Posted inଜାତୀୟ

‘ମୋଦି ସରକାର ଏକଚ୍ଛତ୍ରବାଦୀ’

ନୂଆଦିଲ୍ଲୀ, ୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ପ୍ରଦାୟିକ, ଫାସିବାଦୀ ତଥା ଏକଚ୍ଛତ୍ରବାଦୀ ବୋଲି ସୋମବାର ଆନ୍ଦୋଳନରତ କୃଷକମାନେ ଅଭିଯୋଗ କରିଛନ୍ତି। ଏଥିସହିତ ବୁରାରିର ସନ୍ଥ ନିରଙ୍କରୀ ପଡ଼ିଆରେ ଆନ୍ଦୋଳନକାରୀମାନେ ଏକତ୍ର ହେବାକୁ ସରକାର ଦେଇଥିବା ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଦିଲ୍ଲୀ-ହରିୟାଣା ସୀମାର ସିଙ୍ଘୁଠାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି କ୍ରାନ୍ତିକାରୀ କିଷାନ ସଂଘ, ପଞ୍ଜାବ ଶାଖାର ସଭାପତି ଦର୍ଶନ ପାଲ୍‌ କହିଛନ୍ତି ଯେ, ମୋଦି ସରକାର ମୁହଁରେ ଗୋଟିଏ କଥା କହୁଥିବାବେଳେ ଅନ୍ୟପଟେ ପିଠିରେ ଛୁରା ମାରୁଛି। ସେ ଭାଜପାକୁ ସାମ୍ପ୍ରଦାୟିକ, ଫାସିବାଦୀ ଓ ଏକଚ୍ଛତ୍ରବାଦୀ ବୋଲି ଅଭିହିତ କରିଛନ୍ତି।
ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା ଲାଗି ଖୁବ୍‌ଶୀଘ୍ର ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ପାଲ୍‌ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ଏଠାରେ ଉଲ୍ଲେଖଯୋଗ୍ୟ, ବୁରାରି ପଡ଼ିଆ ଏକ ଅସ୍ଥାୟୀ ଜେଲ୍‌ ଭାବେ ବିବେଚିତ ହେଉଥିବାରୁ କୃଷକମାନେ ଏହି ସ୍ଥାନକୁ ଯିବାକୁ ବିରୋଧ କରୁଛନ୍ତି। ଆମେ ଆମର ବାସ୍ତବ ଅସୁବିଧା ବିଷୟରେ କହିବାକୁ ଆସିଛୁ ଏବଂ ପଛକୁ ହଟିବାର ନାହିଁ ବୋଲି ସେ ଦୋହରାଇଛନ୍ତି। ଆନ୍ଦୋଳନ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଏହି ଅବସରରେ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ଖବରଦାତା ସମ୍ମିଳନୀରେ କହିଛନ୍ତି। ୩୧ ବର୍ଷ ପରେ ଏଭଳି ଘଟଣା ଘଟିଛି। ପୂର୍ବରୁ ମହେନ୍ଦ୍ର ସିଂ ଟିକାଏତ୍‌ କୃଷକମାନଙ୍କୁ ଏକତ୍ର କରିଥିଲେ। ଚାଷୀମାନେ ସଚେତନ ନୁହନ୍ତି ବୋଲି ଏକ ମିଥ୍ୟା ପ୍ରଚାର କରାଯାଇଛି। ବାସ୍ତବତା ହେଉଛି ପଞ୍ଜାବ ଓ ହରିୟାଣାର ପ୍ରତ୍ୟେକ ପିଲା କୃଷି ଆଇନକୁ ଏକ ନିଷ୍ଠୁର ଆଇନ ବୋଲି ଜାଣିଗଲେଣି। ସୂଚନାଯୋଗ୍ୟ ଯେ, ନିକଟରେ ପାର୍ଲାମେଣ୍ଟରେ କୃଷି ସଂକ୍ରାନ୍ତ ତିନୋଟି ବିଲ୍‌ ଗୃହୀତ ହୋଇଥିଲା, ଯାହାକୁ ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ଭାଗରେ କୃଷକମାନେ ବିରୋଧ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri