Posted inଜାତୀୟ

ମୋଦି ସରକାର ଦେଶର ଶିକ୍ଷା ବ୍ୟବସ୍ଥାକୁ ଧ୍ୱସ୍ତ କରିଦେଇଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପରିଚାଳିତ ଏନ୍‌ଇଇଟି-ୟୁଜି ଫଳାଫଳରେ ହୋଇଥିବା ବିଭ୍ରାଟକୁ ନେଇ ବିବାଦ ଥମି ନ ଥିବା ବେଳେ ପୁଣି ଆଉ ଏକ ଅନିୟମିତତା ଦେଖାଦେଇଛି। ଏନ୍‌ଇଇଟି ପାଇଁ ଲକ୍ଷାଧିକ ଛାତ୍ରୀଛାତ୍ର ପ୍ରଭାବିତ ହୋଇଥିବା ବେଳେ ଏବେ ୟୁଜିସି-ଏନ୍‌ଇଟି ଦେଇଥିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ହୋଇଛି। ଏନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।
ସେ କହିଛନ୍ତି, ମୋଦି ସରକାର ଦେଶର ଶିକ୍ଷା ଏବଂ ନିଯୁକ୍ତି ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି। NEET, UGC-NETରେ ପେପର୍‌ ଲିକ, ବିଭ୍ରାଟ ଏବଂ ଅନିୟମିତତା ବର୍ତ୍ତମାନ ପ୍ରକାଶ ପାଇଛି। ବହୁଚର୍ଚ୍ଚିତ ଏନଆରଏ (ନ୍ୟାଶନାଲ ରିକ୍ରୁମେଣ୍ଟ ଏଜେନ୍ସି) ସଂପୂର୍ଣ୍ଣ ନିଷ୍କ୍ରିୟ। ଅଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ଜୋଶ୍‌ରେ ଏନଆରଏର ଘୋଷଣା କରିଥିଲେ। ସେ ବହୁତ ଦୃଢତାର ସହିତ କହିଥିଲେ – ଏନଆରଏ କୋଟି କୋଟି ଯୁବକମାନଙ୍କ ପାଇଁ ଏକ ଉତ୍ସାହ ବୋଲି ପ୍ରମାଣିତ କରିବ। ଏହା ମଧ୍ୟ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବ। ଏନଆରଏ ସମସ୍ତ ଚାକିରି ପାଇଁ ଏକକ ନିଯୁକ୍ତି ପରୀକ୍ଷା କରିବ ବୋଲି ଦାବି ହୋଇଥିଲା। ଚାରି ବର୍ଷ ବିତିଯାଇଛି ଏବଂ ଜାତୀୟ ନିଯୁକ୍ତି ଏଜେନ୍ସି ଏପର୍ଯ୍ୟନ୍ତ ଗୋଟିଏ ବି ପରୀକ୍ଷା କରିନାହିଁ। ତିନି ବର୍ଷ ପାଇଁ ଏନଆରଏକୁ ୧,୫୧୭,୫୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ କେବଳ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଯେତେବେଳେ ବି ବିରୋଧୀ ସଂସଦରେ ଉତ୍ତର ଲୋଡିଥିଲେ, ମୋଦି ସରକାର ଏଥିରୁ ନିବୃତ୍ତ ରହିଥିଲେ।
ଖାର୍ଗେ ଆହୁରି ମଧ୍ୟ କହିଛନ୍ତି, ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଉପରେ ଖର୍ଚ୍ଚରେ ୧୭୫ ପ୍ରତିଶତ ବୃଦ୍ଧି ଘଟିଛି। ଯେଉଁ ସରକାର ବିନା ବିଭ୍ରାଟରେ ଦେଶବ୍ୟାପି ଗୋଟିଏ ପରୀକ୍ଷା କରିପାରିବେ ନାହିଁ, ସେହି ସରକାରଙ୍କ ମୁଖିଆଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା ଜ୍ଞାନ ବର୍ଷା କରିବା ଧୋକା ସଦୃଶ।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ

ବିଜାପୁର,୧୮।୭: ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ। ଏହି ବିସ୍ଫୋରଣ ଛତିଶଗଡ଼ ବିଜାପୁରରେ ହୋଇଛି। ଏଥିରେ ୬ ଯବାନ ଗୁରୁତର ଆହତ ହୋଇଛନ୍ତି। ତାରେମ ଥାନା...

ଥମୁନି ଭାଜପା କଳି: ୟୁପି ପରେ ଏହି ରାଜ୍ୟରେ ଉଠିଲାଣି ବିଦ୍ରୋହର ସ୍ବର

ଡେରାଡୁନ୍‌,୧୭।୭: ୟୁପି ଭାଜପାରେ ଉଠିଥିବା ବିଦ୍ରୋହର ନିଆଁ ପଡ଼ୋଶୀ ଉତ୍ତରାଖଣ୍ଡକୁ ବ୍ୟାପିଲାଣି। ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ୍‌ କହିଛନ୍ତି,...

କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ

ବେଙ୍ଗାଲୁରୁ,୧୭ା୭:କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍‌ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ...

ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ

ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬...

ଅଜିତ ପାଓ୍ବାରଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ୪ ଶୀର୍ଷ ନେତା

ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)ର ୪ ଜଣ ଶୀର୍ଷ ନେତା ବୁଧବାର ଦଳ ଛାଡ଼ିଛନ୍ତି। ସେମାନଙ୍କ...

ବଡ଼ ରାଜନୈତିକ ହଲଚଲ, ମୋଦିଙ୍କୁ ଭେଟିଲେ ଶାହା: ଚାଲିଛି ଭାଜପାର ମନ୍ଥନ

ନୂଆଦିଲ୍ଲୀ,୧୭।୭: ଉତ୍ତରପ୍ରଦେଶର ରାଜନୈତିକ ପରିସ୍ଥିତିକୁ ନେଇ ରାଜଧାନୀ ଲକ୍ଷ୍ନୌରୁ ଦେଶର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପାର ମନ୍ଥନ ଚାଲିଛି। ଉତ୍ତରପ୍ରଦେଶ ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର...

୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର

ପୁଣେ,୧୭।୭: ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ...

କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri