ବନ୍ଦହେବାକୁ ଯାଉଛି ଏମ୍‌ଏମ୍‌ଟିସି

ପାରାଦୀପ,୨୬।୨(ସ୍ବ.ପ୍ର.): କେନ୍ଦ୍ର ସରକାର ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି ବୋଲି ଦେଶରେ ଚର୍ଚ୍ଚା ଜୋର ଧରିଛି। ଏବେ ଆଉ ଏକ ସରକାରୀ ଉପକ୍ରମ ଓଡ଼ିଶାରେ ବନ୍ଦ ହେବାକୁ ଯାଉଛି। ତାହା ହେଲା ଏମ୍‌ଏମ୍‌ଟିସି (ମିନେରାଲ ମେଟାଲ ଟ୍ରେଡିଂ କର୍ପୋରେସନ)ଲିମିଟେଡ। ପାରାଦୀପ, ଯାଜପୁର ଓ ଭୁବନେଶ୍ୱରଠାରେ ଏହି ରାଷ୍ଟ୍ରାୟତ୍ତ ସଂସ୍ଥା ୧୯୬୦ରୁ ଏପର୍ଯ୍ୟନ୍ତ ରହିଛି। କିନ୍ତୁ ପାରାଦୀପରେ ଚାଲିଥିବା ପଣ୍ୟ କାରବାର ୨୦୨୦ରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏବେ କେବଳ ଅଫିସ ଓ ଆବାସିକ ସ୍ଥାନ ରହିଛି। କାର୍ଯ୍ୟାଳୟରେ ଏବେ କେବଳ ୪ ଜଣ କର୍ମଚାରୀ ବସି ଦରମା ନେଉଥିତ୍ବା ଜଣାପଡ଼ିଛି।
କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଏମ୍‌ଏମ୍‌ଟିସି ଏକଦା ପାରାଦୀପ ବନ୍ଦରର ମୁଖ୍ୟ ବ୍ୟବହାରକାରୀ ସଂସ୍ଥା ଥିଲା। ୧୯୬୨ରେ ବନ୍ଦର ପ୍ରତିଷ୍ଠା ହେବା ପରେ ଏହି ସଂସ୍ଥା ୧୯୬୫ରୁ ପଣ୍ୟ ବୋଝେଇ, ଖଲାସ ଓ ପରିବହନ ଆଦି କାମ କରିଆସୁଥିଲା। ସେଥିପାଇଁ ପାରାଦୀପ ବନ୍ଦର ପ୍ରଶାସନ ସଂସ୍ଥାକୁ ବନ୍ଦର ନିଷିଦ୍ଧାଞ୍ଚଳରେ ପ୍ଲଟ୍‌ ଯୋଗାଇ ଦେଇଥିଲେ। ଏହାର ଅଫିସ ଓ କର୍ମଚାରୀଙ୍କ ରହଣି ପାଇଁ ସ୍ବତନ୍ତ୍ର ଭାବେ ମଧୁବନ ଜଗନ୍ନାଥ ମନ୍ଦିର ପାଖରେ ଜାଗା ଯୋଗାଇ ଦେଇଥିଲେ। ସେଠାରେ ସଂସ୍ଥା ପକ୍ଷରୁ ଏକ ସ୍ବତନ୍ତ୍ର କଲୋନୀ କରାଯାଇ ୪୮ କ୍ୱାର୍ଟର୍ସ, ଖେଳପଡ଼ିଆ ଆଦି କରାଯାଇଥିଲା। ୧୯୬୦ରୁ ୧୯୯୦ ପର୍ଯ୍ୟନ୍ତ ୮୦ କର୍ମଚାରୀ ଏଠାରେ କାମ କରୁଥିବାବେଳେ ଅନେକ ଯାନ୍ତ୍ରିକ ଉପକରଣ ଥିଲା। ୧୯୯୧ ଜୁନ ୨୪ରେ ତତ୍କାଳୀନ କେନ୍ଦ୍ର ସରକାର ଏଲ୍‌ପିଜି (ଉଦାରୀକରଣ, ଘରୋଇକରଣ, ଜଗତୀକରଣ)ନିୟମ ପ୍ରଣୟନ କଲେ। ତା’ପରଠାରୁ ଧୀରେ ଧୀରେ ଏମ୍‌ଏମ୍‌ଟିସିର ବ୍ୟବସାୟ ହ୍ରାସ ପାଇଲା। ସେହି ସ୍ଥାନରେ ଘରୋଇ ଷ୍ଟିଭେଡର୍ସ ସଂସ୍ଥା ବନ୍ଦର ପଣ୍ୟ କାରବାରରେ ପ୍ରବେଶ କଲା। ଏମିତି ଧାରା ୨୦୨୦ ପର୍ଯ୍ୟନ୍ତ ଚାଲିଲା। ୨୦୨୦ କରୋନା କଟକଣା ସମୟରୁ ସମ୍ପୂର୍ଣ୍ଣ କାରବାର ବନ୍ଦ ହୋଇଗଲା ବୋଲି ଏମ୍‌ଏମ୍‌ଟିସି କାର୍ଯ୍ୟାଳୟର ଶ୍ୟାମସୁନ୍ଦର ନାୟକ ନାମକ କର୍ମଚାରୀ କହିଛନ୍ତି। ପଣ୍ୟ କାରବାର ବନ୍ଦ ହୋଇଗଲା ପରେ ଏମ୍‌ଏମ୍‌ଟିସି ପକ୍ଷରୁ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ପ୍ଲଟକୁ ପାରାଦୀପ ବନ୍ଦର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଉକ୍ତ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେହିପରି ଏମ୍‌ଏମ୍‌ଟିସି ପକ୍ଷରୁ ଯାଜପୁରସ୍ଥିତ ଏନ୍‌ଆଇଏନ୍‌ଏଲ୍‌(ନୀଳାଚଳ ଇସ୍ପାତ ନିଗମ ଲିମିଟେଡ)ରେ ୪୯ ପ୍ରତିଶତ ପୁଞ୍ଜି ବିନିଯୋଗ କରାଯାଇଥିଲା। ସେଠାରେ ପିଗ୍‌ ଆଇରନ ଉତ୍ପାଦନ ହେଉଥିଲା। ତାହା ମଧ୍ୟ କିଛି ବର୍ଷ ବନ୍ଦ ରହିବା ପରେ ଗତବର୍ଷ ଏକ ଘରୋଇ ସଂସ୍ଥା ହାତକୁ ସରକାର ଟେକି ଦେଇଛନ୍ତି। ଏବେ ଏମ୍‌ଏମ୍‌ଟିସିର ଓଡ଼ିଶାରେ ଆଉ କିଛି ବ୍ୟବସାୟ ନାହିଁ ବୋଲି ଜଣେ କର୍ମଚାରୀ ସ୍ବୀକାର କରିଛନ୍ତି। ଯେଉଁ କ୍ୱାର୍ଟର୍ସ ପାରାଦୀପରେ ଥିଲା ସେଥିରେ ଏବେ ୪୦ରୁ ଅଧିକ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଦିଆଯାଇଛି। ଅଫିସରେ କିଛି କାମ ନାହିଁ। ସରକାରୀ ବୋର୍ଡରୁ ରଙ୍ଗ ଉଡି ଗଲାଣି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଏହାକୁ ଯେ ବନ୍ଦ ଘୋଷଣା ନ କରିବେ ସେ କଥା ଏଡ଼ାଇ ଦିଆ ଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri