ବନ୍ଦହେବାକୁ ଯାଉଛି ଏମ୍‌ଏମ୍‌ଟିସି

ପାରାଦୀପ,୨୬।୨(ସ୍ବ.ପ୍ର.): କେନ୍ଦ୍ର ସରକାର ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି ବୋଲି ଦେଶରେ ଚର୍ଚ୍ଚା ଜୋର ଧରିଛି। ଏବେ ଆଉ ଏକ ସରକାରୀ ଉପକ୍ରମ ଓଡ଼ିଶାରେ ବନ୍ଦ ହେବାକୁ ଯାଉଛି। ତାହା ହେଲା ଏମ୍‌ଏମ୍‌ଟିସି (ମିନେରାଲ ମେଟାଲ ଟ୍ରେଡିଂ କର୍ପୋରେସନ)ଲିମିଟେଡ। ପାରାଦୀପ, ଯାଜପୁର ଓ ଭୁବନେଶ୍ୱରଠାରେ ଏହି ରାଷ୍ଟ୍ରାୟତ୍ତ ସଂସ୍ଥା ୧୯୬୦ରୁ ଏପର୍ଯ୍ୟନ୍ତ ରହିଛି। କିନ୍ତୁ ପାରାଦୀପରେ ଚାଲିଥିବା ପଣ୍ୟ କାରବାର ୨୦୨୦ରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏବେ କେବଳ ଅଫିସ ଓ ଆବାସିକ ସ୍ଥାନ ରହିଛି। କାର୍ଯ୍ୟାଳୟରେ ଏବେ କେବଳ ୪ ଜଣ କର୍ମଚାରୀ ବସି ଦରମା ନେଉଥିତ୍ବା ଜଣାପଡ଼ିଛି।
କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଏମ୍‌ଏମ୍‌ଟିସି ଏକଦା ପାରାଦୀପ ବନ୍ଦରର ମୁଖ୍ୟ ବ୍ୟବହାରକାରୀ ସଂସ୍ଥା ଥିଲା। ୧୯୬୨ରେ ବନ୍ଦର ପ୍ରତିଷ୍ଠା ହେବା ପରେ ଏହି ସଂସ୍ଥା ୧୯୬୫ରୁ ପଣ୍ୟ ବୋଝେଇ, ଖଲାସ ଓ ପରିବହନ ଆଦି କାମ କରିଆସୁଥିଲା। ସେଥିପାଇଁ ପାରାଦୀପ ବନ୍ଦର ପ୍ରଶାସନ ସଂସ୍ଥାକୁ ବନ୍ଦର ନିଷିଦ୍ଧାଞ୍ଚଳରେ ପ୍ଲଟ୍‌ ଯୋଗାଇ ଦେଇଥିଲେ। ଏହାର ଅଫିସ ଓ କର୍ମଚାରୀଙ୍କ ରହଣି ପାଇଁ ସ୍ବତନ୍ତ୍ର ଭାବେ ମଧୁବନ ଜଗନ୍ନାଥ ମନ୍ଦିର ପାଖରେ ଜାଗା ଯୋଗାଇ ଦେଇଥିଲେ। ସେଠାରେ ସଂସ୍ଥା ପକ୍ଷରୁ ଏକ ସ୍ବତନ୍ତ୍ର କଲୋନୀ କରାଯାଇ ୪୮ କ୍ୱାର୍ଟର୍ସ, ଖେଳପଡ଼ିଆ ଆଦି କରାଯାଇଥିଲା। ୧୯୬୦ରୁ ୧୯୯୦ ପର୍ଯ୍ୟନ୍ତ ୮୦ କର୍ମଚାରୀ ଏଠାରେ କାମ କରୁଥିବାବେଳେ ଅନେକ ଯାନ୍ତ୍ରିକ ଉପକରଣ ଥିଲା। ୧୯୯୧ ଜୁନ ୨୪ରେ ତତ୍କାଳୀନ କେନ୍ଦ୍ର ସରକାର ଏଲ୍‌ପିଜି (ଉଦାରୀକରଣ, ଘରୋଇକରଣ, ଜଗତୀକରଣ)ନିୟମ ପ୍ରଣୟନ କଲେ। ତା’ପରଠାରୁ ଧୀରେ ଧୀରେ ଏମ୍‌ଏମ୍‌ଟିସିର ବ୍ୟବସାୟ ହ୍ରାସ ପାଇଲା। ସେହି ସ୍ଥାନରେ ଘରୋଇ ଷ୍ଟିଭେଡର୍ସ ସଂସ୍ଥା ବନ୍ଦର ପଣ୍ୟ କାରବାରରେ ପ୍ରବେଶ କଲା। ଏମିତି ଧାରା ୨୦୨୦ ପର୍ଯ୍ୟନ୍ତ ଚାଲିଲା। ୨୦୨୦ କରୋନା କଟକଣା ସମୟରୁ ସମ୍ପୂର୍ଣ୍ଣ କାରବାର ବନ୍ଦ ହୋଇଗଲା ବୋଲି ଏମ୍‌ଏମ୍‌ଟିସି କାର୍ଯ୍ୟାଳୟର ଶ୍ୟାମସୁନ୍ଦର ନାୟକ ନାମକ କର୍ମଚାରୀ କହିଛନ୍ତି। ପଣ୍ୟ କାରବାର ବନ୍ଦ ହୋଇଗଲା ପରେ ଏମ୍‌ଏମ୍‌ଟିସି ପକ୍ଷରୁ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ପ୍ଲଟକୁ ପାରାଦୀପ ବନ୍ଦର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଉକ୍ତ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେହିପରି ଏମ୍‌ଏମ୍‌ଟିସି ପକ୍ଷରୁ ଯାଜପୁରସ୍ଥିତ ଏନ୍‌ଆଇଏନ୍‌ଏଲ୍‌(ନୀଳାଚଳ ଇସ୍ପାତ ନିଗମ ଲିମିଟେଡ)ରେ ୪୯ ପ୍ରତିଶତ ପୁଞ୍ଜି ବିନିଯୋଗ କରାଯାଇଥିଲା। ସେଠାରେ ପିଗ୍‌ ଆଇରନ ଉତ୍ପାଦନ ହେଉଥିଲା। ତାହା ମଧ୍ୟ କିଛି ବର୍ଷ ବନ୍ଦ ରହିବା ପରେ ଗତବର୍ଷ ଏକ ଘରୋଇ ସଂସ୍ଥା ହାତକୁ ସରକାର ଟେକି ଦେଇଛନ୍ତି। ଏବେ ଏମ୍‌ଏମ୍‌ଟିସିର ଓଡ଼ିଶାରେ ଆଉ କିଛି ବ୍ୟବସାୟ ନାହିଁ ବୋଲି ଜଣେ କର୍ମଚାରୀ ସ୍ବୀକାର କରିଛନ୍ତି। ଯେଉଁ କ୍ୱାର୍ଟର୍ସ ପାରାଦୀପରେ ଥିଲା ସେଥିରେ ଏବେ ୪୦ରୁ ଅଧିକ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଦିଆଯାଇଛି। ଅଫିସରେ କିଛି କାମ ନାହିଁ। ସରକାରୀ ବୋର୍ଡରୁ ରଙ୍ଗ ଉଡି ଗଲାଣି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଏହାକୁ ଯେ ବନ୍ଦ ଘୋଷଣା ନ କରିବେ ସେ କଥା ଏଡ଼ାଇ ଦିଆ ଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri