ମାନସିକ ସ୍ଥିତି ହରାଇ ବସିଲେଣି ମୋଦି: କାହିଁକି ଏମିତି କହିଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର, ୨୬।୫: ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକ ସ୍ଥିତି ହରାଇ ବସିଲେଣି। ସେଥିପାଇଁ ସେ ଅତ୍ୟନ୍ତ ନିମ୍ନରୁଚିର କଥାବାର୍ତ୍ତା କରୁଛନ୍ତି। ଆଶାରାମ ବାପୁ, ରାମ ରହିମଙ୍କ ଭଳି ଭଣ୍ଡ ବାବାଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜକୁ ଆତ୍ମଘୋଷିତ ଦିବ୍ୟ ପୁରୁଷ ବନାଇ ସାରିଲେଣି। ଏପରିକି ସେ ନିଜକୁ ଭଗବାନ ଭାବି ଲୋକଙ୍କୁ ଦିବ୍ୟ ସନ୍ଦେଶ ଦେବାକୁ ଯାଇ ଅତ୍ୟନ୍ତ ନିମ୍ନସ୍ତରର କଥା କହୁଛନ୍ତି, ଯାହାକି ଦେଶର ଜଣେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଶୋଭନୀୟ ନୁହେଁ। ବିଭିନ୍ନ ସଭାସମିତି ଓ ଗଣମାଧ୍ୟମରେ ତାଙ୍କର କଥାବାର୍ତ୍ତା ଓ ଭାଷଣରୁ ଜଣାପଡୁଛି ଯେ, ସେ ମାନସିକ ରୋଗରେ ପୀଡ଼ିତ। ତାଙ୍କର ତୁରନ୍ତ ଚିକିତ୍ସା ଆବଶ୍ୟକ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।
ରବିବାର କଂଗ୍ରେସ ଭବନଗଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି ଯେ, ମୋଦି ମଟନ, ମସଜିଦ୍‌, ମାଛ, ମୁଜୁରା ଓ ମଙ୍ଗଳସୂତ୍ର ଆଦି ଶବ୍ଦକୁ ନେଇ ଯେଭଳି ଭାଷଣ ଦେଉଛନ୍ତି, ତାହା ତାଙ୍କର ନିମ୍ନ ମାନସିକତାକୁ ଦର୍ଶାଉଛି। ଅନ୍ୟପଟେ ସବୁବେଳେ ନିଜକୁ ଭଗବାନ ରାମଙ୍କ ବଡ଼ ଭକ୍ତ ବୋଲି ପ୍ରଚାର କରିଆସୁଥିବା ଭାଜପାର ଲୋକମାନେ ମୋଦିଙ୍କୁ ଭଗବାନ ରାମଙ୍କଠାରୁ ବଡ଼ ବୋଲି ଭାବିଲେଣି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ପୁରୀର ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କଥାରୁ ଏହା ଜାଣି ହେଉଛି। ସ୍ବାଧୀନତା ପରଠାରୁ ଅଦ୍ୟାବଧି ଏଭଳି ନିମ୍ନସ୍ତରର ରାଜନୀତି କୌଣସି ବ୍ୟକ୍ତି କରିନାହାନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଦେଶ ପାଇଁ ଏତେ ତ୍ୟାଗ ଓ ବଳିଦାନ ଦେଇଥିଲେ ମଧ୍ୟ ତାଙ୍କ ମନରେ ଆତ୍ମଗର୍ବ ନ ଥିଲା। ତାଙ୍କର ମହନୀୟତା ପାଇଁ ରବୀନ୍ଦ୍ର ନାଥ ଟାଗୋର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ହେଲେ ମାତ୍ର ୧୦ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନିଜକୁ ଭଗବାନ ଭାବିଲେଣି ଓ ଭାଜପା କାର୍ଯ୍ୟକର୍ତ୍ତାମାନେ ଏହାକୁ ପ୍ରମାଣିତ କରିବାକୁ ଲାଗିପଡ଼ିଛନ୍ତି ବୋଲି ଅଜୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ

ଭୁବନେଶ୍ୱର,୧୭।୬: ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ଛଡା...

ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିକ୍ରିୟା ରଖିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରି...

ସ୍କୁଲ ଖୋଲିବାକୁ ନେଇ ଆସିଲା ବଡ଼ ଅପଡେଟ୍‌, ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ଆସନ୍ତାକାଲି ସରୁଛି ଖରାଛୁଟି। ଏହାରି ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ବଡ଼ ଅପଡେଟ୍‌ ଆସିଛି। ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲାପାଳମାନେ ସ୍କୁଲ...

ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬: ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ସୋମବାର ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ପାଣିପାଗ ବିଭାଗର ସୂଚନା, ଆଗାମୀ ୫ ଦିନ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ଼୍ବର, ୧୭।୬: ଓଡ଼ିଶାର ଉପକୂଳ ଅଞ୍ଚଳରେ ଆହୁରି ୩ରୁ ୪ ଦିନ ତାତି ଅନୁଭୂତ ହେବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri