Posted inଫୁରସତ

ମଡର୍ନ ଆପ୍ଲିକ

ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଉଥିବା ହସ୍ତକଳା ଶିଳ୍ପକୁ ମଡର୍ନ ଆପ୍ଲିକ ବୋଲି କୁହାଯାଉଛି…

ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରିର ଭିନ୍ନଭିନ୍ନ ପରିଚୟ ରହିଛି। ତେବେ ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଇଥାଏ। ଏପରି ହସ୍ତକଳା ଶିଳ୍ପକୁ ମଡର୍ନ ଆପ୍ଲିକ ବୋଲି କୁହାଯାଉଛି। ପୁରୀ କୁଣ୍ଢେଇବେଣ୍ଟ ସାହିର ଦେବୀପ୍ରସନ୍ନ ନନ୍ଦ କୁହନ୍ତି, ସୂତାଛୁଞ୍ଚି ହସ୍ତଶିଳ୍ପ କଳାର ଏହି ମଡର୍ନ ଆପ୍ଲିକକୁ ପୁରୀ ଆପ୍ଲିକ ବୋଲି କହୁଛୁ। ପ୍ରାୟ ୧୯୮୦ମସିହାଠାରୁ ନିଜସ୍ବ ଉଦ୍ୟମରେ ପ୍ରଥମେ ଏପରି କିଛି କଳାକୃତି ତିଆରି କରିଥିଲୁ। ଏଥିରେ ପୁରୀର କେତେକ କାରିଗର ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀ କାଯର୍‌ୟ କରୁଛନ୍ତି। ଏହି କାମ ପାଇଁ କାରିଗରମାନେ ପ୍ରାୟ ୯୦ଭାଗ ହାତରେ ସିଲେଇ କାମ କରିଥାନ୍ତି। ମାତ୍ର ୧୦ଭାଗ କାମ ମେଶିନରେ କରାଯାଇଥାଏ। ବିଭିନ୍ନ ଅଞ୍ଚଳରୁ କାରିଗରମାନେ ଏଠାକୁ ଆସି ଏହି ମଡର୍ନ ଆପ୍ଲିକ ବା ପୁରୀ ଆପ୍ଲିକ ତିଆରି ପାଇଁ ତାଲିମ ପାଉଛନ୍ତି। ଏଥିପାଇଁ ଜିଲା ହସ୍ତଶିଳ୍ପକେନ୍ଦ୍ରର ସହାୟତା ରହିଛି। ପିପିଲି, ନିମାପଡ଼ା ବଳଙ୍ଗା ଓ ପୁରୀ ସହର ଆପପାଖ ଗାଁର ଏଥିପ୍ରତି ଆଗ୍ରହ ଥିବା କାରିଗରମାନେ ଏହି ହସ୍ତକଳାର ଟ୍ରେନିଂ ନେଉଛନ୍ତି। ଏଥିରେ କାରିଗରମାନେ ନିଜର ପରିଚୟ ସୃଷ୍ଟି କରିବା ସହିତ ରୋଜଗାର ବି କରିପାରିଥାନ୍ତି। ବିଗତ ବର୍ଷରେ ପ୍ରାୟ ୫୪ ମିଟର ଲମ୍ବ ବିଶିଷ୍ଟ ଏକ ପୁରୀ ଆପ୍ଲିକରେ ଦେଶ ସ୍ବାଧୀନତାର କିଛି କାହାଣୀ ସମ୍ପର୍କରେ କେତେକ କଳାକୃତି ଚିତ୍ରକୁ ଏଥିରେ ସ୍ଥାନଦେଇ ଏକ ନୂଆରେକର୍ଡ ସୃଷ୍ଟି କରିଥିଲୁ। ବିଶେଷକରି ଏହି ପ୍ରକାରର ହସ୍ତକଳାକୁ ବିଭିନ୍ନ ହସ୍ତତନ୍ତ ମେଳା, ମହୋତ୍ସବରେ ପ୍ରଦର୍ଶନ କରାଯାଉଛି। ପୁରୀ ଦୋଳମଣ୍ଡପ ସାହିର ଟିନା ଛାଟୋଇ କୁହନ୍ତି ଯୁକ୍ତ୨ ପାଠପଢ଼ା ପରେ ଘରେ ବସି ନ ରହି କିଛି ହସ୍ତକଳା କାମ ଶିଖିବା ପାଇଁ ଚିନ୍ତା କରିଥିଲି। ଏଥିପାଇଁ ପ୍ରଥମେ ପିପିଲିର ଚାନ୍ଦୁଆ ତିଆରି ପ୍ରତି ମନ ବଳାଇଥିଲି। ମାତ୍ର ପୁରୀରକୁଣ୍ଢେଇବେଣ୍ଟ ସାହିଠାରେ ଥିବା ଦେବୀପ୍ରସନ୍ନ ନନ୍ଦଙ୍କ ମଡର୍ନ ଆପ୍ଲିକ ସମିତିରୁ ମଡର୍ନ ଆପ୍ଲିକରେ ତାଲିମ ଶିକ୍ଷା ପାଇଥିଲି। ୧୯୯୯ମସିହାରୁ ଏଯାଏ ଏହି ହସ୍ତକଳା କାମ କରିଆସୁଛି। ଏଥିରେ ଓ୍ବାଲ ହ୍ୟାଙ୍ଗିଙ୍ଗ, ଶାଢ଼ି, ବେଡ଼ଶିଟ, ଭ୍ୟାନିଟ, ସୋଫାକଭର, ମନିପର୍ସ, ଲ୍ୟାପ୍‌ଟପ ବ୍ୟାଗ ଆଦିରେ ଏହି ମଡର୍ନ ଆପ୍ଲିକ ବା ପୁରୀ ଆପ୍ଲିକର କଳାକୃତି (ଯାହାକୁ କନାଉପରେ ଡ୍ରଇଁ କରାଯାଇଥିବା ଚିତ୍ରକୁ କାଟି ଅନ୍ୟ ଡ୍ରେସ କନାର ଉପରେ ପ୍ୟାଚ ପକାଇଥାନ୍ତି)ଏଥିରେ ହସ୍ତଶିଳ୍ପର ଛିଟା ରହିଥାଏ। ଏଥିପାଇଁ ପ୍ରଥମେ କନାକୁ ସାଇଜକରି କାନ୍ଥ ବା ଚଟାଣରେ ଟଙ୍ଗା ଯାଏ। ଏହାପରେ କନା ଉପରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ କଳାକୃତିର ଚିତ୍ର ବା ଡ୍ରଇଁ କରାଯାଇଥାଏ। ତା’ପରେ ସେହି କପଡ଼ାରୁ ଆବଶ୍ୟକ ଚିତ୍ରର କଳାକୃତିର କଟାଯାଇଥାଏ। ପରେ ବିଭିନ୍ନ ଡ୍ରେସକପଡ଼ା ଉପରେ କଟାହୋଇ ରଖାଯାଇଥିବା କଳାକୃତିର ଚିତ୍ର ଇତ୍ୟାଦିରେ ଟ୍ୟାକ ଲଗାଯାଇ ଥାଏ। ତା’ପରେ ଉକ୍ତ ସାମଗ୍ରୀର ଉପରେ ଟ୍ୟାକ ମରାଯାଇଥିବା କଳାକୃତିର ସାଇଡ୍‌କୁ ସେଥିରେ ସିଲେଇ କରାଯାଇଥାଏ। ଏମିତି-ରେ ଜଣେ କାରିଗର ନିଜର ସମୟ ମୁତାବକ ସେ ଏହି କାର୍ଯ୍ୟକୁ କରିଥାନ୍ତି। ତେବେ ଏହି ପ୍ରକାର ମଡର୍ନ ଆପ୍ଲିକ ପାଇଁ ସରକାରୀ ବେସରକାରୀ ସଂସ୍ଥା ତରଫରୁ କାରିଗରମାନଙ୍କୁ ବିଭିନ୍ନ ସ୍ଥାନରେ ଟ୍ରେନିଂ ପ୍ରଦାନ କରାଯାଇଥାଏ। ବିଶେଷକରି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜର ବଳକା ସମୟକୁ ଉପଯୋଗକରି ଏହି ହସ୍ତଶିଳ୍ପରୁ ରୋଜଗାର କ୍ଷମ ହୋଇପାରୁଛନ୍ତି। ଏପରି କି ଜଣେଜଣେ କାରିଗର ନିଜର ସମୟ ଅନୁସାରେ ମାସିକ ପ୍ରାୟ ୭/୮ହଜାରରୁ ଊଦ୍ଧ୍ୱର୍ର୍ ଟଙ୍କା ଆୟ କରିଥାନ୍ତି। ଏହି ମଡର୍ନ ଆପ୍ଲିକ ବା ପୁରୀ ଆପ୍ଲିକ ସାମଗ୍ରୀର ବିଭିନ୍ନ ମୂଲ୍ୟ ରହିଛି। ଗୋଟିଏ ଗୋଟିଏ ଶାଢ଼ିର ମୂଲ୍ୟକୁ ନେଇ ମଡର୍ନ ଆପ୍ଲିକ ତିଆରିରେ ପାରିଶ୍ରମକକୁ ହିସାବ କରାଯାଇଥାଏ। ଏଥିରେ ଗୋଟିଏ ଶାଢ଼ିକୁ ୨ହଜାର ଟଙ୍କାରୁ ଖର୍ଚ୍ଚ ଅନୁସାରେ ମୂଲ୍ୟ କରାଯାଇ ବିକ୍ରି କରାଯାଇଥାଏ। ସେହିପରି ଗୋଟିଏ ଓ୍ବାଲ ହ୍ୟାଙ୍ଗିଙ୍ଗର ମୂଲ୍ୟ ସହିତ ଏହି ମଡର୍ନ ଆପ୍ଲିକ କରାଯାଇଥିବା କଳାକୃତିର ଦାମ୍‌ ବି ଅଧିକ ହୋଇଥାଏ। ତେବେ ଆଜିକାଲିର ବଜାରରେ ଏହାର ଚାହିଦା ବି ବଢୁଛି। ଏହି ମଡର୍ନ ଆପ୍ଲିକ ସାମଗ୍ରୀ ତିଆରି କରୁଥିବା ହସ୍ତକଳା କାରିଗରମାନେ ବିଭିନ୍ନ ମେଳା, ମହୋତ୍ସବରେ ନିଜର ପସରା ଖୋଲିଥାନ୍ତି। ଏମିତି କି ବୟନିକା, ଉତ୍କଳିକା ଏବଂ ରାଜ୍ୟ ହସ୍ତତନ୍ତ ମେଳାରେ ଯୋଗଦେଇ କଳାକୃତିକୁ ବିକ୍ରି କରିଥାନ୍ତି। ତେବେ ଆମ ରାଜ୍ୟର ବିଭିନ୍ନ ହସ୍ତକଳା କାରିଗରି ପରି ଏହି ମଡର୍ନ ଆପ୍ଲିକର ପରିଚୟ ଧୀରେ ଧୀରେ ଲୋକପ୍ରିୟତା ହାସଲ କରୁଛି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?