ରଜ ପାଇଁ ସବୁଠି ଉତ୍ସାହ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦିନକ ପରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ରଜ ପର୍ବ। ଓଡ଼ିଆ ଘରର ଏହି ମହାନ ପର୍ବକୁ ଏଥର ଧୁମ୍‌ଧାମ୍‌ରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟ। କରୋନା ମହାମାରୀ ପାଇଁ ୨ବର୍ଷ ହେବ ଫିକା ପଡ଼ିଥିଲା ରଜ। ଏବେ ବିନା କଟକଣାରେ ଲୋକମାନେ ନିଜ ପରମ୍ପରା, ସଂସ୍କୃତି ଓ ରୀତିନୀତିକୁ ନେଇ ରଜ ଉତ୍ସବ ପାଳନ କରିବେ। ନା ଅଛି କରୋନାର ଭୟ ନା କୌଣସି ବାଧା। ଖରାଛୁଟିକୁ ଆଗୁଆ ରଜ ପାଗ, ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଥିବାବେଳେ ପରିବାର, ଗାଁଠୁ ସହର ଯାଏ ସବୁଠି ଉତ୍ସବର ପରିବେଶ। ଫଳ ଦୋକାନ, ଡ୍ରେସ୍‌, କସମେଟିକ୍ସ, ପାର୍ଲର ଆଦିରେ ଭିଡ଼ ଓ କୋଳାହଳ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ରଜକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ କେତେକ ସ୍ଥାନରେ ଆଗୁଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ରାଜ ପାନ ସହ ପିଠା, ମିଠା, ଦୋଳି ଆଦି ବିକ୍ରି ହେଉଛି। ରଜ ପ୍ରସ୍ତୁତିକୁ ନେଇ ‘ଧରିତ୍ରୀ’ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନା।
ବଜାରରେ ଭଳି କି ଭଳି ମିଠା
ରଜରେ ପିଠା ଭଳି ମିଠାର ଚାହିଦା ମଧ୍ୟ ଅଧିକ ଥାଏ। ତେଣୁ ମିଠା ଦୋକାନଗୁଡ଼ିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଆଗକୁ ଦୋକାନଗୁଡ଼ିକୁ ଭଳିକି ଭଳି ମିଠାରେ ସଜାଇ ରଖିଥିବା ଦେଖିବାକୁ ମିଳୁଛି। କେତେକ ମିଠା ଦୋକାନୀ ବାହାରୁ କାରିଗର ଆଣିଥିବାବେଳେ ଅନ୍‌ଲାଇନ୍‌ କାରବାର ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି। ତେବେ ଚଳିତ ବର୍ଷ ଛେନା ଓ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ହୋଇଥିବାରୁ ପୂର୍ବବର୍ଷ ଅପେକ୍ଷା ମିଠା ଦର ଅଧିକ ରହିଛି।
ସବୁ ଫଳ ଦର ୧୦୦ ପାର୍‌
ସାବିତ୍ରୀ ପରେ ପରେ ରଜ ଆସିଛି। ସାବିତ୍ରୀ ପରି ରଜରେ ମଧ୍ୟ ଫଳଦର ଆକାଶଛୁଆଁ ହେବା ଆରମ୍ଭ କରିଛି। ସବୁ ଫଳ ୧୦୦ ଉପରେ ରହିଛି। ଆମ୍ବ, ଅଙ୍ଗୁର କେଜି ପ୍ରତି ୧୦୦ ଟପିଥିବାବେଳେ କମଳା ୧୨୦ରୁ, ସେଓ ୧୮୦ରୁ ଆରମ୍ଭ ହେଉଛି। ଭଲ କଦଳୀ ଡଜନକୁ ୧୦୦ରେ ବିକ୍ରି ହେଉଛି। ରଜଦିନ ଆହୁରି ବଢ଼ିବ ବୋଲି ବ୍ୟବସାୟୀ ମାନେ ଆଶାବାନ୍ଧି ବସିଛନ୍ତି।

ଓଟିଡିସିର ସ୍ବତନ୍ତ୍ର ବ୍ୟବସ୍ଥା, ଭାରି ସୁଆଦ ଚୁଲି ପିଠା

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ରଜ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କରୋନା କଟକଣା ଥିବାରୁ ଦୁଇବର୍ଷ ହେବ ଘରକୁ ଘର ପିଠା ପହଞ୍ଚାଇ ଦିଆଯାଉଥିଲା। ଏଥର ଦୋଳି, ପିଠାପଣା, ରଜଗୀତ, ରଜପାନ, ଉପହାର ବାକ୍ସ ଆଦିକୁ ନେଇ ଓଟିଡିସିଠାରେ ରଜ ଉତ୍ସବର ଆୟୋଜନ କରାଯାଇଛି। ସୋମବାର ଅପରାହ୍ନ ୫ଟାରେ ଏହାର ଉଦ୍‌ଘାଟନ ହେବ। କିନ୍ତୁ ମଙ୍ଗଳବାର ସଜବାଜଠାରୁ ରଜ ଉତ୍ସବରେ ଲୋକେ ସାମିଲ ହୋଇପାରିବେ। ଉକ୍ତଦିନ ସକାଳ ୮ଟାରୁ ଉତ୍ସବ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ରବିବାର ପାରମ୍ପରିକ ଚୁଲିରେ ପୋଡ଼ପିଠା ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲ। ସେହିଭଳି ଓଟିଡିସି ପକ୍ଷରୁ ପଟିଆଠାରେ ଏକ ପିଠା ହୁଇଲର ବ୍ୟବସ୍ଥା କରାଯାଇଥିବାବେଳେ ନିମନ୍ତ୍ରଣ ରେସ୍ତୋରାଁରେ ପିଠା କାଉଣ୍ଟର ମଧ୍ୟ ଖୋଲାଯିବ। ଚୁଲି ପିଠା ଭାରି ସୁଆଦିଆ ବୋଲି ଓଟିଡିସି ମ୍ୟାନେଜର କ୍ଷିତୀଶ କୁମାର ଦାସ କହିଛନ୍ତି। ଚଳିତବର୍ଷ ସ୍ବତନ୍ତ୍ର ପ୍ରସ୍ତୁତିରେ ପାରମ୍ପରିକ ମହୁଲ ପିଠା ସ୍ଥାନ ପାଇଛି। ଏଥିସହ ପୋଡ଼, କାକରା, ଲବଙ୍ଗଲତା, ସିଝା, ଭଜା ଓ ଛଣା ମଣ୍ଡା ଆଦି ଉପଲବ୍ଧ ହେବ।

ରାଜଧାନୀରେ ପିଠାର ବାସ୍ନା

ରଜ ଆସିଲେ ମନେପଡେ ପିଠାର କଥା। ବିନା ପିଠାରେ ରଜ ପାଳନ ହୁଏନା। ଗାଁରେ ଘରେ ଘରେ ମହିଳାମାନେ ପିଠା ତିଆରି କରି ପରିବାର, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଅତିଥିଙ୍କୁ ଖୁଆଇଥାନ୍ତି। ପିଠା ବାସ୍ନାରେ ଗାଁ ମହକି ଉଠେ। ଏବେ ସହରରେ ମଧ୍ୟ ପିଠାର ବାସ୍ନା ରଜର ନିଆରା ଅନୁଭବ ଦେଉଛି। ଏବର୍ଷ ରାଜଧାନୀରେ କେତେଜଣ ଯୁବକ, ଯୁବତୀ ଓ ମହିଳା ରଜ ପିଠା ପ୍ରସ୍ତୁତ କରିଛନ୍ତି। ଫରେଷ୍ଟ ପାର୍କ ସମ୍ମୁଖରେ ରହିଛି ମୋ ପିଠା ଦୋକାନ। ରବିବାର ଉକ୍ତ ଦୋକାନରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ପୋଡ଼ପିଠା, ଛଣା ମଣ୍ଡା, ଆରିସା, କରଞ୍ଜି, କ୍ଷୀର ପୋଡ଼, ଚନ୍ଦ୍ରକାନ୍ତି, କାକରା ଆଦି ପିଠା ଏଠାରେ ଉପଲବ୍ଧ ରହିଛି। ଏଥର ରଜ ପାଇଁ ସିଆର୍‌ପି ଛକ, ଶହୀଦନଗର, ମାଷ୍ଟର କ୍ୟାଣ୍ଟିନ, ସତ୍ୟନଗର ବିଗ୍‌ବଜାରଠାରେ ଅନ୍ୟ ଷ୍ଟଲ୍‌ଗୁଡ଼ିକ ଲଗାଯାଇଛି ବୋଲି ଏହାର ପ୍ରୋପ୍ରାଇଟର ରଜତ କୁମାର ବେହେରା କହିଛନ୍ତି। ରଜ ପୋଡ଼, କ୍ଷୀର ପୋଡ଼ କେଜି ପ୍ରତି ୩୦୦ଟଙ୍କା ରଖା ଯାଇଛି। ଏହା ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ମିଳିପାରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?