Posted inଫୁରସତ

ମଡର୍ନ ଆପ୍ଲିକ

ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଉଥିବା ହସ୍ତକଳା ଶିଳ୍ପକୁ ମଡର୍ନ ଆପ୍ଲିକ ବୋଲି କୁହାଯାଉଛି…

ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରିର ଭିନ୍ନଭିନ୍ନ ପରିଚୟ ରହିଛି। ତେବେ ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଇଥାଏ। ଏପରି ହସ୍ତକଳା ଶିଳ୍ପକୁ ମଡର୍ନ ଆପ୍ଲିକ ବୋଲି କୁହାଯାଉଛି। ପୁରୀ କୁଣ୍ଢେଇବେଣ୍ଟ ସାହିର ଦେବୀପ୍ରସନ୍ନ ନନ୍ଦ କୁହନ୍ତି, ସୂତାଛୁଞ୍ଚି ହସ୍ତଶିଳ୍ପ କଳାର ଏହି ମଡର୍ନ ଆପ୍ଲିକକୁ ପୁରୀ ଆପ୍ଲିକ ବୋଲି କହୁଛୁ। ପ୍ରାୟ ୧୯୮୦ମସିହାଠାରୁ ନିଜସ୍ବ ଉଦ୍ୟମରେ ପ୍ରଥମେ ଏପରି କିଛି କଳାକୃତି ତିଆରି କରିଥିଲୁ। ଏଥିରେ ପୁରୀର କେତେକ କାରିଗର ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀ କାଯର୍‌ୟ କରୁଛନ୍ତି। ଏହି କାମ ପାଇଁ କାରିଗରମାନେ ପ୍ରାୟ ୯୦ଭାଗ ହାତରେ ସିଲେଇ କାମ କରିଥାନ୍ତି। ମାତ୍ର ୧୦ଭାଗ କାମ ମେଶିନରେ କରାଯାଇଥାଏ। ବିଭିନ୍ନ ଅଞ୍ଚଳରୁ କାରିଗରମାନେ ଏଠାକୁ ଆସି ଏହି ମଡର୍ନ ଆପ୍ଲିକ ବା ପୁରୀ ଆପ୍ଲିକ ତିଆରି ପାଇଁ ତାଲିମ ପାଉଛନ୍ତି। ଏଥିପାଇଁ ଜିଲା ହସ୍ତଶିଳ୍ପକେନ୍ଦ୍ରର ସହାୟତା ରହିଛି। ପିପିଲି, ନିମାପଡ଼ା ବଳଙ୍ଗା ଓ ପୁରୀ ସହର ଆପପାଖ ଗାଁର ଏଥିପ୍ରତି ଆଗ୍ରହ ଥିବା କାରିଗରମାନେ ଏହି ହସ୍ତକଳାର ଟ୍ରେନିଂ ନେଉଛନ୍ତି। ଏଥିରେ କାରିଗରମାନେ ନିଜର ପରିଚୟ ସୃଷ୍ଟି କରିବା ସହିତ ରୋଜଗାର ବି କରିପାରିଥାନ୍ତି। ବିଗତ ବର୍ଷରେ ପ୍ରାୟ ୫୪ ମିଟର ଲମ୍ବ ବିଶିଷ୍ଟ ଏକ ପୁରୀ ଆପ୍ଲିକରେ ଦେଶ ସ୍ବାଧୀନତାର କିଛି କାହାଣୀ ସମ୍ପର୍କରେ କେତେକ କଳାକୃତି ଚିତ୍ରକୁ ଏଥିରେ ସ୍ଥାନଦେଇ ଏକ ନୂଆରେକର୍ଡ ସୃଷ୍ଟି କରିଥିଲୁ। ବିଶେଷକରି ଏହି ପ୍ରକାରର ହସ୍ତକଳାକୁ ବିଭିନ୍ନ ହସ୍ତତନ୍ତ ମେଳା, ମହୋତ୍ସବରେ ପ୍ରଦର୍ଶନ କରାଯାଉଛି। ପୁରୀ ଦୋଳମଣ୍ଡପ ସାହିର ଟିନା ଛାଟୋଇ କୁହନ୍ତି ଯୁକ୍ତ୨ ପାଠପଢ଼ା ପରେ ଘରେ ବସି ନ ରହି କିଛି ହସ୍ତକଳା କାମ ଶିଖିବା ପାଇଁ ଚିନ୍ତା କରିଥିଲି। ଏଥିପାଇଁ ପ୍ରଥମେ ପିପିଲିର ଚାନ୍ଦୁଆ ତିଆରି ପ୍ରତି ମନ ବଳାଇଥିଲି। ମାତ୍ର ପୁରୀରକୁଣ୍ଢେଇବେଣ୍ଟ ସାହିଠାରେ ଥିବା ଦେବୀପ୍ରସନ୍ନ ନନ୍ଦଙ୍କ ମଡର୍ନ ଆପ୍ଲିକ ସମିତିରୁ ମଡର୍ନ ଆପ୍ଲିକରେ ତାଲିମ ଶିକ୍ଷା ପାଇଥିଲି। ୧୯୯୯ମସିହାରୁ ଏଯାଏ ଏହି ହସ୍ତକଳା କାମ କରିଆସୁଛି। ଏଥିରେ ଓ୍ବାଲ ହ୍ୟାଙ୍ଗିଙ୍ଗ, ଶାଢ଼ି, ବେଡ଼ଶିଟ, ଭ୍ୟାନିଟ, ସୋଫାକଭର, ମନିପର୍ସ, ଲ୍ୟାପ୍‌ଟପ ବ୍ୟାଗ ଆଦିରେ ଏହି ମଡର୍ନ ଆପ୍ଲିକ ବା ପୁରୀ ଆପ୍ଲିକର କଳାକୃତି (ଯାହାକୁ କନାଉପରେ ଡ୍ରଇଁ କରାଯାଇଥିବା ଚିତ୍ରକୁ କାଟି ଅନ୍ୟ ଡ୍ରେସ କନାର ଉପରେ ପ୍ୟାଚ ପକାଇଥାନ୍ତି)ଏଥିରେ ହସ୍ତଶିଳ୍ପର ଛିଟା ରହିଥାଏ। ଏଥିପାଇଁ ପ୍ରଥମେ କନାକୁ ସାଇଜକରି କାନ୍ଥ ବା ଚଟାଣରେ ଟଙ୍ଗା ଯାଏ। ଏହାପରେ କନା ଉପରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ କଳାକୃତିର ଚିତ୍ର ବା ଡ୍ରଇଁ କରାଯାଇଥାଏ। ତା’ପରେ ସେହି କପଡ଼ାରୁ ଆବଶ୍ୟକ ଚିତ୍ରର କଳାକୃତିର କଟାଯାଇଥାଏ। ପରେ ବିଭିନ୍ନ ଡ୍ରେସକପଡ଼ା ଉପରେ କଟାହୋଇ ରଖାଯାଇଥିବା କଳାକୃତିର ଚିତ୍ର ଇତ୍ୟାଦିରେ ଟ୍ୟାକ ଲଗାଯାଇ ଥାଏ। ତା’ପରେ ଉକ୍ତ ସାମଗ୍ରୀର ଉପରେ ଟ୍ୟାକ ମରାଯାଇଥିବା କଳାକୃତିର ସାଇଡ୍‌କୁ ସେଥିରେ ସିଲେଇ କରାଯାଇଥାଏ। ଏମିତି-ରେ ଜଣେ କାରିଗର ନିଜର ସମୟ ମୁତାବକ ସେ ଏହି କାର୍ଯ୍ୟକୁ କରିଥାନ୍ତି। ତେବେ ଏହି ପ୍ରକାର ମଡର୍ନ ଆପ୍ଲିକ ପାଇଁ ସରକାରୀ ବେସରକାରୀ ସଂସ୍ଥା ତରଫରୁ କାରିଗରମାନଙ୍କୁ ବିଭିନ୍ନ ସ୍ଥାନରେ ଟ୍ରେନିଂ ପ୍ରଦାନ କରାଯାଇଥାଏ। ବିଶେଷକରି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜର ବଳକା ସମୟକୁ ଉପଯୋଗକରି ଏହି ହସ୍ତଶିଳ୍ପରୁ ରୋଜଗାର କ୍ଷମ ହୋଇପାରୁଛନ୍ତି। ଏପରି କି ଜଣେଜଣେ କାରିଗର ନିଜର ସମୟ ଅନୁସାରେ ମାସିକ ପ୍ରାୟ ୭/୮ହଜାରରୁ ଊଦ୍ଧ୍ୱର୍ର୍ ଟଙ୍କା ଆୟ କରିଥାନ୍ତି। ଏହି ମଡର୍ନ ଆପ୍ଲିକ ବା ପୁରୀ ଆପ୍ଲିକ ସାମଗ୍ରୀର ବିଭିନ୍ନ ମୂଲ୍ୟ ରହିଛି। ଗୋଟିଏ ଗୋଟିଏ ଶାଢ଼ିର ମୂଲ୍ୟକୁ ନେଇ ମଡର୍ନ ଆପ୍ଲିକ ତିଆରିରେ ପାରିଶ୍ରମକକୁ ହିସାବ କରାଯାଇଥାଏ। ଏଥିରେ ଗୋଟିଏ ଶାଢ଼ିକୁ ୨ହଜାର ଟଙ୍କାରୁ ଖର୍ଚ୍ଚ ଅନୁସାରେ ମୂଲ୍ୟ କରାଯାଇ ବିକ୍ରି କରାଯାଇଥାଏ। ସେହିପରି ଗୋଟିଏ ଓ୍ବାଲ ହ୍ୟାଙ୍ଗିଙ୍ଗର ମୂଲ୍ୟ ସହିତ ଏହି ମଡର୍ନ ଆପ୍ଲିକ କରାଯାଇଥିବା କଳାକୃତିର ଦାମ୍‌ ବି ଅଧିକ ହୋଇଥାଏ। ତେବେ ଆଜିକାଲିର ବଜାରରେ ଏହାର ଚାହିଦା ବି ବଢୁଛି। ଏହି ମଡର୍ନ ଆପ୍ଲିକ ସାମଗ୍ରୀ ତିଆରି କରୁଥିବା ହସ୍ତକଳା କାରିଗରମାନେ ବିଭିନ୍ନ ମେଳା, ମହୋତ୍ସବରେ ନିଜର ପସରା ଖୋଲିଥାନ୍ତି। ଏମିତି କି ବୟନିକା, ଉତ୍କଳିକା ଏବଂ ରାଜ୍ୟ ହସ୍ତତନ୍ତ ମେଳାରେ ଯୋଗଦେଇ କଳାକୃତିକୁ ବିକ୍ରି କରିଥାନ୍ତି। ତେବେ ଆମ ରାଜ୍ୟର ବିଭିନ୍ନ ହସ୍ତକଳା କାରିଗରି ପରି ଏହି ମଡର୍ନ ଆପ୍ଲିକର ପରିଚୟ ଧୀରେ ଧୀରେ ଲୋକପ୍ରିୟତା ହାସଲ କରୁଛି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri