Posted inଜାତୀୟ

ମୋଦି ଚାହାନ୍ତି ‘ସର୍ଭିଲାନ୍ସ ଷ୍ଟେଟ୍‌’

କୋଲକାତା,୨୨ା୭(ପି.ଟି.): କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏକ ‘ସର୍ଭିଲାନ୍ସ ଷ୍ଟେଟ୍‌’ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଏକଚ୍ଛତ୍ରବାଦୀ ଭାଜପା ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଆସନ୍ତା ଲୋକ ସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ। ପେଗାସସ୍‌ ସ୍ପାଏଓ୍ବେର ଜରିଆରେ କେନ୍ଦ୍ର ବିରୋଧୀ ନେତା, ଖବରଦାତା, ଆକ୍ଟିଭିଷ୍ଟ, ନିର୍ବାଚନ କମିଶନ ଓ ବିଚାରପତିମାନଙ୍କ ସ୍ମାର୍ଟଫୋନ୍‌ରେ ଗୁପ୍ତଚରଗିରି କରାଇଥିବା ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ ହେବା ପରେ ବୁଧବାର ଏଭଳି ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗକୁ ସଂଜ୍ଞାନକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରନ୍ତୁ ବୋଲି ମମତା ଅନୁରୋଧ କରିଛନ୍ତି।
ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ ଭାରତରେ ଉଠିଥିବା ଝଡ଼ ଭୟଙ୍କର ରୂପ ନେବାରେ ଲାଗିଛି। ଏହି ପ୍ରସଙ୍ଗରେ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଦୁଇଦିନ ବେକାର ଯାଇଥିବାବେଳେ ଏନେଇ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ କରାଯାଉ ବୋଲି ବିରୋଧୀ ନେତାମାନେ ଦାବି କରିଛନ୍ତି। ଏହା ଉପରେ ଉଭୟ ଗୃହରେ ବିତର୍କ କରା ନ ଗଲେ ଆଗକୁ ମଧ୍ୟ ସଂସଦ ଅଚଳ କରିଦିଆଯିବ ବୋଲି କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି କ୍ରମରେ ବୁଧବାର ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କୋଲକାତାରେ ଶହୀଦ ଦିବସ ପାଳନ ଅବସରରେ ମମତା ଅନ୍‌ଲାଇନ୍‌ରେ ସମ୍ବୋଧିତ କରି କହିଛନ୍ତି, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଭାଜପା ଏହାକୁ ଓ୍ବେଲଫେୟାର ଷ୍ଟେଟ୍‌ (ଜନମଙ୍ଗଳ ରାଷ୍ଟ୍ର) ପରିବର୍ତ୍ତେ ସର୍ଭିଲାନ୍ସ ଷ୍ଟେଟ (ଅନ୍ୟମାନଙ୍କ ଉପରେ ଗୋପନୀୟ ଭାବେ ତୀକ୍ଷ୍ଣ ଦୃଷ୍ଟି ରଖୁଥିବା ରାଷ୍ଟ୍ର)ରେ ପରିବର୍ତ୍ତିତ କରିବାକୁ ଚାହୁଁଛି। କେନ୍ଦ୍ର ପେଟ୍ରୋଲ, ଡିଜେଲ ଓ ଅନ୍ୟ ଜରୁରୀ ସାମଗ୍ରୀ ଉପରେ ଅତ୍ୟଧିକ ଟିକସ ବସାଇ ବିପୁଳ ରାଜସ୍ବ ସଂଗ୍ରହ କରୁଛି। ଉକ୍ତ ଅର୍ଥକୁ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରିବା ବଦଳରେ ‘ବିପଜ୍ଜନକ ସଫ୍ଟଓ୍ବେର’ ବ୍ୟବହାର କରି ଗୋଇନ୍ଦାଗିରି କରୁଛି ବୋଲି ମମତା ସମାଲୋଚନା କରିଛନ୍ତି।
ଟିଏମ୍‌ସି ସୁପ୍ରିମୋ ଆହୁରି କହିଛନ୍ତି, ପେଗାସସ୍‌ ଅତ୍ୟନ୍ତ ବିପଜ୍ଜନକ। ଏମ୍‌ପି ଅଭିଷେକ ବାନାର୍ଜୀ (ମମତାଙ୍କ ପୁତୁରା) ଏବଂ ପ୍ରଶାନ୍ତ କିଶୋର (ନିର୍ବାଚନ ରଣନୀତିକାର)ଙ୍କ ଉପରେ ଚୋରାରେ ସତର୍କ ଦୃଷ୍ଟି ରଖାଯାଉଛି। ତେଣୁ ମୁଁ ମୋ ଫୋନ୍‌କୁ ପ୍ଲାଷ୍ଟରରେ ଘୋଡ଼ାଇ ଦେଇଛି। ଭାଜପା ସରକାରକୁ ମଧ୍ୟ ଅନୁରୂପ ଭାବେ ପ୍ଲାଷ୍ଟର କରାଯିବା ଉଚିତ। ଅନ୍ୟଥା ଦେଶ ବରବାଦ ହୋଇଯିବ। ଭାଜପା ଦେଶର ସଂଘୀୟ ଢାଞ୍ଚାକୁ ଧ୍ୱଂସ କରିବା ଦିଗରେ କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟ ଏହା ଉପରେ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରନ୍ତୁ। ଗଣତନ୍ତ୍ରରେ ଗଣମାଧ୍ୟମ, ନ୍ୟାୟପାଳିକା ଓ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ, ଯାହାଙ୍କୁ ପେଗାସସ୍‌ ନିଜ ଆୟତ୍ତରେ ରଖିଛି। ସର୍ବୋଚ୍ଚ ଅଦାଲତ ଆଗକୁ ଆସି ଦେଶକୁ ସହଯୋଗ କରନ୍ତୁ ଏବଂ ଗଣତନ୍ତ୍ରକୁ ରକ୍ଷା କରନ୍ତୁ। ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବିରୋଧୀ ନେତାଙ୍କ ବିପକ୍ଷରେ ଅପବ୍ୟବହାର କରୁଛନ୍ତି ବୋଲି ମମତା ସମାଲୋଚନା କରିଛନ୍ତି। ତେବେ ତାଙ୍କର ଏହି ବକ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ସମାଲୋଚନା ନୁହେଁ, ବରଂ ଦେଶ ହିତରେ ଉଦ୍ଦିଷ୍ଟ ବୋଲି ଟିଏମ୍‌ସି ନେତ୍ରୀ ସ୍ପଷ୍ଟ କରିଛନ୍ତି। ସେହିପରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ମଧ୍ୟ ପେଗାସସ୍‌ ସ୍ନୁପିଂ ମାମଲାର ତଦନ୍ତ ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?