ରଜ ପାଇଁ ସବୁଠି ଉତ୍ସାହ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦିନକ ପରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ରଜ ପର୍ବ। ଓଡ଼ିଆ ଘରର ଏହି ମହାନ ପର୍ବକୁ ଏଥର ଧୁମ୍‌ଧାମ୍‌ରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟ। କରୋନା ମହାମାରୀ ପାଇଁ ୨ବର୍ଷ ହେବ ଫିକା ପଡ଼ିଥିଲା ରଜ। ଏବେ ବିନା କଟକଣାରେ ଲୋକମାନେ ନିଜ ପରମ୍ପରା, ସଂସ୍କୃତି ଓ ରୀତିନୀତିକୁ ନେଇ ରଜ ଉତ୍ସବ ପାଳନ କରିବେ। ନା ଅଛି କରୋନାର ଭୟ ନା କୌଣସି ବାଧା। ଖରାଛୁଟିକୁ ଆଗୁଆ ରଜ ପାଗ, ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଥିବାବେଳେ ପରିବାର, ଗାଁଠୁ ସହର ଯାଏ ସବୁଠି ଉତ୍ସବର ପରିବେଶ। ଫଳ ଦୋକାନ, ଡ୍ରେସ୍‌, କସମେଟିକ୍ସ, ପାର୍ଲର ଆଦିରେ ଭିଡ଼ ଓ କୋଳାହଳ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ରଜକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ କେତେକ ସ୍ଥାନରେ ଆଗୁଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ରାଜ ପାନ ସହ ପିଠା, ମିଠା, ଦୋଳି ଆଦି ବିକ୍ରି ହେଉଛି। ରଜ ପ୍ରସ୍ତୁତିକୁ ନେଇ ‘ଧରିତ୍ରୀ’ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନା।
ବଜାରରେ ଭଳି କି ଭଳି ମିଠା
ରଜରେ ପିଠା ଭଳି ମିଠାର ଚାହିଦା ମଧ୍ୟ ଅଧିକ ଥାଏ। ତେଣୁ ମିଠା ଦୋକାନଗୁଡ଼ିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଆଗକୁ ଦୋକାନଗୁଡ଼ିକୁ ଭଳିକି ଭଳି ମିଠାରେ ସଜାଇ ରଖିଥିବା ଦେଖିବାକୁ ମିଳୁଛି। କେତେକ ମିଠା ଦୋକାନୀ ବାହାରୁ କାରିଗର ଆଣିଥିବାବେଳେ ଅନ୍‌ଲାଇନ୍‌ କାରବାର ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି। ତେବେ ଚଳିତ ବର୍ଷ ଛେନା ଓ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ହୋଇଥିବାରୁ ପୂର୍ବବର୍ଷ ଅପେକ୍ଷା ମିଠା ଦର ଅଧିକ ରହିଛି।
ସବୁ ଫଳ ଦର ୧୦୦ ପାର୍‌
ସାବିତ୍ରୀ ପରେ ପରେ ରଜ ଆସିଛି। ସାବିତ୍ରୀ ପରି ରଜରେ ମଧ୍ୟ ଫଳଦର ଆକାଶଛୁଆଁ ହେବା ଆରମ୍ଭ କରିଛି। ସବୁ ଫଳ ୧୦୦ ଉପରେ ରହିଛି। ଆମ୍ବ, ଅଙ୍ଗୁର କେଜି ପ୍ରତି ୧୦୦ ଟପିଥିବାବେଳେ କମଳା ୧୨୦ରୁ, ସେଓ ୧୮୦ରୁ ଆରମ୍ଭ ହେଉଛି। ଭଲ କଦଳୀ ଡଜନକୁ ୧୦୦ରେ ବିକ୍ରି ହେଉଛି। ରଜଦିନ ଆହୁରି ବଢ଼ିବ ବୋଲି ବ୍ୟବସାୟୀ ମାନେ ଆଶାବାନ୍ଧି ବସିଛନ୍ତି।

ଓଟିଡିସିର ସ୍ବତନ୍ତ୍ର ବ୍ୟବସ୍ଥା, ଭାରି ସୁଆଦ ଚୁଲି ପିଠା

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ରଜ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କରୋନା କଟକଣା ଥିବାରୁ ଦୁଇବର୍ଷ ହେବ ଘରକୁ ଘର ପିଠା ପହଞ୍ଚାଇ ଦିଆଯାଉଥିଲା। ଏଥର ଦୋଳି, ପିଠାପଣା, ରଜଗୀତ, ରଜପାନ, ଉପହାର ବାକ୍ସ ଆଦିକୁ ନେଇ ଓଟିଡିସିଠାରେ ରଜ ଉତ୍ସବର ଆୟୋଜନ କରାଯାଇଛି। ସୋମବାର ଅପରାହ୍ନ ୫ଟାରେ ଏହାର ଉଦ୍‌ଘାଟନ ହେବ। କିନ୍ତୁ ମଙ୍ଗଳବାର ସଜବାଜଠାରୁ ରଜ ଉତ୍ସବରେ ଲୋକେ ସାମିଲ ହୋଇପାରିବେ। ଉକ୍ତଦିନ ସକାଳ ୮ଟାରୁ ଉତ୍ସବ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ରବିବାର ପାରମ୍ପରିକ ଚୁଲିରେ ପୋଡ଼ପିଠା ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲ। ସେହିଭଳି ଓଟିଡିସି ପକ୍ଷରୁ ପଟିଆଠାରେ ଏକ ପିଠା ହୁଇଲର ବ୍ୟବସ୍ଥା କରାଯାଇଥିବାବେଳେ ନିମନ୍ତ୍ରଣ ରେସ୍ତୋରାଁରେ ପିଠା କାଉଣ୍ଟର ମଧ୍ୟ ଖୋଲାଯିବ। ଚୁଲି ପିଠା ଭାରି ସୁଆଦିଆ ବୋଲି ଓଟିଡିସି ମ୍ୟାନେଜର କ୍ଷିତୀଶ କୁମାର ଦାସ କହିଛନ୍ତି। ଚଳିତବର୍ଷ ସ୍ବତନ୍ତ୍ର ପ୍ରସ୍ତୁତିରେ ପାରମ୍ପରିକ ମହୁଲ ପିଠା ସ୍ଥାନ ପାଇଛି। ଏଥିସହ ପୋଡ଼, କାକରା, ଲବଙ୍ଗଲତା, ସିଝା, ଭଜା ଓ ଛଣା ମଣ୍ଡା ଆଦି ଉପଲବ୍ଧ ହେବ।

ରାଜଧାନୀରେ ପିଠାର ବାସ୍ନା

ରଜ ଆସିଲେ ମନେପଡେ ପିଠାର କଥା। ବିନା ପିଠାରେ ରଜ ପାଳନ ହୁଏନା। ଗାଁରେ ଘରେ ଘରେ ମହିଳାମାନେ ପିଠା ତିଆରି କରି ପରିବାର, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଅତିଥିଙ୍କୁ ଖୁଆଇଥାନ୍ତି। ପିଠା ବାସ୍ନାରେ ଗାଁ ମହକି ଉଠେ। ଏବେ ସହରରେ ମଧ୍ୟ ପିଠାର ବାସ୍ନା ରଜର ନିଆରା ଅନୁଭବ ଦେଉଛି। ଏବର୍ଷ ରାଜଧାନୀରେ କେତେଜଣ ଯୁବକ, ଯୁବତୀ ଓ ମହିଳା ରଜ ପିଠା ପ୍ରସ୍ତୁତ କରିଛନ୍ତି। ଫରେଷ୍ଟ ପାର୍କ ସମ୍ମୁଖରେ ରହିଛି ମୋ ପିଠା ଦୋକାନ। ରବିବାର ଉକ୍ତ ଦୋକାନରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ପୋଡ଼ପିଠା, ଛଣା ମଣ୍ଡା, ଆରିସା, କରଞ୍ଜି, କ୍ଷୀର ପୋଡ଼, ଚନ୍ଦ୍ରକାନ୍ତି, କାକରା ଆଦି ପିଠା ଏଠାରେ ଉପଲବ୍ଧ ରହିଛି। ଏଥର ରଜ ପାଇଁ ସିଆର୍‌ପି ଛକ, ଶହୀଦନଗର, ମାଷ୍ଟର କ୍ୟାଣ୍ଟିନ, ସତ୍ୟନଗର ବିଗ୍‌ବଜାରଠାରେ ଅନ୍ୟ ଷ୍ଟଲ୍‌ଗୁଡ଼ିକ ଲଗାଯାଇଛି ବୋଲି ଏହାର ପ୍ରୋପ୍ରାଇଟର ରଜତ କୁମାର ବେହେରା କହିଛନ୍ତି। ରଜ ପୋଡ଼, କ୍ଷୀର ପୋଡ଼ କେଜି ପ୍ରତି ୩୦୦ଟଙ୍କା ରଖା ଯାଇଛି। ଏହା ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ମିଳିପାରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri