Posted inଜାତୀୟ

ରବିବାର ‘ସ୍ବାମୀତ୍ୱ’ ଯୋଜନା ଆରମ୍ଭ କରିବେ ମୋଦି: ୭୬୩ ଗ୍ରାମର ହିତାଧିକାରୀ ହେବେ ଉପକୃତ

ନୂଆଦିଲ୍ଲୀ, ୧୦।୧୦: ଗ୍ରାମବାସୀଙ୍କ ଜମିର ମାଲିକାନା ସ୍ଥିତିିକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅନ୍ତର୍ଗତ ଲୋକଙ୍କୁ ଜମି ପଟା ବଣ୍ଟନ କରାଯିବ। ଏହା ଦ୍ୱାରା ୬ଟି ରାଜ୍ୟର ୭୬୩ ଗ୍ରାମର ହିତାଧିକାରୀ ଉପକୃତ ହେବେ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୩୪୬ ଗ୍ରାମ ରହିଛି। ସେହିପରି ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଏବଂ କର୍ନାଟକର ୨ଟି ଗ୍ରାମ ରହିଛି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ। ଜମି ପଟା ଦେଖାଇ ଲୋକେ ଋଣ କରିପାରିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରିବ ବୋଲି କୁହାଯାଉଛି। ଏକ ଲକ୍ଷ ଲୋକ ସେମାନଙ୍କର ଜମି ପଟା ମୋବାଇଲ ଫୋନ୍‌କୁ ପଠାଯାଇଥିବା ଏସ୍‌ଏମ୍‌ଏସ୍‌ ଲିଙ୍କ୍‌ ଦ୍ୱାରା ଡାଉନଲୋଡ୍‌ କରିପାରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର ବ୍ୟତିତ ଅନ୍ୟ ରାଜ୍ୟର ଗ୍ରାମବାସୀ ଗୋଟିଏ ଦିନରେ ଜମି ପଟା ପାଇପାରିବେ ବୋଲି କୁହାଯାଉଛି। ତେବେ ଏକମାସ ପରେ ମହାରାଷ୍ଟ୍ରର ଗ୍ରାମୀଣ ଲୋକେ ମଧ୍ୟ ଏହି ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ପୋଲିସର ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ...

କରୋନା ଭୟରେ ଦୁର୍ଘଟଣାର ଶିକାର ଯୁବକଙ୍କୁ ଛୁଉଁ ନ ଥିଲେ କେହି: ବିଧାୟକ ପହଞ୍ଚି କଲେ ଏମିତି

ଗୁଣ୍ଟୁର,୮।୮: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କେହି କାହାର ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମଣିଷର ଅମାନବିକତା...

କର୍ନାଟକ ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କ ପରଲୋକ

ବେଙ୍ଗାଲୁରୁ,୨୭।୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କର ମାଙ୍ଗାଲୁରରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ...

କାହିଁକି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ନ୍ୟାଶନାଲ ଡେମୋକ୍ରାଟିକ୍ ଆଲଏନ୍ସ(ଏନ୍‌ଡିଏ)କୁ ବହୁମତ ମିଳିଛି । ୧୨୫ ଆସନରେ ଏନ୍‌ଡିଏ ବିଜୟ ଲାଭ...

୪ ମାସରେ ମଲେଣି ୩୯ ବାଘ

ନୂଆଦିଲ୍ଲୀ, ୬ା୪: ଚଳିତ ବର୍ଷ ଦେଶରେ ୩୯ ବାଘଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୧୫ ବାଘଙ୍କ ଜୀବନ ଯାଇଛି। କେବଳ ଗତ ୩...

ଦିଲ୍ଲୀ ନଗର ନିଗମ ଓ୍ବାର୍ଡର ପରସିମନ ପାଇଁ ୩ ଜଣିଆ କମିଟି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ…

ନୂଆଦିଲ୍ଲୀ, ୯।୭ : ଦିଲ୍ଲୀର ନଗର ନିଗମ ୱାର୍ଡର ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି।...

ଶୋଇଥିବା ଅବସ୍ଥାରେ ତିନି ଭଉଣୀଙ୍କ ଉପରେ ଏସିଡ୍ ମାଡ: ଜଣେ ଗୁରୁତର

ଗୌଂଡା ,୧୩ ।୧୦: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ବାରମ୍ବାର ବିରୋଧି ଓ ଶାସକ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଏଠାରେ କିନ୍ତୁ...

ପଶ୍ଚିମବଙ୍ଗରେ ଖୋଲିବ ‘ପାରା ଶିକ୍ଷାଳୟ’

କୋଲକାତା,୪ ।୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଏବେ ମୁକ୍ତାକାଶ ବିଦ୍ୟାଳୟ କାର୍ଯ୍ୟକ୍ରମ ପାରା ଶିକ୍ଷାଳୟ(ନେବରହୁଡ ସ୍କୁଲ) ଖୋଲିବାକୁ ସ୍ଥିର କରାଯାଇଛି । ପ୍ରାଇମେରୀ...

Advertisement
Archives

Model This Week