ଆଇନ ଜାଲରେ ଆଦର୍ଶ ବିଦ୍ୟାଳୟ

ବଇଣ୍ଡା,୪ା୮(ପରୀକ୍ଷିତ ସାହୁ)

ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିନାମୂଲ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପାଠ୍ୟକ୍ରମ ପଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଉଛି। ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ଛେଣ୍ଡିପଦା, କିଶୋରନଗର, ପାଲଲହଡ଼ା ଆଦି ବ୍ଲକରେ ଏହି ମଡେଲ୍‌ ସ୍କୁଲ ସ୍ଥାପନ ସରିଛି। କିନ୍ତୁ ଜିଲା ଶିକ୍ଷା ବିଭାଗର ବେପରୁଆ କାର୍ଯ୍ୟ ଯୋଗୁ ଆଠମଲ୍ଲିକରେ ସ୍ଥାପନ ହେବାକୁ ଥିବା ଏହି ଶିକ୍ଷାନୁଷ୍ଠାନ ୨ ବର୍ଷ ହେଲା ଆଇନ ଜାଲରେ ଛନ୍ଦି ହୋଇପଡ଼ିଛି।
ସୂଚନା ଅନୁଯାୟୀ, ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତର ଓଳଥଠାରେ ଏହି ମଡେଲ୍‌ ସ୍କୁଲ ସ୍ଥାପନ ନିମନ୍ତେ ପ୍ରଥମେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସ୍ଥିର କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଭାଗ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ଏଥିପାଇଁ କୃତିବାସପୁର ପଞ୍ଚାୟତର ବନମାଳୀପୁରକୁ ଚୟନ କରିଥିଲା। ଜିଲା ଶିକ୍ଷା ପ୍ରଶାସନର ଏପରି କାର୍ଯ୍ୟକୁ ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ୨୦୧୮ ଜୁନ୍‌ ୨୯ରେ ଆଠମଲ୍ଲିକ ଉପଜିଲାପାଳଙ୍କୁ ପ୍ରଦାନ କରାଯିବା ସହ ଓଳଥରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ଦାବି ରଖାଯାଇଥିଲା। ଅପରପକ୍ଷରେ ବନମାଳୀପୁରରେ ଉକ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଉ ବୋଲି ଷୋଳପଦା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପେଡ଼ିପଥର, ସାନହୁଲା, ଠାକୁରଗଡ଼, କୁରୁମଟାପ, କୃତ୍ତିବାସପୁର, ସାପଘରା, ପାଇକସାହି, କନ୍ତପଡ଼ା, ମଇମୁରା, ଆମ୍ବଶରମୁଣ୍ଡା ଆଦି ୧୦ଟି ପଞ୍ଚାୟତବାସୀଙ୍କୁ ଏକାଠି କରି ୨୦୧୮ ଜୁଲାଇ ୧ ତାରିଖରେ ଅନୁଗୋଳ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଦର୍ଶ ବିଦ୍ୟାଳୟ ନେଇ ବ୍ଲକର ଉପରୋକ୍ତ ଦୁଇଟି ସ୍ଥାନରୁ ଜୋରଦାର ଦାବି ପ୍ରଶାସନକୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଏ ସମ୍ପର୍କରେ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପ୍ରଦୀପ କୁମାର ରଥ କହିଛନ୍ତି, ଏହି ବିଦ୍ୟାଳୟ ସ୍ଥାପନ ନେଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରୁଥିଲେ। ତେବେ ଦୁଇଟି ଗ୍ରାମରେ ସ୍ଥାପନ ନେଇ ବିବାଦ ଦେଖାଦେବା ସହ ମାମଲା ହାଇକୋର୍ଟକୁ ଚାଲିଯାଇଛି।

ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅପେକ୍ଷା
ଆଦର୍ଶ ବିଦ୍ୟାଳୟ ସ୍ଥାପନ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପଦାଧିକାରୀ ମଧ୍ୟ ଏ ନେଇ ତାଙ୍କ ପକ୍ଷ କୋର୍ଟରେ ରଖିଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ’ଣ ଆସିବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।
-ଅଞ୍ଜନ ପ୍ରଧାନ, ଆଇନଜୀବୀ
ବେପରୁଆ ମନୋଭାବ ଦାୟୀ
ଏକ ଶିକ୍ଷାନୁଷ୍ଠାନ ଖୋଲାଯିବାକୁ ନେଇ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସରକାରଙ୍କ ବେପରୁଆ ମନୋଭାବ ଦାୟୀ। ପୂର୍ବରୁ ନିର୍ଦ୍ଧାରିତ ଗାଇଡ୍‌ଲାଇନ ଅନୁଯାୟୀ କାର୍ଯ୍ୟ କରାଯାଇଥିଲେ ମାମଲା ନ୍ୟାୟାଳୟ ଯାଏ ଯାଇ ନ ଥାନ୍ତା।
– ଆଭାସ କୁମାର କ୍ଷେତୀ, ସାମାଜିକ କର୍ମୀ
ହାଇକୋର୍ଟରେ ପକ୍ଷ ରଖାଯାଇଛି
ଆଦର୍ଶ ବିଦ୍ୟାଳୟ ସ୍ଥାପନ ସମ୍ପର୍କିତ ମାମଲା ଏବେ ବିଚାରାଧୀନ ରହିଛି। ଷୋଳପଦା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଦାଲତରେ ପକ୍ଷ ରଖାଯାଇଛି। ଏହି ମଡେଲ ସ୍କୁଲ ସ୍ଥାପନ ହେଲେ ବହୁ ଗରିବ ଆଦିବାସୀ ମେଧାବୀ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ।
– ମହେଶ୍ୱର ଦେହୁରୀ, କ୍ରିୟାନୁଷ୍ଠାନ କମିଟି ସଭାପତି
ନିଶ୍ଚିତ ନ୍ୟାୟ ମିଳିବ
ସରକାର ନିଷ୍ପତ୍ତି ବଦଳାଇବାରୁ ବିବାଦ ସୃଷ୍ଟି ହେଲା। ଏହାକୁ ନେଇ ଆନ୍ଦୋଳନ ଡାକରା ଦିଆଯାଇଥିଲା। ତେଣୁ ନ୍ୟାୟ ପାଇବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଲା। ଯେତେଶୀଘ୍ର ରାୟ ଆସିବ ବିଦ୍ୟାଳୟ ସ୍ଥାପନ କାର୍ଯ୍ୟ ସେତେ ଆଗେଇପାରିବ।
ଦୁଷ୍ମନ୍ତ ନାୟକ, ଆବେଦନକାରୀ
ପିଲାଙ୍କ ଭବିଷ୍ୟତକୁ ଦେଖାଯାଉ
ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ନ ଯାଉ। ଆଠମଲ୍ଲିକରେ ଏହି ଶିକ୍ଷାନୁଷ୍ଠାନ ନ ଥିବାରୁ ବହୁ ଛାତ୍ରୀଛାତ୍ର ପଡ଼ୋଶୀ ଆଦର୍ଶ ବିଦ୍ୟାଳୟରେ ପଢ଼ୁଛନ୍ତି। ଏଠାରେ ବିଦ୍ୟାଳୟଟିଏ ସ୍ଥାପନ ହେଲେ ଗରିବ ପିଲାମାନଙ୍କୁ ବିନାମୂଲ୍ୟରେ ଉଚ୍ଚମାନର ଶିକ୍ଷା ମିଳିପାରିବ।
– ଅଶ୍ୱିନୀ କୁମାର ଖୁଣ୍ଟିଆ, ଅଭିଭାବକ
ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳୁ
ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ସରକାରଙ୍କ ଯୋଜନା ରହିଛି। ଆଠମଲ୍ଲିକ ବ୍ଲକବାସୀ ମଧ୍ୟ ଉକ୍ତ ଯୋଜନାର ଲାଭ ଉଠାନ୍ତୁ। ଏଠାକାର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ସେହି ସୁଯୋଗ ମିଳିଲେ ସେମାନଙ୍କ ଭବିଷ୍ୟତ ଉଜ୍ୱଳ ହୋଇପାରିବ।
-ସତ୍ୟାନନ୍ଦ ରାଉତ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?