ଆଇନ ଜାଲରେ ଆଦର୍ଶ ବିଦ୍ୟାଳୟ

ବଇଣ୍ଡା,୪ା୮(ପରୀକ୍ଷିତ ସାହୁ)

ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିନାମୂଲ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପାଠ୍ୟକ୍ରମ ପଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଉଛି। ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ଛେଣ୍ଡିପଦା, କିଶୋରନଗର, ପାଲଲହଡ଼ା ଆଦି ବ୍ଲକରେ ଏହି ମଡେଲ୍‌ ସ୍କୁଲ ସ୍ଥାପନ ସରିଛି। କିନ୍ତୁ ଜିଲା ଶିକ୍ଷା ବିଭାଗର ବେପରୁଆ କାର୍ଯ୍ୟ ଯୋଗୁ ଆଠମଲ୍ଲିକରେ ସ୍ଥାପନ ହେବାକୁ ଥିବା ଏହି ଶିକ୍ଷାନୁଷ୍ଠାନ ୨ ବର୍ଷ ହେଲା ଆଇନ ଜାଲରେ ଛନ୍ଦି ହୋଇପଡ଼ିଛି।
ସୂଚନା ଅନୁଯାୟୀ, ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତର ଓଳଥଠାରେ ଏହି ମଡେଲ୍‌ ସ୍କୁଲ ସ୍ଥାପନ ନିମନ୍ତେ ପ୍ରଥମେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସ୍ଥିର କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଭାଗ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ଏଥିପାଇଁ କୃତିବାସପୁର ପଞ୍ଚାୟତର ବନମାଳୀପୁରକୁ ଚୟନ କରିଥିଲା। ଜିଲା ଶିକ୍ଷା ପ୍ରଶାସନର ଏପରି କାର୍ଯ୍ୟକୁ ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ୨୦୧୮ ଜୁନ୍‌ ୨୯ରେ ଆଠମଲ୍ଲିକ ଉପଜିଲାପାଳଙ୍କୁ ପ୍ରଦାନ କରାଯିବା ସହ ଓଳଥରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ଦାବି ରଖାଯାଇଥିଲା। ଅପରପକ୍ଷରେ ବନମାଳୀପୁରରେ ଉକ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଉ ବୋଲି ଷୋଳପଦା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପେଡ଼ିପଥର, ସାନହୁଲା, ଠାକୁରଗଡ଼, କୁରୁମଟାପ, କୃତ୍ତିବାସପୁର, ସାପଘରା, ପାଇକସାହି, କନ୍ତପଡ଼ା, ମଇମୁରା, ଆମ୍ବଶରମୁଣ୍ଡା ଆଦି ୧୦ଟି ପଞ୍ଚାୟତବାସୀଙ୍କୁ ଏକାଠି କରି ୨୦୧୮ ଜୁଲାଇ ୧ ତାରିଖରେ ଅନୁଗୋଳ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଦର୍ଶ ବିଦ୍ୟାଳୟ ନେଇ ବ୍ଲକର ଉପରୋକ୍ତ ଦୁଇଟି ସ୍ଥାନରୁ ଜୋରଦାର ଦାବି ପ୍ରଶାସନକୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଏ ସମ୍ପର୍କରେ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପ୍ରଦୀପ କୁମାର ରଥ କହିଛନ୍ତି, ଏହି ବିଦ୍ୟାଳୟ ସ୍ଥାପନ ନେଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରୁଥିଲେ। ତେବେ ଦୁଇଟି ଗ୍ରାମରେ ସ୍ଥାପନ ନେଇ ବିବାଦ ଦେଖାଦେବା ସହ ମାମଲା ହାଇକୋର୍ଟକୁ ଚାଲିଯାଇଛି।

ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅପେକ୍ଷା
ଆଦର୍ଶ ବିଦ୍ୟାଳୟ ସ୍ଥାପନ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପଦାଧିକାରୀ ମଧ୍ୟ ଏ ନେଇ ତାଙ୍କ ପକ୍ଷ କୋର୍ଟରେ ରଖିଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ’ଣ ଆସିବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।
-ଅଞ୍ଜନ ପ୍ରଧାନ, ଆଇନଜୀବୀ
ବେପରୁଆ ମନୋଭାବ ଦାୟୀ
ଏକ ଶିକ୍ଷାନୁଷ୍ଠାନ ଖୋଲାଯିବାକୁ ନେଇ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସରକାରଙ୍କ ବେପରୁଆ ମନୋଭାବ ଦାୟୀ। ପୂର୍ବରୁ ନିର୍ଦ୍ଧାରିତ ଗାଇଡ୍‌ଲାଇନ ଅନୁଯାୟୀ କାର୍ଯ୍ୟ କରାଯାଇଥିଲେ ମାମଲା ନ୍ୟାୟାଳୟ ଯାଏ ଯାଇ ନ ଥାନ୍ତା।
– ଆଭାସ କୁମାର କ୍ଷେତୀ, ସାମାଜିକ କର୍ମୀ
ହାଇକୋର୍ଟରେ ପକ୍ଷ ରଖାଯାଇଛି
ଆଦର୍ଶ ବିଦ୍ୟାଳୟ ସ୍ଥାପନ ସମ୍ପର୍କିତ ମାମଲା ଏବେ ବିଚାରାଧୀନ ରହିଛି। ଷୋଳପଦା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଦାଲତରେ ପକ୍ଷ ରଖାଯାଇଛି। ଏହି ମଡେଲ ସ୍କୁଲ ସ୍ଥାପନ ହେଲେ ବହୁ ଗରିବ ଆଦିବାସୀ ମେଧାବୀ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ।
– ମହେଶ୍ୱର ଦେହୁରୀ, କ୍ରିୟାନୁଷ୍ଠାନ କମିଟି ସଭାପତି
ନିଶ୍ଚିତ ନ୍ୟାୟ ମିଳିବ
ସରକାର ନିଷ୍ପତ୍ତି ବଦଳାଇବାରୁ ବିବାଦ ସୃଷ୍ଟି ହେଲା। ଏହାକୁ ନେଇ ଆନ୍ଦୋଳନ ଡାକରା ଦିଆଯାଇଥିଲା। ତେଣୁ ନ୍ୟାୟ ପାଇବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଲା। ଯେତେଶୀଘ୍ର ରାୟ ଆସିବ ବିଦ୍ୟାଳୟ ସ୍ଥାପନ କାର୍ଯ୍ୟ ସେତେ ଆଗେଇପାରିବ।
ଦୁଷ୍ମନ୍ତ ନାୟକ, ଆବେଦନକାରୀ
ପିଲାଙ୍କ ଭବିଷ୍ୟତକୁ ଦେଖାଯାଉ
ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ନ ଯାଉ। ଆଠମଲ୍ଲିକରେ ଏହି ଶିକ୍ଷାନୁଷ୍ଠାନ ନ ଥିବାରୁ ବହୁ ଛାତ୍ରୀଛାତ୍ର ପଡ଼ୋଶୀ ଆଦର୍ଶ ବିଦ୍ୟାଳୟରେ ପଢ଼ୁଛନ୍ତି। ଏଠାରେ ବିଦ୍ୟାଳୟଟିଏ ସ୍ଥାପନ ହେଲେ ଗରିବ ପିଲାମାନଙ୍କୁ ବିନାମୂଲ୍ୟରେ ଉଚ୍ଚମାନର ଶିକ୍ଷା ମିଳିପାରିବ।
– ଅଶ୍ୱିନୀ କୁମାର ଖୁଣ୍ଟିଆ, ଅଭିଭାବକ
ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳୁ
ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ସରକାରଙ୍କ ଯୋଜନା ରହିଛି। ଆଠମଲ୍ଲିକ ବ୍ଲକବାସୀ ମଧ୍ୟ ଉକ୍ତ ଯୋଜନାର ଲାଭ ଉଠାନ୍ତୁ। ଏଠାକାର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ସେହି ସୁଯୋଗ ମିଳିଲେ ସେମାନଙ୍କ ଭବିଷ୍ୟତ ଉଜ୍ୱଳ ହୋଇପାରିବ।
-ସତ୍ୟାନନ୍ଦ ରାଉତ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri