ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଗେଟ୍‌କୁ ଧକ୍କାଦେଲା କାର୍‌

ଲଣ୍ଡନ, ୨୫ା୫: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ଲଣ୍ଡନସ୍ଥିତ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାସଭବନ ଗେଟ୍‌କୁ ଗୁରୁବାର ଏକ କାର୍‌ ଧକ୍କା ଦେଇଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ଉକ୍ତ ଅଞ୍ଚଳକୁ ସୁରକ୍ଷା ବଳ ଘେରି ରହିଛନ୍ତି। ଡାଉନିଂ ଷ୍ଟ୍ରିଟ୍‌ ଭିତରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କୁ ବାହାରକୁ ନ ଯିବା ଲାଗି କୁହାଯାଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। ତେବେ ଦୁର୍ଘଟଣାବେଳେ ଘରେ ପ୍ରଧାନମନ୍ତ୍ରୀ ସୁନକ ଥିଲେ କି ନାହିଁ, ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ଜଣେ ୧୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଏକ ଟ୍ରକ୍‌ରେ ଜାଣିଶୁଣି ହ୍ବାଇଟ୍‌ ହାଉସ୍‌ ପ୍ରଚୀରକୁ ଧକ୍କା ଦେଇଥିଲେ। ସୋମବାର ରାତି ୧୦ଟାରେ ହ୍ବାଇଟ୍‌ ହାଉସ୍‌ର ଲାଫାୟେଟ୍ଟେ ପାର୍କ ଉତ୍ତର ପାର୍ଶ୍ୱରେ ଥିବା ସୁରକ୍ଷା ପ୍ରାଚୀରକୁ ଟ୍ରକ୍‌ରେ ବାରମ୍ବାର ଧକ୍କା ଦେବା ପରେ ଭାରତୀୟ ବଂଶୋଦ୍ଭବ ବରଶିଷ୍ଠ କନ୍ଦୁଲାଙ୍କୁ ଆମେରିକା ପାର୍କ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ

କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା...

ଆମେରିକାରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଚିହ୍ନଟ

ଓ୍ବାଶିଂଟନ୍‌,୨୩।୭: ଭାରତ ପରେ ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏଠାରେ ଦୁଇ ଶିଶୁଙ୍କଠାରେ ମଙ୍କିପକ୍ସ ସଂକ୍ରମଣ ଦେଖିବାକୁ ମିଳିଛି। ଏନେଇ...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

ଆମେରିକାରେ ଝଡ଼ବାତ୍ୟା: ୩୫ ମୃତ

ସାନ୍‌ ସାଲ୍‌ଭାଡର, ୨୦ା୧୧:କେନ୍ଦ୍ରୀୟ ଆମେରିକାରେ ଝଡ଼ବାତ୍ୟା ଯୋଗୁ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିକାରଗୁଆରେ। ଏଠାରେ ୧୮ ଜଣଙ୍କ ମୃତ୍ୟୁ...

ମାକ୍ରୋନ୍‌ ସଂଖ୍ୟା ଗରିଷ୍ଠତା ହରାଇବା ଆଶଙ୍କା…

ନୂଆଦିଲ୍ଲୀ, ୨୦।୬ : ଦେଶର ସଂସଦ ନିର୍ବାଚନର ଅନ୍ତିମ ରାଉଣ୍ଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମିଳିତ ମଞ୍ଚ ସର୍ବାଧିକ ଆସନ ଜିଣିଛି, କିନ୍ତୁ ସଂସଦୀୟ...

ମଙ୍ଗଳରେ ମିଳିଲା କାର୍ବନ

ନୂଆଦିଲ୍ଲୀ, ୨୦ା୧: ପୃଥିବୀରେ ଜୀବନର ମୂଳ ଆଧାର କାର୍ବନର ଉପସ୍ଥିତି ଅନ୍ୟଗ୍ରହରେ ଅଛି କି ନାହିଁ ଜାଣିବା ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଆମେରିକାର ମହାକାଶ...

ପାକିସ୍ତାନରେ ପ୍ରବଳ ବର୍ଷା: ୭ ମୃତ

ଇସଲାମାବାଦ୍‌,୨୯।୭: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ହେବାରୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏଥିରେ ୭ ଜଣଙ୍କ...

କ୍ୱାରାଣ୍ଟାଇନ୍‌ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍‌ ସରକାର !

ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି।...

Advertisement
Archives

Model This Week