ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌ ପ୍ରଯୁକ୍ତି ଶିଳ୍ପର ସିଇଓମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆମେରିକା, ଚାଇନା, ଜର୍ମାନୀ ଏବଂ ଜାପାନ ପରେ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା। ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୯ ଟ୍ରିଲିୟନ ଡଲାର। ଏହା ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। କ୍ରମାଗତ ୩ ବର୍ଷ ହେଲା ଭାରତର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ରହିଛି। ତାଙ୍କ ତୃତୀୟପାଳି ସରକାରର କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବା ପାଇଁ ସମସ୍ତ ପ୍ରୟାସ ଚଳାଇଛି। ତେଣୁ ଭାରତର ଦ୍ରୁତ ଅଭିବୃଦ୍ଧିର ଫାଇଦା ଉଠାଇବା ପାଇଁ ମୋଦି ସିଇଓମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଭିବୃଦ୍ଧିର ଫାଇଦା ନେଇ ଆମେରିକୀୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକ ବିଶ୍ୱ ପାଇଁ ଭାରତ ସହ ମିଳିତ ଭାବେ ବିଭିନ୍ନ ସାମଗ୍ରୀର ବିକାଶ, ଡିଜାଇନ୍‌ ଓ ଉତ୍ପାଦନ କରିପାରିବେ। ସେମାନଙ୍କ ବୈଦ୍ଧିକ ସମ୍ପତ୍ତିର ସୁରକ୍ଷା ଏବଂ ପ୍ରଯୁକ୍ତି ଇନୋଭେଶନକୁ ବଢ଼ାଇବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ବିଜ୍‌ନେସ୍‌ ଲିଡରମାନଙ୍କୁ କହିଥିଲେ। ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତି ଉତ୍ପାଦନ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଯଥେଷ୍ଟ ପରିବର୍ତ୍ତନ ଆଣିଛି। ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନର ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଥିଲେ। ଲୋଟ୍ଟେ ନ୍ୟୁୟର୍କ ପ୍ୟାଲେସ୍‌ ହୋଟେଲରେ ହୋଇଥିବା ଏହି ବୈଠକରେ ଏଆଇ, କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ ଓ ସେମିକଣ୍ଡକ୍ଟର ସମେତ ଅତ୍ୟାଧୁନିକ ପ୍ରଯୁକ୍ତିର ୧୫ ବୃହତ୍‌ ଆମେରିକୀୟ ସଂସ୍ଥାର ସିଇଓମାନେ ଭାଗ ନେଇଥିଲେ। ଏହି ରାଉଣ୍ଡ ଟେବୁଲ ବୈଠକ ଫଳପ୍ରଦ ହୋଇଥିବା ପ୍ରଧାନମନ୍ତ୍ରୀ ଏକ୍ସ’ରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri