ମୋଦିଙ୍କୁ ଡରାଇଦେଲେ ବିଦେଶୀ ମିଡିଆ: ସରକାର ତିଷ୍ଠିବା ନେଇ ଆଶଙ୍କା ପ୍ରକଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ୭୨ ମନ୍ତ୍ରୀ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ମନ୍ତ୍ରୀଙ୍କ କାର୍ଯ୍ୟଭାର ଏପର୍ଯ୍ୟନ୍ତ ବିଭାଜିତ ହୋଇନାହିଁ। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ ଏବଂ କ୍ଷମତାରେ ରହିବାକୁ ଏନଡିଏ ସହଯୋଗୀଙ୍କ ସମର୍ଥନ ଆବଶ୍ୟକ। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର ଆଖି ପିଏମ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଉପରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ କରିଥିଲେ, ସେତେବେଳେ ବିଶ୍ୱର ଗଣମାଧ୍ୟମ ସଂଗଠନମାନେ ଏହାର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ବିଷୟରେ କ’ଣ କହିଛନ୍ତି-

ନ୍ୟୁୟର୍କ ଟାଇମ୍ସ
ଆମେରିକାର ଖବରକାଗଜ ଦି ନ୍ୟୁୟକର୍ର୍ ଟାଇମ୍ସ ଲେଖିଛି ଯେ, ନୂତନ ସରକାର ଶପଥ ଗ୍ରହଣ କରିବା ମାତ୍ରେ ନୂଆଦିଲ୍ଲୀର ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଆସିଛି। ବହୁମତ ନ ମିଳିବାରୁ ମୋଦି ସହଯୋଗୀ ଦଳ ମାନଙ୍କ ସହ ମିଶି ସରକାର ଗଠନ କରିଛନ୍ତି,ଯାହା ଆଗକୁ ଚ୍ୟାଲେଞ୍ଜିଂ ହେବ।

ବିବିସି
ବ୍ରିଟିଶ ମିଡିଆ ସଂଗଠନ ବିବିସି ଲେଖିଛି ଯେ, ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି, କିନ୍ତୁ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ବୃଦ୍ଧି ଘଟିଛି। ଏକଜିଟ ପୋଲରେ ଦେଖାଯାଇଥିବା ଆକଳନକୁ ଶାସକ ମିଳିତ ମେଣ୍ଟ ସ୍ପର୍ଶ କରି ନ ଥିଲା, କିନ୍ତୁ ସରକାର ଗଠନ କରିବାରେ ସଫଳ ହୋଇଥିଲା।

ଅଲ ଜଜିରା
କୁଏତ ଗଣମାଧ୍ୟମ ସଂଗଠନ ଅଲ ଜଜିରା ଲେଖିଛନ୍ତି, ସଂଖ୍ୟାଗରିଷ୍ଠତାର ଅଭାବ ମୋଦି ସରକାରଙ୍କୁ ଅନେକ ଆହ୍ବାନ ଦେବ। ଅଲ ଜଜିରା ମଧ୍ୟ ଏନଡିଏ ସହଯୋଗୀ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ଚ୍ୟାଲେଞ୍ଜକୁ ନେଇ ଆଶଙ୍କା ପ୍ରକାଶ କରିଛି ଏବଂ ସରକାରଙ୍କୁ ଏହାର ସମସ୍ତ ସହଯୋଗୀଙ୍କ ଯତ୍ନ ନେବାକୁ ପଡ଼ିବ ବୋଲି ଲେଖିଛନ୍ତି।

ବ୍ଲୁମବର୍ଗ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶୀ ଅତିଥିଙ୍କ ଆଗମନ ଏବଂ ୮୦୦୦ ଲୋକଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିବା ବିଷୟରେ ବ୍ଲୁମବର୍ଗ ଉଲ୍ଲେଖ କରିଛନ୍ତି। ପ୍ରବନ୍ଧରେ ଏହା ମଧ୍ୟ ଲେଖାଯାଇଛି ଯେ, କ୍ଷମତାରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦି ସହଯୋଗୀଙ୍କ ସମର୍ଥନ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?