Posted inଫୁରସତ

ମଡେଲିଂ ଦେଇଛି ପରିଚୟ

ପେସାରେ ସେ ଜଣେ ଇଞ୍ଜିନିୟର ହେଲେ ମଧ୍ୟ ନିଶା ତାଙ୍କର ମଡେଲିଂ। ଆଉ ଯାହା ତାଙ୍କୁ ଆଜି ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଗତ ଜାନୁଆରୀ ୬ରେ ଦିଲ୍ଲୀଠାରେ ଏମ୍‌ଡିସି ଗ୍ଲୋବ ପକ୍ଷରୁ ଆୟୋଜିତ ମିଷ୍ଟର ଆଣ୍ଡ ମିସ୍‌ ଏମ୍‌ଡିସି ଗ୍ଲୋବ୍‌-୨୦୨୪ ପ୍ରତିଯୋଗିତାର ବିଜୟୀ ହୋଇ ମିଷ୍ଟର ଇଣ୍ଡିଆ ମୁକୁଟ ହାସଲ କରି ସେ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲା ବେଲଗୁଣ୍ଠାରେ ରହୁଥିବା ଚନ୍ଦ୍ରମା ଏବଂ ବାଉରୀବନ୍ଧୁ ସାହୁଙ୍କ ପୁଅ ମାଧବ। ସେ ବର୍ତ୍ତମାନ ସଫ୍ଟୱେର ଡେଭ୍‌ଲପର ଭାବେ ଭୁବନେଶ୍ୱରସ୍ଥିତ ଡେଲଏଟ୍‌ କମ୍ପାନିରେ କାର୍ଯ୍ୟରତ। ସେ କୁହନ୍ତି, ଆକ୍ଟିଂ, ଡାନ୍ସିଂ ଏବଂ ମଡେଲିଂ ପ୍ରତି ପିଲାଟିବେଳୁ ଅହେତୁକ ଦୁର୍ବଳତା ରହିଆସିଛି। ତେଣୁ ପାଠପଢ଼ା ପରେ ପେସା ସହିତ ନିଶାକୁ ମଧ୍ୟ ସମାନ ସମୟ ଦେବାକୁ ଚେଷ୍ଟା କରିଆସୁଛି। ଚଳିତବର୍ଷ ଦିଲ୍ଲୀଠାରେ ଏମ୍‌ଡିସି ପକ୍ଷରୁ ଆୟୋଜିତ ମିଷ୍ଟର ଇଣ୍ଡିଆ-୨୦୨୪ ପ୍ରତିଯୋଗିତାରେ ଭାରତ ସମେତ ଫିଲିପାଇନ୍ସ, ୟୁଏସ୍‌, ଇଂଲଣ୍ଡ, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଭଳି ଦେଶରୁ ଅଂଶଗ୍ରହଣ କରିଥିବା ୬୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ହାସଲ କରିବା ମୋ ପାଇଁ ଗର୍ବର କଥା। ମାଧବ ୨୦୧୯ରେ ମଧ୍ୟ ମିଷ୍ଟର ଓଡିଶା ଇଣ୍ଟରନାଶନାଲ୍‌ ପ୍ରତିଯୋଗିତାରେ ବିଜୟୀ ହୋଇ ସାରିଛନ୍ତି। ସେ କେବଳ ମଡେଲିଂ ଦୁନିଆରେ ସଫଳ ନୁହନ୍ତି ବରଂ ଓଲିଉଡ୍‌ ଅଭିନୟ ଜଗତରେ ମଧ୍ୟ ତାଙ୍କର ବିଶେଷ ଛାପ ରହିଛି। ସେ ତୋ ବିନା ପ୍ରିୟା, ସୁରମୟୀ ଆଖିରେ, ଓଢ଼ଣି ପଡ଼ିଛି ନୂଆ ନୂଆ, ଝିଅ ଚାଲି ନ ଜାଣଇ ଲୋ, ହାରିଗଲି ପ୍ରେମରେ ମୁଁ ଭଳି ୧୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଆଲ୍‌ବମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ଆଉଁଟିଛନ୍ତି। ସେହିପରି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରଖିଲେ ସିଏ ମାରିବ କିଏ ଧାରାବାହିକରେ ନିଜ ନିଖୁଣ ଅଭିନୟର ଯାଦୁ ଦେଖାଇ ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ମାଧବ କୁହନ୍ତି, ସୁଯୋଗ ମିଳିଲେ ନିଜ ଅଭିନୟ ଜରିଆରେ ଲୋକଙ୍କ ମନୋରଞ୍ଜନ କରିବା ସହ ଜଣେ ସଫଳ ମଡେଲ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜ ଦେଶର ପ୍ରତିନିଧିତ୍ୱ କରି ମିଷ୍ଟର ୱାଲର୍‌ଡ ପ୍ରତିଯୋଗିତା ବିଜୟୀ ହେବା ହେଉଛି ତାଙ୍କ ସ୍ବପ୍ନ। – ତନୁଶ୍ରୀ ନାହାକ


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri