Posted inଜାତୀୟ

କବର ଖୋଳିବା ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଶିଲଂ,୨୫।୨: ମୋଦିଙ୍କ କବର ଖୋଳିବୁ ବୋଲି କହିଥିବା ବିରୋଧୀ ଦଳ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଜବାବ ଦେଇଛନ୍ତି। କବର ଖୋଳିବା ମନ୍ତବ୍ୟର ଜବାବର ଦେଶବାସୀ ‘ମୋଦି ତେରା କମଳ ଖିଲେଗା’ ବୋଲି କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଶୁକ୍ରବାର ମେଘାଳୟ ରାଜଧାନୀ ଶିଲଂରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ଯେଉଁମାନେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି ବା ଚିନ୍ତା କରୁଛନ୍ତି, ସେମାନଙ୍କୁ ଦେଶବାସୀ ଉପଯୁକ୍ତ ଜବାବ ଦେବେ। ଯେଉଁମାନଙ୍କୁ ଦେଶ ପ୍ରତ୍ୟାଖ୍ୟାନ କରିଦେଇଛି, ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଗୁରୁବାର ଛତିଶଗଡ଼ ଯିବାକୁ ଥିବା ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେରାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ କେତେକ ଦଳୀୟ ନେତା ‘ମୋଦି ତେରି କବର ଖୁଦେଗି’ ବୋଲି ସ୍ଲୋଗାନ ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ନାଁକୁ ନେଇ ଖେରା ଅପମାନିତ କରିଥିବାରୁ ଆସାମ ପୋଲିସ ତାଙ୍କୁ ଗିରଫ କରଥିଲା। କିଛି ସମୟ ପରେ ତାଙ୍କୁ ଜାମିନରେ ଛଡ଼ାଯାଇଥିଲା। ତେବେ ଉକ୍ତ ବିବାଦ ସମ୍ପର୍କରେ ମୋଦି କିଛି କହି ନ ଥିଲେ। ମେଘାଳୟରେ ‘ପିପୁଲ୍ସ ଫାଷ୍ଟ’ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ମେଘାଳୟ ଲୋକେ ପରିବାର ପ୍ରଥମ ନୁହେଁ ଜନସାଧାରଣ ପ୍ରଥମ ସରକାର ଚାହାନ୍ତି। ତେଣୁ ଏଠାରେ ପଦ୍ମ ମେଘାଳୟର ଶକ୍ତି, ଶାନ୍ତି ଓ ସ୍ଥିରତାର ପ୍ରତୀକ ପାଲଟିଥିବା ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ହୁନର ହାଟ’ରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୨: ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ତାଙ୍କ ପତ୍ନୀ ଉଷାମ୍ମା ଦେବୀଙ୍କ ସହ ଗୁରୁବାର ଇଣ୍ଡିଆ ଗେଟରେ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର...

ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ: ରାହୁଲ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଜିରୋ ସମ୍‌ ବଜେଟ’ କହିବା ସହ ଏଥିରେ ମଧ୍ୟବିତ୍ତ ଶ୍ରେଣୀ, ବେତନଭୋଗୀ କର୍ମଚାରୀ, ଚାଷୀ...

ୟୁପିରେ ବର୍ଷାର ପ୍ରକୋପ,ଝଡ଼ ତୋଫାନ ନେଲା ୧୯ଜୀବନ

ଲକ୍ଷ୍ନୌ,୭।୬: ଭୀଷଣ ଖରାରେ ସିଝୁଥିବା ଉତ୍ତରପ୍ରଦେଶରେ ଗୁରୁବାର ବର୍ଷା ହେବା ପରେ ଗରମରୁ ଟିକେ ନିସ୍ତାର ମିଳିଛି। ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ନୌ ଓ ଆଖପାଖ ଅଞ୍ଚଳରେ...

ଗୋତ୍ର ବାହାରେ ବିବାହ କାରଣରୁ କାହାକୁ ବାସନ୍ଦ କରିବା ଅନୁଚ୍ଛେଦ ୨୫ର ଉଲ୍ଲଂଘନ…

ଥିରୁଭାନନ୍ତପୁରମ୍‌, ୧୭।୯ : ବିବାହ ଏକ ବ୍ୟକ୍ତିଗତ ମୌଳିକ ଅଧିକାର। ଜଣେ ବ୍ୟକ୍ତି ନିଜ ପସନ୍ଦର ବିବାହ କରିପାରିବେ। ଏନେଇ କେହି ତାଙ୍କୁ ବାଧା ଦେଇପାରିବେ...

କରୋନାର ଦ୍ୱିତୀୟ ଲହର ପରେ ଅଧିକାଂଶ ରାଜ୍ୟ ନିଜେ ଉତ୍ପାଦନ କରୁଛନ୍ତି ଅକ୍ସିଜେନ

ନୂଆଦିଲ୍ଲୀ,୩୧ ।୩: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟ ଆଗକୁ ଆଉ ଦେଖାଯାଇ ନ ପାରେ । କାରଣ ଏବେ ଅଧିକାଂଶ...

ପାଣ୍ଠି ହେର୍‌ଫେର୍‌ ଅଭିଯୋଗ: ଅଷ୍ଟ୍ରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲେ ଭାରତ ସରକାର

ନୂଆଦିଲ୍ଲୀ,୩୦।୧୨: ପାଣ୍ଠି ହେର୍‌ଫେର୍‌ ଅଭିଯୋଗ ଆସିବା ପରେ ଭାରତ ସରକାର ଅଷ୍ଟ୍ରିଆରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରେନୁପାଲଙ୍କୁ ଫେରାଇ ଆଣିଛନ୍ତିି। ରେନୁଙ୍କ କାର୍ଯ୍ୟକାଳ ପୂରଣ ହେବାର...

କଥା କହିଲେ ଉଡ଼ିବ ଯୁଦ୍ଧ ବିମାନ: ଏଚ୍‌ଏଏଲ୍‌ ପ୍ରସ୍ତୁତ କଲା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌

ଲକ୍ଷ୍ନୌ,୩।୨: ଏଣିକି ଆଉ ଯୁଦ୍ଧ ବିମାନକୁ କକ୍‌ ପିଟ୍‌ରେ ବସି ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ। ଭାରତ ନିଜସ୍ବ ଜ୍ଞାନକୌଶଳ ଦ୍ୱାରା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ...

ବୁଥ୍‌ ନମ୍ବର ୧୨୬ରେ ମତଦାନ ସ୍ଥଗିତ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୁଚବିହାର ଅଞ୍ଚଳରେ ହୋଇଥିବା ହିଂସାକୁ ନେଇ ରାଜ୍ୟରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବୁଥ୍‌...

Advertisement
Archives

Model This Week