Posted inଫୁରସତ

ଚାକିରି ଛାଡ଼ି ରହୁଛନ୍ତି ଜଙ୍ଗଲରେ

ସାକ୍ରାମେଣ୍ଟୋ: ଆଜିକାଲିର ଲୋକଙ୍କୁ ଦୌଡ଼ାଦୌଡ଼ି ଜୀବନ ପସନ୍ଦ ଆସୁଛି। କାରଣ ସେମାନେ ସେପରି ପରିବେଶରେ ରହି ଶାନ୍ତ ପରିବେଶକୁ ଭୁଲି ଗଲେଣି। ସହରର ଚାଲିଚଳଣରେ ନିଜକୁ ଖାପଖୁଆଇ ରହିଆସିଲେଣି। ସେଥିପାଇଁ ସେମାନେ ପ୍ରକୃତିକୁ ଭୁଲିଗଲେଣି। ଆମେରିକାର ଜଣେ ବ୍ୟକ୍ତି ତାଙ୍କ ସହର ଜୀବନକୁ ଛାଡ଼ିଦେଇ ଜଙ୍ଗଲରେ ଯାଇ ରହୁଛନ୍ତି। ନିଜ ପାଇଁ ସେଠାରେ ଏପରି ଘର ତିଆରି କରିଛନ୍ତି, ଯାହା ଅତ୍ୟନ୍ତ ଖାସ୍‌। ରିପୋର୍ଟ ମୁତାବକ ଉତ୍ତର କାଲିଫର୍ନିଆର ବାସିନ୍ଦା ୩୫ ବର୍ଷୀୟ ରବର୍ଟ ବ୍ରିଟନ ଏକ ସୁପର ମାର୍କେଟରେ କ୍ୟାଶିୟର ଭାବେ କାମ କରିଥିଲେ। ତାଙ୍କ କାମ ସବୁ ଠିକ୍‌ ଚାଲିଥିଲା। ହେଲେ ସେ ତାଙ୍କ ପାଖରେ ପ୍ରକୃତିକୁ ଅନୁଭବ କରିପାରୁ ନ ଥିଲେ। ସେଥିପାଇଁ ସେ ୨୦୧୧ରେ ତାଙ୍କ ଚାକିରି ଛାଡ଼ି ଦେବାକୁ ନିଷ୍ପତ୍ତି ନେଲେ। ଚାକିରି ଛାଡ଼ି ନୂଆ ଆଡ୍‌ଭେଞ୍ଚର ଭାବେ ହୱାଇ ଜଙ୍ଗଲରେ ରହିବାକୁ ଲାଗିଲେ। ସେ ୨୯,୮୫୦ ଡଲାର ଅର୍ଥାତ୍‌ ୨୪ ଲକ୍ଷ ୭୧ ହଜାର ଟଙ୍କାରେ ୨୦୦ ସ୍କୋୟାରଫୁଟ୍‌ ଅଞ୍ଚଳରେ ଏକ ଜାଗା କିଣିଲେ। ସେଠାରେ ନିଜର ଟ୍ରି ହାଉସ ପ୍ରସ୍ତୁତ କଲେ, ଯାହା ମାଟିଠାରୁ ୫.୫ ଫୁଟ ଉଚ୍ଚରେ ଥିବାବେଳେ ଘରର ଉଚ୍ଚତା ୨୦ ଫୁଟ। ସେହି ଘର ଭିତରେ ସେ ତାଙ୍କ ଆବଶ୍ୟକ ଛୋଟ ଛୋଟ ସାମଗ୍ରୀ ରଖିଛନ୍ତି। ତାଙ୍କ ଘର ଛାତରୁ ଏକ ବଡ଼ ଡ୍ରମ୍‌ରେ ବର୍ଷା ପାଣି ସଂଗ୍ରହ କରି ରଖିଛନ୍ତି। ସେହି ପାଣିକୁ ସେ ଦୈନନ୍ଦିନ କାର୍ଯ୍ୟରେ ଲଗାଉଛନ୍ତି। ୨ ସୋଲାର ପ୍ୟାନେଲ ସାହାଯ୍ୟରେ ସେ ତାଙ୍କ ଟିଭି, ଲାପ୍‌ଟପ, ମୋବାଇଲ ଆଦି ଇଲେକ୍ଟ୍ରୋନିକ୍ସ ଜିନିଷ ଚଲାଉଛନ୍ତି। ଏଥିସହ ସେ ନିଜ ପାଇଁ ବିଭିନ୍ନ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି। ସେ ଛୋଟ ଛୋଟ ଜିନିଷର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ତାଙ୍କର ଏହି ଭିଡିଓରେ ଜଣେ ବ୍ୟକ୍ତି ଲେଖିଛନ୍ତି, ଆପଣ ଯଦି ଜଙ୍ଗଲରେ ରହି ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ସହର ସଭ୍ୟତାରୁ ଦୂରରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଜା ବଜାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ…

ବୈଶାଳୀ,୯।୪: କେବେ କେଉଁଠି ଶୁଣିଛନ୍ତି କି ପୋଲିସ ବ୍ୟାଣ୍ଡବାଜା ବଜାଇ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା କଥା। କଥାଟି ଅଡ଼ୁଆ ଲାଗିଲେ ବି ସତ। ବିହାରର...

ଭୋଟର ପରିଚୟ ପତ୍ରରେ କୁକୁର ଫଟୋ

କୋଲକାତା,୫।୩ : ଭୋଟର ପରିଚୟ ପତ୍ରରେ ସମ୍ପୃକ୍ତ ଭୋଟରଙ୍କ ଫଟୋ ରହିଥାଏ। ତେବେ ପଶ୍ଚିମବଙ୍ଗରେ ଜଣେ ଲୋକଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ନିଜ ଫଟୋ...

ପୋଲିସ ଭୟରେ ଉଲଗ୍ନ ହୋଇ, ଗେଣ୍ଡା ଖାଇ ଏପରି ଭୟାନକ ସ୍ଥାନରେ ଲୁଚି ରହିଥିଲେ ବ୍ୟକ୍ତି

ଅଷ୍ଟ୍ରେଲିଆରେ ଜଣେ ପଳାତକ ଅପରାଧୀ ପୋଲିସକୁ ଭୟ କରି ଏପରି ଏକ ସ୍ଥାନରେ ଲୁଚି ରହିଥିଲେ ଯେଉଁଠାରେ ମୃତ୍ୟୁଛଡା ଆଉ କିଛି ନ ଥିଲା। ସେ...

ଗଙ୍ଗାରେ ଆମାଜନ ନଦୀର ଅଜବ ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୮ା୯: ଆମେରିକାର ଆମାଜନ ନଦୀରେ ଥିବା କ୍ୟାଟ୍‌ଫିସ୍‌ ନାମକ ପ୍ରଜାତିର ଏକ ମାଛ କାଶୀ ଗଙ୍ଗାରେ ଦେଖିବାକୁ ମିଳିଛି। ଗଙ୍ଗାରେ ଏହି ମାଛକୁ ଦେଖି ପ୍ରାଣୀ...

ଓ୍ବାର୍କ ଆଟ୍‌ ହୋମ୍‌ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ

ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍‌ ହୋମ୍‌) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି...

ଜିଭରେ ଚଳନ୍ତା ଫ୍ୟାନ୍‌ ଅଟକାନ୍ତି ଏହି ମହିଳା; ଦେଖି ଯେ କେହି ଭାବିବେ…

ଫ୍ୟାନ୍‌ ବୁଲୁଥିବା ସମୟରେ ଦେଖିଥିବେ ଏହା କେତେ ଜୋର୍‌ରେ ବୁଲିଥାଏ। ଆଙ୍ଗୁଠି ଯଦି ଭୁଲ୍‌ରେ ବାଜିଯାଏ, କଟିଯିବାର ଭୟ ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ...

ଜୁନ୍‌ ୨୪ରେ ଲାଲ୍‌ ଟହ ଟହ ଷ୍ଟ୍ରବେରୀ ଚନ୍ଦ୍ରମା ! …

ନୂଆଦିଲ୍ଲୀ,୨୨।୬: ଜୁନ୍‌ ୨୪ ଦେବସ୍ନାନ ପୂର୍ଣ୍ଣିମାରେ ଆକାଶରେ ବଡ଼ ଚନ୍ଦ୍ରମାକୁ ଦେଖିବାକୁ ମିଳିବ। ସ୍ବାଭାବିକ ଆକାରଠାରୁ ଏହି ଚନ୍ଦ୍ରମା ଆକାର ଯଥେଷ୍ଟ ବଡ଼ ରହିବା ସହିତ...

କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍‌ ବ୍ଲେଣ୍ଡର ଉପହାର

ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର...

Advertisement
Archives

Model This Week