Posted inଜାତୀୟ

ମହାମାରୀ ପରେ ମୋଦିଙ୍କ ଉପରେ ବଢ଼ିଛି ବିଶ୍ୱାସ: ସର୍ଭେ

ନୂଆଦିଲ୍ଲୀ,୩୦।୫: ମୋଦି ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ସୋମବାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କରୋନା ମହାମାରୀ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ ତାଙ୍କର ଅନୁମୋଦନ ମୂଲ୍ୟାୟନ ମଧ୍ୟ ବୃଦ୍ଧି ପାଇଛି ବୋଲି ଉଲ୍ଲେଖ ରହିଛି। ଲୋକାଲ ସର୍କଲ୍ସ ଦ୍ୱାରା କରାଯାଇଥିବା ୬୪ ହଜାର ଲୋକଙ୍କ ଉପରେ ହୋଇଥିବା ଏକ ସର୍ଭେରେ ୬୭ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ମୋଦି ସରକାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ଜନତାଙ୍କ ଆଶା ପୂରଣ କରିଛନ୍ତି। ଆଉ କେତେକ ଲୋକ ବିଶ୍ୱାସ କରନ୍ତି ଯେ, ମୋଦିଙ୍କ ଦ୍ୱିିତୀୟ କାର୍ଯ୍ୟକାଳରେ ପ୍ରଦର୍ଶନ ଆଶାଠାରୁ ମଧ୍ୟ ଅଧିକ ଭଲ। ଗତ ବର୍ଷ ଏହା ୫୧ ପ୍ରତିଶତ ଥିଲା ବେଳେ ୨୦୨୦ରେ ଏହା ୬୨ ପ୍ରତିଶତ ରହିଥିଲା। ତେବେ ସର୍ଭେରେ ସାମିଲ ହୋଇଥିବା ଲୋକମାନେ କହିଛନ୍ତି, କୋଭିଡ-୧୯ ସଂକ୍ରମଣର ତୃତୀୟ ଲହର ସହ ମୁକାବିଲା କରିବା କ୍ଷେତ୍ରରେ ସରକାର ଅଧିକ ପାରଙ୍ଗମ ହେବା ସହ ଅର୍ଥନୀତିକୁ ସଫଳତାର ସହ ପରିଚାଳନା କରିଛନ୍ତି। ତଥାପି ବର୍ଷ ଆରମ୍ଭରୁ ପ୍ରାୟ ୭ପ୍ରତିଶତ ଲୋକଙ୍କୁ ବେକାରୀ ସମସ୍ୟା ଚିନ୍ତିତ କରିଛି। ଏଥିରେ ୪୭ପ୍ରତିଶତ ଲୋକଙ୍କ କହିବା କଥା ସରକାର ଏହି ପ୍ରସଙ୍ଗକୁ ସମାଧାନ କରିବାରେ ସକ୍ଷମ ନୁହଁନ୍ତି। ଅନ୍ୟପଟେ ୩୭ପ୍ରତିଶତ ଲୋକ ବିଶ୍ୱାସ କରୁଛନ୍ତି ଯେ, ସରକାର ବେକାରୀ ସମସ୍ୟାକୁ ନିୟନ୍ତ୍ରଣ କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି। ଏହା ୨୦୨୧ରେ ୨୭ପ୍ରତିଶତ ଏବଂ ୨୦୨୦ରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି। ଗୋଟିଏ ସମୟ ଥିଲା, ଯେତେବେଳେ ଦେଶରେ କରୋନା ଏବଂ ଲକ୍‌ଡାଉନ ରହିଥିଲା। ଏହି ସମୟରେ ପ୍ରବାସୀ ଶ୍ରମିକମାନେ ସହରରେ ନିଜର ଚାକିରି ହରାଇଥିଲେ। ଯଦିଓ ଗ୍ରାମାଞ୍ଚଳର ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ବହୁତ ସାହାଯ୍ୟ ମିଳିଥିଲା। କିନ୍ତୁ ଅନେକ ଲୋକ ବେରୋଜଗାର ହୋଇଥିଲେ। ସେହିପରି ସର୍ଭେରେ ୭୩ ପ୍ରତିଶତ ଭାରତୀୟଙ୍କ କହିବା କଥା, ଗତ ତିନିବର୍ଷ ମଧ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇନାହିଁ। ତେବେ ଏହି ସର୍ଭେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲସ୍‌ ପଏଣ୍ଟ। ଯାହା ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri