ସମ୍ବଲପୁରରେ ମୋଦି: ଚିଟ୍‌ଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମିତି ଆପଣଙ୍କ କଥା ବୁଝିବେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ମଙ୍ଗଳବାର ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି। ସମ୍ବଲପୁରର ରେମେଡ୍‌ ଛକ ପଡ଼ିଆରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଭ୍ରଷ୍ଟାଚାର ବିରୋଧୀ ନୀତି ଦେଖି ମୋତେ ତଡ଼ିବାକୁ ବସିଛନ୍ତି। ସ୍ବାଧୀନତାର ଏତେ ବର୍ଷ ପରେ ବି ଓଡ଼ିଶା ଲୋକେ ଗରିବ ରହିଛନ୍ତି। ଏଠାରେ ମହାନଦୀ, ହୀରାକୁଦ ପରିି ଜଳ ସମ୍ପଦ ରହିଛି। ତେବେ ଧାନକୁ ରୋଗରୁ ମୁକ୍ତ ପାଇଁ ରାଜ୍ୟ ବ୍ୟବସ୍ଥା କରି ନାହିଁ। ଏମ୍‌ଏସ୍‌ପି ବଢ଼ାଯାଇଛି। ସେ ଲାଭ ରାଜ୍ୟ ଚାଷୀଙ୍କୁ ଦେଉ ନାହିଁ। ଏଠାରେ କିଷାନରେ ଚାଷୀମାନେ ଲାଭ ପାଉ ନାହାନ୍ତି। ଆହୁରି ମଧ୍ୟ େମୋଦି କହିଛନ୍ତି, ଓଡ଼ିଶାରେ ବି ଭାଜପା ସରକାର ହେବା ଜଣାପଡ଼ିଯାଇଛି। ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ। ତାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାର ଅଭାବ ରହିଥିଲା। ଦିଲ୍ଲୀକୁ ଆସୁଥିବା ଟଙ୍କା ଲୋକଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚୁ ନ ଥିଲା। ଦିଲ୍ଲୀରୁ ୧ ଟଙ୍କା ଆସିଲେ ୮୫ ପଇସା ଦଲାଲ ନେଇଯାଉଥିଲା। ସ୍ବାଧୀନତା ପରଠାରୁ ଏ ଭ୍ରଷ୍ଟାଚାର ଚାଲିଥିଲା, କେହି ରୋକୁ ନ ଥିଲେ। ମୋଦି ଆସିବା ପରେ ଏ ଭ୍ରଷ୍ଟାଚାର ବନ୍ଦ ହୋଇଯାଇଛି। ଦିଲ୍ଲୀରୁ ୧ ଟଙ୍କା ଆସିଲେ, ସବୁ ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ମୋଦି କହିଛନ୍ତି। ପୁଣି ମୋଦି ସରକାର ଆସିଲେ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବେ ନାହିଁ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଯାହାର କେବଳ ପିସିରେ ମନ, ତାଙ୍କର ଆପଣମାନଙ୍କ କଥା କେମିତି ମନେ ପଡିବ। ଚିଟଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମେତି ଆପଣଙ୍କ କଥା ବୁଝିବେ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ବେଶରେ ଆସି ଝାମ୍ପିନେଲେ ଟଙ୍କା

ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ...

ଜନଗହଳିପୂର୍ଣ୍ଣ ପଡ଼ିଆରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ

ରାଉରକେଲା,୧୨ା୬(ସଙ୍ଗୀତା ଜେନା): ସେକ୍ଟର ୧୫ଥାନା ଅନ୍ତର୍ଗତ ସେକ୍ଟର ୭/୧୭ଛକ ପଛରେ ଗୁରୁବାର ପୂର୍ବାହ୍ନରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର ସୂଚନା...

ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ,୧୨ା୬: ଭଦ୍ରକରେ ବନ୍ଧୁକ ମୁନ୍‌ରେ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଛି। ତିହିଡ଼ି ବଜାରସ୍ଥିତ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍‌ରେ ଲୁଟ୍‌ ହୋଇଛି। ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ...

ବ୍ୟାଙ୍କରେ ଆତଙ୍କ ଖେଳାଇ ୧୦ ଲକ୍ଷ ଟଙ୍କା ସହ ସୁନାଗହଣା ଲୁଟିନେଲେ ଡକାୟତ

ଯୋଡ଼ା,୧୨ା୬: କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଆତଙ୍କ...

ଶୋଇଥିବାବେଳେ ସ୍ତ୍ରୀ-ସ୍ବାମୀଙ୍କୁ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା ଦୁହିଁଙ୍କ ଜୀବନ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାପ କାମୁଡ଼ା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ନନ୍ଦୀ ଜରେଇ ( ୩୫)...

ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍‌ ଗୃହକର୍ତ୍ତା ପହଞ୍ଚିଯିବାରୁ…

ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ...

ବ୍ରାହ୍ମଣୀଗାଁ ମୁଖ୍ୟ ରାସ୍ତାରେ ଡ୍ରେନ୍‌ ଜାମ୍‌, ବର୍ଷା ହେଲେ ରାସ୍ତାରେ ଭାସୁଛି ଆବର୍ଜନା

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ମୁଖ୍ୟ ବଜାରରେ ଡ୍ରେନ୍‌ ଜାମ୍‌ ହୋଇ ବର୍ଷାଜଳ ନିଷ୍କାସନ ହୋଇପାରୁନି। ଫଳରେ ବର୍ଷାଜଳ ମୁଖ୍ୟ...

ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟ

ଭୁବନେଶ୍ୱର,୧୨ା୬: ଯୁକ୍ତ ୩ ନାମଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ସର୍ବାଧିକ କଟ୍‌ଅଫ୍‌ ସହ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରାଜନୀତି ବିଜ୍ଞାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri