Posted inଜାତୀୟ

ଟାଇମ୍‌ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ମୋଦି

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ୨୦୨୦ରେ ପୃଥିବୀର ଶହେ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପୁଣି ମୋଦିଙ୍କ ନାମ ରହିଛି। ଚଳିତ ବର୍ଷ ଏହି ତାଲିକାରେ ପୃଥିବୀର ୨୪ରୁ ଅଧିକ ନେତାଙ୍କ ନାମ ରହିଛି। ତାଲିକାରେ ମୋଦିଙ୍କ ସହିତ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା, ରବିନ୍ଦର ଗୁପ୍ତା, ମୂଳଭାରତୀୟ ସୁନ୍ଦର ପିଚାଇଙ୍କ ନାମ ମଧ୍ୟ ସ୍ଥାନ ପାଇଛି। ଦିଲ୍ଲୀର ଶାହିନ୍‌ବାଗ ପ୍ରଦର୍ଶନରେ ସାମିଲ୍‌ ହୋଇଥିବା ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍‌ ଦାଦୀଙ୍କ ନାମ ମଧ୍ୟ ତାଲିକାରେ ସ୍ଥାନ ପାଇଛି। ବିଲ୍କିସ୍‌ ଦାଦୀ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଥିଲେ। ପୃଥିବୀର ବୃହତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ବିପୁଳ ଜନମତ ନେଇ ମୋଦି କ୍ଷମତା ଦଖଲ କରିଥିଲେ। ରୋଜଗାରର ପ୍ରତିଶ୍ରୁତି ଦେଇ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିଥିଲେ ବି ବହୁ ବାଧାର ସମ୍ମୁଖୀନ ହୋଇଥିବା ଟାଇମ୍‌ ପକ୍ଷରୁ ଲେଖା ପ୍ରକାଶ ପାଇଛି। ଭାରତ ଏବେ କରୋନା ମହାମାରୀ ସହିତ ଯୋଜାନବଦ୍ଧଭାବେ ଲଢ଼େଇ ଜାରି ରଖିଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, କମଳା ହାରିସ୍‌, ଜୋ ବିଡେନ୍‌, ଏଞ୍ଜଲା ମର୍କେଲ, ନୈନ୍ସି ପୋଲୋସି ପ୍ରମୁଖ ରାଜନେତାଙ୍କ ନାମ ରହିଛି। ସୂଚନାଯୋଗ୍ୟ, ଟାଇମ୍‌ ମାଗାଜିନ୍‌ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ଶହେ ଜଣ ବ୍ୟକ୍ତିଙ୍କ ତାଲିକା ପ୍ରକାଶିତ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗାଇଡଲାଇନ ସହ ଆସିଲା ଅନଲକ୍‌-୩: ଜାଣନ୍ତୁ କ’ଣ ବନ୍ଦ, ଖୋଲା ରହିବ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ ବୁଧବାର ଅନଲକ୍‌ ୩.୦ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଜୁଲାଇ ୩୧ରେ ଅନଲକ୍‌-୨ ଶେଷ ହେବାକୁ ଥିବା ବେଳେ...

ଆରବ ସାଗରରେ ହେଲିକପ୍ଟର କଲା ଜରୁରୀ ଅବତରଣ…

ମୁମ୍ବାଇ, ୨୮।୬ : ମୁମ୍ବାଇ ନିକଟ ଆରବ ସାଗରର ବମ୍ବେ ହାଇ ନିକଟରେ ମଙ୍ଗଳବାର ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି। ଏଥିରେ ୭ ଜଣ...

ହିଜବୁଲ ମୁଜାହିଦ୍ଦିନରୁ ବେତନ ପାଉଥିଲେ ଦାବିନ୍ଦର

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରୁ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦନଠାରୁ ପୁରା ବର୍ଷକର ଦରମା ମିଳୁଥିଲା ବୋଲି ଜଣାପଡ଼ିଛି। ଦାବିନ୍ଦର...

ଚାଷୀ ଆନ୍ଦୋଳନ ପରେ ୧୧୩ ସଂଗଠନ ଦ୍ୱାରା ଗଠନ ହେଲା ମିଳିତ ଯୁବ ମୋର୍ଚ୍ଚା…

ନୂଆଦିଲ୍ଲୀ,୪।୪ : କୃଷକଙ୍କ ଆନ୍ଦୋଳନ ପରେ ବର୍ତ୍ତମାନ ଦେଶବ୍ୟାପୀ ଯୁବ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶର ୧୧୩ ସଂଗଠନ ଏକତ୍ରିତ ହୋଇ ‘ୟୁନାଇଟେଡ...

ଲକ୍‌ଡାଉନ୍‌କୁ ନେଇ କଡା ହେଲେ କେନ୍ଦ୍ର ସରକାର: ସିଲ୍‌ ହେବ ରାଜ୍ୟ, ଜିଲାର ସୀମା

ନୂଆଦିଲ୍ଲୀ,୨୯।୩: କରୋନା ଭାଇରସକୁ ନେଇ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଏହାକୁ ଖୋଲାଖୋଲି ଭାବେ...

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର(ବ୍ୟୁରୋ), ୨୩।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମଙ୍ଗଳବାର ଭର୍ଟିକାଲ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର...

ବିରଳ ଦୁଇ ମୁଣ୍ଡିଆ ସାପ ଜବତ: ଜଣେ ଗିରଫ

ଲକ୍ଷ୍ନୌ,୧୪।୯-ବିରଳ ସାପ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଖେରୀ ଜିଲା ମିତୋଲି ଥାନା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ...

କଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗ: ଭାରତ କହିଲା, ମିଛ କହୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୨୩।୭: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି ଭାରତ। ଟମ୍ପ ମିଛ କହୁଛନ୍ତି ବୋଲି ଭାରତ କହିଛି।...

Advertisement
Archives

Model This Week