Posted inଫୁରସତ

ଚାକିରି ଛାଡ଼ି ରହୁଛନ୍ତି ଜଙ୍ଗଲରେ

ସାକ୍ରାମେଣ୍ଟୋ: ଆଜିକାଲିର ଲୋକଙ୍କୁ ଦୌଡ଼ାଦୌଡ଼ି ଜୀବନ ପସନ୍ଦ ଆସୁଛି। କାରଣ ସେମାନେ ସେପରି ପରିବେଶରେ ରହି ଶାନ୍ତ ପରିବେଶକୁ ଭୁଲି ଗଲେଣି। ସହରର ଚାଲିଚଳଣରେ ନିଜକୁ ଖାପଖୁଆଇ ରହିଆସିଲେଣି। ସେଥିପାଇଁ ସେମାନେ ପ୍ରକୃତିକୁ ଭୁଲିଗଲେଣି। ଆମେରିକାର ଜଣେ ବ୍ୟକ୍ତି ତାଙ୍କ ସହର ଜୀବନକୁ ଛାଡ଼ିଦେଇ ଜଙ୍ଗଲରେ ଯାଇ ରହୁଛନ୍ତି। ନିଜ ପାଇଁ ସେଠାରେ ଏପରି ଘର ତିଆରି କରିଛନ୍ତି, ଯାହା ଅତ୍ୟନ୍ତ ଖାସ୍‌। ରିପୋର୍ଟ ମୁତାବକ ଉତ୍ତର କାଲିଫର୍ନିଆର ବାସିନ୍ଦା ୩୫ ବର୍ଷୀୟ ରବର୍ଟ ବ୍ରିଟନ ଏକ ସୁପର ମାର୍କେଟରେ କ୍ୟାଶିୟର ଭାବେ କାମ କରିଥିଲେ। ତାଙ୍କ କାମ ସବୁ ଠିକ୍‌ ଚାଲିଥିଲା। ହେଲେ ସେ ତାଙ୍କ ପାଖରେ ପ୍ରକୃତିକୁ ଅନୁଭବ କରିପାରୁ ନ ଥିଲେ। ସେଥିପାଇଁ ସେ ୨୦୧୧ରେ ତାଙ୍କ ଚାକିରି ଛାଡ଼ି ଦେବାକୁ ନିଷ୍ପତ୍ତି ନେଲେ। ଚାକିରି ଛାଡ଼ି ନୂଆ ଆଡ୍‌ଭେଞ୍ଚର ଭାବେ ହୱାଇ ଜଙ୍ଗଲରେ ରହିବାକୁ ଲାଗିଲେ। ସେ ୨୯,୮୫୦ ଡଲାର ଅର୍ଥାତ୍‌ ୨୪ ଲକ୍ଷ ୭୧ ହଜାର ଟଙ୍କାରେ ୨୦୦ ସ୍କୋୟାରଫୁଟ୍‌ ଅଞ୍ଚଳରେ ଏକ ଜାଗା କିଣିଲେ। ସେଠାରେ ନିଜର ଟ୍ରି ହାଉସ ପ୍ରସ୍ତୁତ କଲେ, ଯାହା ମାଟିଠାରୁ ୫.୫ ଫୁଟ ଉଚ୍ଚରେ ଥିବାବେଳେ ଘରର ଉଚ୍ଚତା ୨୦ ଫୁଟ। ସେହି ଘର ଭିତରେ ସେ ତାଙ୍କ ଆବଶ୍ୟକ ଛୋଟ ଛୋଟ ସାମଗ୍ରୀ ରଖିଛନ୍ତି। ତାଙ୍କ ଘର ଛାତରୁ ଏକ ବଡ଼ ଡ୍ରମ୍‌ରେ ବର୍ଷା ପାଣି ସଂଗ୍ରହ କରି ରଖିଛନ୍ତି। ସେହି ପାଣିକୁ ସେ ଦୈନନ୍ଦିନ କାର୍ଯ୍ୟରେ ଲଗାଉଛନ୍ତି। ୨ ସୋଲାର ପ୍ୟାନେଲ ସାହାଯ୍ୟରେ ସେ ତାଙ୍କ ଟିଭି, ଲାପ୍‌ଟପ, ମୋବାଇଲ ଆଦି ଇଲେକ୍ଟ୍ରୋନିକ୍ସ ଜିନିଷ ଚଲାଉଛନ୍ତି। ଏଥିସହ ସେ ନିଜ ପାଇଁ ବିଭିନ୍ନ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି। ସେ ଛୋଟ ଛୋଟ ଜିନିଷର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ତାଙ୍କର ଏହି ଭିଡିଓରେ ଜଣେ ବ୍ୟକ୍ତି ଲେଖିଛନ୍ତି, ଆପଣ ଯଦି ଜଙ୍ଗଲରେ ରହି ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ସହର ସଭ୍ୟତାରୁ ଦୂରରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri