ମାନସିକ ସ୍ଥିତି ହରାଇ ବସିଲେଣି ମୋଦି: କାହିଁକି ଏମିତି କହିଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର, ୨୬।୫: ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକ ସ୍ଥିତି ହରାଇ ବସିଲେଣି। ସେଥିପାଇଁ ସେ ଅତ୍ୟନ୍ତ ନିମ୍ନରୁଚିର କଥାବାର୍ତ୍ତା କରୁଛନ୍ତି। ଆଶାରାମ ବାପୁ, ରାମ ରହିମଙ୍କ ଭଳି ଭଣ୍ଡ ବାବାଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜକୁ ଆତ୍ମଘୋଷିତ ଦିବ୍ୟ ପୁରୁଷ ବନାଇ ସାରିଲେଣି। ଏପରିକି ସେ ନିଜକୁ ଭଗବାନ ଭାବି ଲୋକଙ୍କୁ ଦିବ୍ୟ ସନ୍ଦେଶ ଦେବାକୁ ଯାଇ ଅତ୍ୟନ୍ତ ନିମ୍ନସ୍ତରର କଥା କହୁଛନ୍ତି, ଯାହାକି ଦେଶର ଜଣେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଶୋଭନୀୟ ନୁହେଁ। ବିଭିନ୍ନ ସଭାସମିତି ଓ ଗଣମାଧ୍ୟମରେ ତାଙ୍କର କଥାବାର୍ତ୍ତା ଓ ଭାଷଣରୁ ଜଣାପଡୁଛି ଯେ, ସେ ମାନସିକ ରୋଗରେ ପୀଡ଼ିତ। ତାଙ୍କର ତୁରନ୍ତ ଚିକିତ୍ସା ଆବଶ୍ୟକ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।
ରବିବାର କଂଗ୍ରେସ ଭବନଗଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି ଯେ, ମୋଦି ମଟନ, ମସଜିଦ୍‌, ମାଛ, ମୁଜୁରା ଓ ମଙ୍ଗଳସୂତ୍ର ଆଦି ଶବ୍ଦକୁ ନେଇ ଯେଭଳି ଭାଷଣ ଦେଉଛନ୍ତି, ତାହା ତାଙ୍କର ନିମ୍ନ ମାନସିକତାକୁ ଦର୍ଶାଉଛି। ଅନ୍ୟପଟେ ସବୁବେଳେ ନିଜକୁ ଭଗବାନ ରାମଙ୍କ ବଡ଼ ଭକ୍ତ ବୋଲି ପ୍ରଚାର କରିଆସୁଥିବା ଭାଜପାର ଲୋକମାନେ ମୋଦିଙ୍କୁ ଭଗବାନ ରାମଙ୍କଠାରୁ ବଡ଼ ବୋଲି ଭାବିଲେଣି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ପୁରୀର ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କଥାରୁ ଏହା ଜାଣି ହେଉଛି। ସ୍ବାଧୀନତା ପରଠାରୁ ଅଦ୍ୟାବଧି ଏଭଳି ନିମ୍ନସ୍ତରର ରାଜନୀତି କୌଣସି ବ୍ୟକ୍ତି କରିନାହାନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଦେଶ ପାଇଁ ଏତେ ତ୍ୟାଗ ଓ ବଳିଦାନ ଦେଇଥିଲେ ମଧ୍ୟ ତାଙ୍କ ମନରେ ଆତ୍ମଗର୍ବ ନ ଥିଲା। ତାଙ୍କର ମହନୀୟତା ପାଇଁ ରବୀନ୍ଦ୍ର ନାଥ ଟାଗୋର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ହେଲେ ମାତ୍ର ୧୦ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନିଜକୁ ଭଗବାନ ଭାବିଲେଣି ଓ ଭାଜପା କାର୍ଯ୍ୟକର୍ତ୍ତାମାନେ ଏହାକୁ ପ୍ରମାଣିତ କରିବାକୁ ଲାଗିପଡ଼ିଛନ୍ତି ବୋଲି ଅଜୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?