନାଡ଼ାର ଜଣେ ବ୍ୟବସାୟୀଙ୍କୁ ବିବାହ କଲେ। ମାତ୍ର ଆଜାରୁଦ୍ଦିନ-ସଂଗୀତାଙ୍କ ବିବାହ ୧୪ ବର୍ଷ ପର୍ଯ୍ୟନ୍ତ ତିଷ୍ଠିଥିଲା। ଉଭୟ ୨୦୧୦ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଆଜାରୁଦ୍ଦିନଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ସମୟ ଥିଲା ଯେତେବେଳେ ତାଙ୍କ ସାନ ପୁଅ ଅୟାଜ ୨୦୧୧ରେ ଏକ ସଡ଼କ ଦୁର୍ଘଟଣା ମୃତ୍ୟୁବରଣ କରିଥିଲେ। ସେ ବାଇକ୍‌ ରେସିଂ କରିବାକୁ ଭଲ ପାଉଥିଲେ। ସେହିପରି ତାଙ୍କର ଦ୍ୱିତୀୟ ପୁଅ ଅସଦ ୨୦୨୦ରେ ସାନିୟା ମିର୍ଜାଙ୍କ ଭଉଣୀ ଅନମଙ୍କୁ ବିବାହ କରିଛନ୍ତି।
୨ଟି ବିବାହ ଭାଙ୍ଗିବାର ପରେ ଆଜାରୁଦ୍ଦିନ ଆମେରିକାର ନାଗରିକ ଶୋନମ ମେରୀଙ୍କୁ ବିବାହ କରିଥିବା ଶୁଣିବାକୁ ମିଳୁଥିଲା। ମାତ୍ର ପରେ ସେ ଏହାକୁ ଭୁଲ ବୋଲି କହିଥିଲେ। ସେ ଟୁଇଟ୍‌ କରି ଲେଖିଥିଲେ, ମୋର ତୃତୀୟ ବିବାହ ବିଷୟରେ ଯେଉଁ କଥା ଶୁଣିବାକୁ ମିଳୁଛି ତାହା ଭୁଲ ବୋଲି ସେ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: ନୀଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି।…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri