Posted inଜାତୀୟ

କବର ଖୋଳିବା ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଶିଲଂ,୨୫।୨: ମୋଦିଙ୍କ କବର ଖୋଳିବୁ ବୋଲି କହିଥିବା ବିରୋଧୀ ଦଳ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଜବାବ ଦେଇଛନ୍ତି। କବର ଖୋଳିବା ମନ୍ତବ୍ୟର ଜବାବର ଦେଶବାସୀ ‘ମୋଦି ତେରା କମଳ ଖିଲେଗା’ ବୋଲି କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଶୁକ୍ରବାର ମେଘାଳୟ ରାଜଧାନୀ ଶିଲଂରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ଯେଉଁମାନେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି ବା ଚିନ୍ତା କରୁଛନ୍ତି, ସେମାନଙ୍କୁ ଦେଶବାସୀ ଉପଯୁକ୍ତ ଜବାବ ଦେବେ। ଯେଉଁମାନଙ୍କୁ ଦେଶ ପ୍ରତ୍ୟାଖ୍ୟାନ କରିଦେଇଛି, ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଗୁରୁବାର ଛତିଶଗଡ଼ ଯିବାକୁ ଥିବା ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେରାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ କେତେକ ଦଳୀୟ ନେତା ‘ମୋଦି ତେରି କବର ଖୁଦେଗି’ ବୋଲି ସ୍ଲୋଗାନ ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ନାଁକୁ ନେଇ ଖେରା ଅପମାନିତ କରିଥିବାରୁ ଆସାମ ପୋଲିସ ତାଙ୍କୁ ଗିରଫ କରଥିଲା। କିଛି ସମୟ ପରେ ତାଙ୍କୁ ଜାମିନରେ ଛଡ଼ାଯାଇଥିଲା। ତେବେ ଉକ୍ତ ବିବାଦ ସମ୍ପର୍କରେ ମୋଦି କିଛି କହି ନ ଥିଲେ। ମେଘାଳୟରେ ‘ପିପୁଲ୍ସ ଫାଷ୍ଟ’ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ମେଘାଳୟ ଲୋକେ ପରିବାର ପ୍ରଥମ ନୁହେଁ ଜନସାଧାରଣ ପ୍ରଥମ ସରକାର ଚାହାନ୍ତି। ତେଣୁ ଏଠାରେ ପଦ୍ମ ମେଘାଳୟର ଶକ୍ତି, ଶାନ୍ତି ଓ ସ୍ଥିରତାର ପ୍ରତୀକ ପାଲଟିଥିବା ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ରାଉରକେଲାରେ ବଡ଼ ଧରଣର ବ୍ରାଉନସୁଗାର ଜବତ: ୭ ମହିଳା ସମେତ ୮ ଡ୍ରଗ୍ସ ବେପାରୀ ଗିରଫ, ୧ କୋଟି ଟଙ୍କାରୁ ଅଧିକ

ରାଉରକେଲା, ୨୩।୫ (ସଙ୍ଗୀତା ଜେନା): ଓଡ଼ିଶାରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ଏକ ବଡ଼ ସଫଳତା। ରାଉରକେଲା ପୋଲିସ ପ୍ଲାଣ୍ଟସାଇଟ୍ ଥାନା ସୀମା ଅନ୍ତର୍ଗତ ମୀନାପଡ଼ା ଅଞ୍ଚଳରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri