ମୋଦିଙ୍କ ପ୍ରେରଣା

Dillip Cherian

ପରଖ ଅବଧି(ପ୍ରୋବେଶନ)ରେ ଥିବା ୨୮ ଜଣ ମହିଳାଙ୍କ ସମେତ ୧୩୧ ଜଣ ଆଇପିଏସ୍‌ ହାଇଦ୍ରାବାଦସ୍ଥିତ ପ୍ରତିଷ୍ଠିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶନାଲ ପୋଲିସ ଏକାଡେମୀ(ଏସ୍‌ଭିପି ଏନ୍‌ପିଏ)ରୁ ୪୨ ସପ୍ତାହର ବେସିକ୍‌ କୋର୍ସ ଫେଜ୍‌-୧ ଟ୍ରେନିଂ ଶେଷ କରିଛନ୍ତି। ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡ଼ିଓ କନ୍‌ଫରେନ୍ସରେ କଥା ହେବାର ଏକ ଅପୂର୍ବ ସୌଭାଗ୍ୟ ଲାଭ କରିଛନ୍ତି। ମୋଦି ବେଳେବେଳେ ଏମିତି କରିଥାନ୍ତି, କିନ୍ତୁ ଯେଉଁମାନେ ଏହି ସୁଯୋଗ ଲାଭ କରନ୍ତି ସେମାନେ ଏହାଦ୍ୱାରା ବେଶ୍‌ ଉତ୍ସାହିତ ହୋଇଥାନ୍ତି। ଏସ୍‌ଭିପି ଏନ୍‌ପିଏରେ ବେସିକ୍‌ କୋର୍ସ ଟ୍ରେନିଂ ସମୟରେ ପ୍ରୋବେଶନର୍ସ ବା ପ୍ରଶିିକ୍ଷାର୍ଥୀଙ୍କୁ ଦୁଇ ଭାଗରେ ଅର୍ଥାତ୍‌ ଭିତର ଓ ବାହାର କାର୍ଯ୍ୟ ସମ୍ପର୍କରେ ଯଥା ଆଇନ, ତଦନ୍ତ, ଫରେନସିକ, ନେତୃତ୍ୱ ଓ ପରିଚାଳନା,ଆପରାଧିକ ବିଜ୍ଞାନ, ସାର୍ବଜନୀନ ବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ସୁରକ୍ଷା, ନୈତିକତା ଓ ମାନବିକ ଅଧିକାର, ଆଧୁନିକ ଭାରତର ପୋଲିସ ବ୍ୟବସ୍ଥା, ଫିଲ୍ଡକ୍ରାଫ୍ଟ ଓ ରଣନୀତି, ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଏବଂ ଗୁଳିଚାଳନା ପ୍ରଶିକ୍ଷଣ ଦିଆଯାଇଥିଲା। ସେମାନଙ୍କ ସମ୍ବନ୍ଧିତ ରାଜ୍ୟ କ୍ୟାଡରରେ ଫିଲ୍ଡ ପୋଷ୍ଟିଂ ବା କ୍ଷେତ୍ର ନିଯୁକ୍ତି ହେବା ପୂର୍ବରୁ ଏହା ଥିଲା ଶେଷ ପ୍ରଶିକ୍ଷଣ। ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ପ୍ରୋବେଶନର୍ସଙ୍କୁ ସମ୍ବୋଧନ କଲାବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କୁ କ୍ୟାରିୟରରେ ଉକତ୍ୃଷ୍ଟତା ଲାଭ କରିବା ଲାଗି ପ୍ରେରିତ କରିଥିଲେ। ଏହି ଅବସରରେ ସିଭିଲ୍‌ ସର୍ଭ୍ୟାଣ୍ଟମାନଙ୍କ ଦକ୍ଷତା ବଢ଼ାଇବା ପାଇଁ ମୋଦି ସରକାରଙ୍କ ଏକ ନୂଆ ସ୍ଲୋଗାନ, ନୂଆ ଯୋଜନା ‘ମିଶନ କର୍ମଯୋଗୀ’କୁ ଦୋହରାଇଛନ୍ତି। ୧୯୪୮ରେ ନ୍ୟାଶନାଲ ପୋଲିସ ଏକାଡେମୀ ସ୍ଥାପନ ହେବା ପରଠାରୁ ଏହା ଦକ୍ଷତାର ସହ ଏହି ଦାୟିତ୍ୱକୁ ନିର୍ବାହ କରିଆସୁଛି। କେବଳ ପୋଲିସମାନଙ୍କ ମଧ୍ୟରେ ନୁହେଁ ବରଂ ଏହି ସ୍ଲୋଗାନ୍‌ ଖୁବଶୀଘ୍ର ଦେଶରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଏକାଡେମୀ ନିର୍ଦ୍ଦେଶକ ତଥା ଗୁଜରାଟ କ୍ୟାଡର ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅତୁଲ କରଓ୍ବାଲ ଦୀକ୍ଷାନ୍ତ ପରେଡରେ ସଭାପତିତ୍ୱ କରିଥିଲେ ଓ ପ୍ରୋବେଶନର୍ସଙ୍କୁ ସମ୍ବୋଧନ ମଧ୍ୟ କରିଥିଲେ।
କଠୋର ସନ୍ଦେଶ
ସରକାରୀ କର୍ମଚାରୀମାନଙ୍କ ରାଷ୍ଟ୍ରବିରୋଧୀ ବୟାନ କିମ୍ବା କାର୍ଯ୍ୟ କୌଣସି ପରିସ୍ଥିତିରେ ସହ୍ୟ କରାଯାଇପାରିବ ନାହିଁ ବୋଲି ମୋଦି ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ୩୭୦ ଧାରା ଓ ୩୫-ଏ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ପ୍ରଶାସନ ରାଜ୍ୟ ମୁଖ୍ୟ ଶାସନ ସଚିବ ବି.ଭି.ଆର୍‌ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ କମିଟି ଗଠନ କରିଛି। ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତ ସରକାରୀ ଅଧିତ୍କାରୀମାନଙ୍କ ଉପରେ ତଦନ୍ତ କରିବା ଲାଗି ଏହି କିମିଟି ଗଠନ କରାଯାଇଛି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ମାମଲାଗୁଡିକର ଯାଞ୍ଚ କରିବା ଏବଂ ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ଲିପ୍ତ ସରକାରୀ ଅଧିତ୍କାରୀମାନଙ୍କ ବିରୋଧରେ ଧାରା ୩୧୧(୨)-ସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ଜମ୍ମୁ-କଶ୍ମୀର ମୁଖ୍ୟ ସଚିବଙ୍କ ବ୍ୟତୀତ ଏହି ଉଚ୍ଚ କ୍ଷମତା ସମ୍ପନ୍ନ କିମିଟିରେ ଗୃହ ବିଭାଗର ପ୍ରଶାସନିକ ସଚିବ, ଜମ୍ମୁ-କଶ୍ମୀର ଡିଜିପି ବା ପୋଲିସ ମହାନିର୍ଦ୍ଦେଶକ, ସାଧାରଣ ପ୍ରଶାସନ ବିଭାଗର ପ୍ରଶାସନିକ ସଚିବ, ଅତିରିକ୍ତ ଡିଜିପି, ସିଆଇଡି ଏବଂ ଆଇନ ଓ ନ୍ୟାୟ ବିଭାଗର ପ୍ରଶାସନିକ ସଚିବ ରହିଛନ୍ତି। ବିଶେଷଜ୍ଞଙ୍କ ମତରେ, ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ଲିପ୍ତ ରହିବାରେ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରଙ୍କ ସମେତ ଯେ କୌଣସି ସରକାରୀ ଅଧିକାରୀ ଯଦି କମିିଟି ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ବିନା ତଦନ୍ତରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବ। ଜମ୍ମୁ-କଶ୍ମୀରରେ ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଅନେକ ସରକାରୀ ଅଧିକାରୀଙ୍କ ଉପରେ ସତର୍କ ନଜର ରଖାଯାଇଛି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ମିଡିଆ ଓ ମୁମ୍ବାଇ ପୋଲିସ
ସୁଶାନ୍ତ ରାଜପୁତ ମାମଲାରେ ୭ ଜଣ ପୂର୍ବତନ ଡିଜିପି ଏବଂ ଜଣେ ପୋଲିସ କମିଶନର କେଉଁଥିପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି? ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାକୁ ମିଡିଆ ଅତ୍ୟଧିକ ଗୁରୁତ୍ୱ ଦେଇ ପ୍ରଚାର କରି କରୋନା ମହାମାରୀ ପ୍ରକୋପ, ଭୁଶୁଡି ପଡୁଥିବା ଆମ ଅର୍ଥବ୍ୟବସ୍ଥା ଏବଂ ସୀମାରେ ଚାଇନାର ଧମକ ଆଦି ଘଟଣାଗୁଡିକୁ ପୂରା ଅବହେଳା କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ବିଭିନ୍ନ ସଂସ୍ଥା ଏହି ଘଟଣାରେ ତଦନ୍ତ କରିିବା ପରେ ମୁମ୍ବାଇ ପୋଲିସ କୋଣଠେସା ହୋଇଯାଇଛି। ତଦନ୍ତରେ ଢିଲା କରୁଥିବା ଏବଂ ରାଜନୈତିକ ଚାପରେ କାମ କରୁଥିବାର ଅଭିଯୋଗ ମୁମ୍ବାଇ ପୋଲିସ ଉପରେ ମଧ୍ୟ ହୋଇଆସୁଛି। ଏହି ଘଟଣା ଏତେ ଗୋଳମାଳିଆ ହୋଇଯାଇଛି ଯେ ଏଥିରେ କିଏ ସ୍ବଚ୍ଛ ତାହା କହିବା କଠିନ। ଏବେ ପୂର୍ବତନ ଆଇପିଏସ୍‌ ଅଧିକାରୀମାନେ ଏହି କେସ୍‌ରେ ମୁମ୍ବାଇ ପୋଲିସଙ୍କ ବିରୋଧରେ ‘ମିଡିଆ ଟ୍ରାଏଲ’ ଏବଂ ‘ଅନୁଚିତ, ଦୋଷପୂର୍ଣ୍ଣ ଏବଂ ମିଥ୍ୟା ମିଡିଆ ଅଭିଯାନ’କୁ ଶେଷ କରିବା ଲାଗି କୋର୍ଟକୁ ପ୍ରାର୍ଥନା କରିଛନ୍ତି। କୋର୍ଟରେ ପିଟିଶନ ଦାଏର କରିଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମହାରାଷ୍ଟ୍ର ଡିଜିପି ଏମ୍‌.ଏନ. ସିଂ, ପି. ଏସ୍‌ .ପରିଚ୍ଛା, ଡି. କେ. ଶିବାନନ୍ଦନ, ସଞ୍ଜୀବ ଦୟାଲ, ସତୀଶ ମାଥୁର, କେ. ସୁବ୍ରମଣ୍ୟନ, ପୂର୍ବତନ ଅତିରିକ୍ତ ଡିଜିପି କେ. ପି. ରଘୁବଂଶୀ ଏବଂ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଡି. ଏନ୍‌. ଯାଦବ। ମୁମ୍ବାଇ ପୋଲିସର ନିର୍ମଳ ଭାବମୂର୍ତ୍ତିକୁ କଳଙ୍କିତ କରିବାକୁ ମନ୍ଦ ଉଦ୍ଦେଶ୍ୟ ରଖି ମିଡିଆ ନକାରାମତ୍କ ବା ପ୍ରତିକୂଳ ଅଭିଯାନ ଚଳାଇଥିବା ପ୍ରତୀୟମାନ ହେଉଛି ବୋଲି ପିଟିଶନ୍‌ରେ ଦର୍ଶାଯାଇଛି। ଉଲ୍ଲେଖନୀୟ ଯେ,କୌଣସି ବିଚାରାଧୀନ ତଦନ୍ତ ପ୍ରକ୍ରିୟା ଉପରେ ମିଡିଆ କଭର୍‌ କରିବା ପାଇଁ ନୂଆ ନିୟମ ଏବଂ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଲାଗି ପିଟିଶନ୍‌ରେ ଅନୁରୋଧ କରାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri