Posted inଜାତୀୟ

ଦୁର୍ଗାପୂଜାରେ ନିର୍ବାଚନୀ ଶଙ୍ଖ ଫୁଙ୍କିଲେ ମୋଦି: ମିଶନ ପଶ୍ଚିମବଙ୍ଗ ଆରମ୍ଭ

ନୂଆଦିଲ୍ଲୀ, ୨୨।୧୦: ଦେଶରେ ଦ୍ରୁତ ଗତିରେ ମହିଳା ସଶକ୍ତି କରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୨୨ କୋଟି ମହିଳାଙ୍କ ପାଇଁ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲାଯାଇଛି। ସେହିପରି ମହିଳାଙ୍କୁ ସହଜ ସୁଧହାରରେ ଋଣ ଦେବା ଯୋଗୁ ମହିଳାଙ୍କ ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ପଶ୍ଚିମବଙ୍ଗରେ ଭିଡ଼ିଓ କନଫରେନ୍ସିଂରେ ମାଧ୍ୟମରେ ଦୁର୍ଗାପୂଜା ଉତ୍ସବର ଉଦ୍‌ଘାଟନ କରି ସେ ଏଭଳି ସୂଚନା ଦେଇଛନ୍ତି। ଏପରି କରି ମୋଦି ରାଜ୍ୟରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶଙ୍ଖ ଫୁଙ୍କିଛନ୍ତି। ଇତିମଧ୍ୟରେ ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ରାଜ୍ୟର ଦୁର୍ଗାପୂଜା ପେଣ୍ଡାଲରେ ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ପରଠାରୁ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ଭାଜପା ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯିବାର ଯୋଜନା ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାରୁ ହଟାଇବା ଲକ୍ଷ୍ୟ ନେଇ ଭାଜପା ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟର ବିଚିତ୍ର ନିଷ୍ପତ୍ତି: ପୀଡ଼ିତାଙ୍କ ପବିତ୍ରତା ଲାଗି ଆମିଷ ଭୋଜି ଦାବି

ଭୋପାଳ,୧୬ା୬ : କଙ୍ଗାରୁ କୋର୍ଟ ବା ଖାପ୍‌ ପଞ୍ଚାୟତର କୌଣସି ଆଇନଗତ ବୈଧତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସତ୍ତ୍ୱେ କଙ୍ଗାରୁ କୋର୍ଟର ବର୍ବରତା...

ସନ୍ତାନ ଜନ୍ମ ଦିଅ ଆମେ ପୋଷ୍ୟ ଗ୍ରହଣର ବ୍ୟବସ୍ଥା କରିବୁ, କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୬।୭ : ଜଣେ ଅବିବାହିତା ମହିଳାଙ୍କୁ ୨୩ ମାସର ଭ୍ରୁଣର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଅଦାଲତ କହିଛନ୍ତି, ଏପରି...

ଛତିଶଗଡ଼ରେ ଲୁଚି ରହିଛି ଗୁଡ୍ଡୁ ମୁସଲିମ୍‌

ରାୟପୁର,୨୪।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ନେଇ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଇତିମଧ୍ୟରେ...

ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ସିଦ୍ଦାରାମାୟାଙ୍କୁ ଶୁଭେଚ୍ଛା ଜଣାଇଲେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ...

୧୫ ଦିନ ମଧ୍ୟରେ ଘରକୁ ଫେରିବେ ସମସ୍ତ ପ୍ରବାସୀ ଶ୍ରମିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୬: ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ନିଜ ନିଜ ରାଜ୍ୟରେ ପହଞ୍ଚାଇବାକୁ ନିର୍ଦ୍ଦେଶ...

ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ: ମୁସଲିମ୍‌ ଲିଗ୍‌ ପକ୍ଷରୁ ଲଢ଼ିବେ ସିିବଲ୍‌

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହାକୁ ବିରୋଧ କରି ଗୁରୁବାର ସୁପ୍ରିମକୋର୍ଟରେ ଇଣ୍ଡିଆନ୍‌ ୟୁନିୟନ ମୁସଲିମ୍‌...

‘ନାଲାୟକ’ କହିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ,୧୮।୫: ମହାରାଷ୍ଟ୍ର କୋହ୍ଲପୁରର ଜନୈକ ସ୍କୁଲ୍‌ ଚେୟାରମ୍ୟାନ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସିମ୍ବଲିକ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଚେୟାରମ୍ୟାନ୍‌ ଗଣପତରାଓ ପାଟିଲ...

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଓ୍ବାନପୋରା,୩୦।୫: ଜମ୍ମୁ-କଶ୍ମୀର ଓ୍ବାନପୁରା ଅଞ୍ଚଳର କୁଲଗାମରେ ଶନିବାର ସୁରକ୍ଷାର୍କମୀଙ୍କୁ ବଡ ସଫଳତା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆର୍‌ପିଏଫ୍‌ର ମିଳିତ ସହଯୋଗରେ ହୋଇଥିବା ଅପରେଶନରେ...

Advertisement
Archives

Model This Week