ଆଦାନୀଙ୍କ ପାଓ୍ବାର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ଜୋର ଦେଇଥିଲେ ମୋଦି

କଲମ୍ବୋ, ୧୩ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରେ ୫ଶହ ମେଗାଓ୍ବାଟ୍‌ ବିଶିଷ୍ଟ ପବନଚାଳିତ ଏକ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ଜୋର ଦେଇଥିବା ନେଇ ସେଠାକାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କୁ କହିଥିଲେ। ଶ୍ରୀଲଙ୍କା ବିଦ୍ୟୁତ୍‌ କର୍ତ୍ତୃପକ୍ଷ ମୁଖ୍ୟ ଏକ ସଂସଦୀୟ କମିଟି ଆଗରେ ଏଭଳି ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ କଥାରୁ ଓହରି ଯାଇଛନ୍ତି।

୧୦ ତାରିଖରେ ଶ୍ରୀଲଙ୍କା ପବ୍ଲିକ୍‌ ଏଣ୍ଟପ୍ରାଇଜେସ୍‌ ସମ୍ପର୍କିତ ପାର୍ଲାମେଣ୍ଟାରୀ କମିଟିର ଏକ ଖୋଲା ଶୁଣାଣି ହୋଇଥିଲା। ଏଥିରେ ସେଲନ୍‌ ଇଲେକ୍ଟ୍ରିସିଟି ବୋର୍ଡ (ସିଇବି) ମୁଖ୍ୟ ଏମ୍‌. ଏମ୍‌. ସି. ଫର୍ଡିନାଣ୍ଡୋ ହାଜର ହୋଇ ନିଜ ବକ୍ତବ୍ୟ ରଖିଥିଲେ। ଭାରତର ପ୍ରଧାନମନ୍ତ୍ରୀ ମୋଦି ଉକ୍ତ ପାଓ୍ବାର ପ୍ଲାଣ୍ଟ ଆଦାନୀ ଗ୍ରୁପ୍‌ ଜରିଆରେ ପ୍ରତିଷ୍ଠା କରାଇବା ପାଇଁ ଚାହୁଁଥିବା ୨୦୨୧ ନଭେମ୍ବର ୨୪ରେ ରାଷ୍ଟ୍ରପତି ରାଜପାକ୍‌ସେ କହିଥିବା ନେଇ ଫର୍ଡିନାଣ୍ଡୋ ପ୍ରକାଶ କରିଥିଲେ। ଏହାର ଜବାବରେ ଫର୍ଡିନାଣ୍ଡୋ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ, ଏହି ପ୍ରସଙ୍ଗ ଉପରେ ସିଇବି ନିଷ୍ପତ୍ତି ନେଇପାରିବ ନାହିଁ।

ଏହା ନିବେଶ ବୋର୍ଡ ଅଧୀନରେ ଆସୁଥିବାରୁ ଅର୍ଥ ସଚିବ ଆବଶ୍ୟକ ପଦକ୍ଷେପ ନେବା ଉଚିତ। କାରଣ ଏହା ଆନ୍ତଃସରକାରୀ ଡିଲ୍‌ ବୋଲି ସେ ପ୍ରକାଶ କରିଥିଲେ। ତେବେ ରାଷ୍ଟ୍ରପତି ରାଜପାକ୍‌ସେ ଅଭିଯୋଗକୁ ଖଣ୍ଡନ କରି ଫର୍ଡିନାଣ୍ଡୋଙ୍କୁ ଏଭଳି ନିର୍ଦ୍ଦେଶ ଦେଇ ନ ଥିବା ଜୁନ୍‌ ୧୧ରେ ଟୁଇଟ୍‌ କରି କହିଥିଲେ। ଫଳରେ ଫର୍ଡିନାଣ୍ଡୋ ନିଜ ମନ୍ତବ୍ୟରୁ ୟୁ-ଟର୍ନ କରିଛନ୍ତି। ସେ କହିଛନ୍ତି, ତାଙ୍କ ଉପରେ ବଢ଼ୁଥିବା ଚାପରେ ବିବ୍ରତ ଓ ଭାବପ୍ରବଣ ହୋଇ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ।

ପ୍ରକାଶ ଯେ, ଗତବର୍ଷ ଅକ୍ଟୋବର ୨୧ରେ ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଶ୍ରୀଲଙ୍କା ଗସ୍ତ କରିଥିଲେ। ସେହି ସମୟରେ ଆଦାନୀ ଗ୍ରୁପ୍‌ ଏବଂ ସିଇବି ମଧ୍ୟରେ ମନାର୍‌ ଓ ପୁନେରନ୍‌ ପ୍ରଦେଶରେ ୫୦୦ ମେଗାଓ୍ବାଟ୍‌ ବିଶିଷ୍ଟ ନବୀକରଣୀୟ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri