Posted inଜାତୀୟ

ମୋଦି ଚାହାନ୍ତି ‘ସର୍ଭିଲାନ୍ସ ଷ୍ଟେଟ୍‌’

କୋଲକାତା,୨୨ା୭(ପି.ଟି.): କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏକ ‘ସର୍ଭିଲାନ୍ସ ଷ୍ଟେଟ୍‌’ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଏକଚ୍ଛତ୍ରବାଦୀ ଭାଜପା ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଆସନ୍ତା ଲୋକ ସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ। ପେଗାସସ୍‌ ସ୍ପାଏଓ୍ବେର ଜରିଆରେ କେନ୍ଦ୍ର ବିରୋଧୀ ନେତା, ଖବରଦାତା, ଆକ୍ଟିଭିଷ୍ଟ, ନିର୍ବାଚନ କମିଶନ ଓ ବିଚାରପତିମାନଙ୍କ ସ୍ମାର୍ଟଫୋନ୍‌ରେ ଗୁପ୍ତଚରଗିରି କରାଇଥିବା ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ ହେବା ପରେ ବୁଧବାର ଏଭଳି ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗକୁ ସଂଜ୍ଞାନକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରନ୍ତୁ ବୋଲି ମମତା ଅନୁରୋଧ କରିଛନ୍ତି।
ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ ଭାରତରେ ଉଠିଥିବା ଝଡ଼ ଭୟଙ୍କର ରୂପ ନେବାରେ ଲାଗିଛି। ଏହି ପ୍ରସଙ୍ଗରେ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଦୁଇଦିନ ବେକାର ଯାଇଥିବାବେଳେ ଏନେଇ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ କରାଯାଉ ବୋଲି ବିରୋଧୀ ନେତାମାନେ ଦାବି କରିଛନ୍ତି। ଏହା ଉପରେ ଉଭୟ ଗୃହରେ ବିତର୍କ କରା ନ ଗଲେ ଆଗକୁ ମଧ୍ୟ ସଂସଦ ଅଚଳ କରିଦିଆଯିବ ବୋଲି କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି କ୍ରମରେ ବୁଧବାର ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କୋଲକାତାରେ ଶହୀଦ ଦିବସ ପାଳନ ଅବସରରେ ମମତା ଅନ୍‌ଲାଇନ୍‌ରେ ସମ୍ବୋଧିତ କରି କହିଛନ୍ତି, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଭାଜପା ଏହାକୁ ଓ୍ବେଲଫେୟାର ଷ୍ଟେଟ୍‌ (ଜନମଙ୍ଗଳ ରାଷ୍ଟ୍ର) ପରିବର୍ତ୍ତେ ସର୍ଭିଲାନ୍ସ ଷ୍ଟେଟ (ଅନ୍ୟମାନଙ୍କ ଉପରେ ଗୋପନୀୟ ଭାବେ ତୀକ୍ଷ୍ଣ ଦୃଷ୍ଟି ରଖୁଥିବା ରାଷ୍ଟ୍ର)ରେ ପରିବର୍ତ୍ତିତ କରିବାକୁ ଚାହୁଁଛି। କେନ୍ଦ୍ର ପେଟ୍ରୋଲ, ଡିଜେଲ ଓ ଅନ୍ୟ ଜରୁରୀ ସାମଗ୍ରୀ ଉପରେ ଅତ୍ୟଧିକ ଟିକସ ବସାଇ ବିପୁଳ ରାଜସ୍ବ ସଂଗ୍ରହ କରୁଛି। ଉକ୍ତ ଅର୍ଥକୁ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରିବା ବଦଳରେ ‘ବିପଜ୍ଜନକ ସଫ୍ଟଓ୍ବେର’ ବ୍ୟବହାର କରି ଗୋଇନ୍ଦାଗିରି କରୁଛି ବୋଲି ମମତା ସମାଲୋଚନା କରିଛନ୍ତି।
ଟିଏମ୍‌ସି ସୁପ୍ରିମୋ ଆହୁରି କହିଛନ୍ତି, ପେଗାସସ୍‌ ଅତ୍ୟନ୍ତ ବିପଜ୍ଜନକ। ଏମ୍‌ପି ଅଭିଷେକ ବାନାର୍ଜୀ (ମମତାଙ୍କ ପୁତୁରା) ଏବଂ ପ୍ରଶାନ୍ତ କିଶୋର (ନିର୍ବାଚନ ରଣନୀତିକାର)ଙ୍କ ଉପରେ ଚୋରାରେ ସତର୍କ ଦୃଷ୍ଟି ରଖାଯାଉଛି। ତେଣୁ ମୁଁ ମୋ ଫୋନ୍‌କୁ ପ୍ଲାଷ୍ଟରରେ ଘୋଡ଼ାଇ ଦେଇଛି। ଭାଜପା ସରକାରକୁ ମଧ୍ୟ ଅନୁରୂପ ଭାବେ ପ୍ଲାଷ୍ଟର କରାଯିବା ଉଚିତ। ଅନ୍ୟଥା ଦେଶ ବରବାଦ ହୋଇଯିବ। ଭାଜପା ଦେଶର ସଂଘୀୟ ଢାଞ୍ଚାକୁ ଧ୍ୱଂସ କରିବା ଦିଗରେ କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟ ଏହା ଉପରେ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରନ୍ତୁ। ଗଣତନ୍ତ୍ରରେ ଗଣମାଧ୍ୟମ, ନ୍ୟାୟପାଳିକା ଓ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ, ଯାହାଙ୍କୁ ପେଗାସସ୍‌ ନିଜ ଆୟତ୍ତରେ ରଖିଛି। ସର୍ବୋଚ୍ଚ ଅଦାଲତ ଆଗକୁ ଆସି ଦେଶକୁ ସହଯୋଗ କରନ୍ତୁ ଏବଂ ଗଣତନ୍ତ୍ରକୁ ରକ୍ଷା କରନ୍ତୁ। ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବିରୋଧୀ ନେତାଙ୍କ ବିପକ୍ଷରେ ଅପବ୍ୟବହାର କରୁଛନ୍ତି ବୋଲି ମମତା ସମାଲୋଚନା କରିଛନ୍ତି। ତେବେ ତାଙ୍କର ଏହି ବକ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ସମାଲୋଚନା ନୁହେଁ, ବରଂ ଦେଶ ହିତରେ ଉଦ୍ଦିଷ୍ଟ ବୋଲି ଟିଏମ୍‌ସି ନେତ୍ରୀ ସ୍ପଷ୍ଟ କରିଛନ୍ତି। ସେହିପରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ମଧ୍ୟ ପେଗାସସ୍‌ ସ୍ନୁପିଂ ମାମଲାର ତଦନ୍ତ ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri