ଲକାନି, ୪ା୧୧- ମ୍ଲାଡଷ୍ଟ ଲୁକାନି ଓ ଏଫ୍କେ ରଡନିକି -୧୯୨୩ ମଧ୍ୟରେ ଖେଳାଯାଇଥିବା ସର୍ବିଆନ ସୁପରଲିଗ୍ ମ୍ୟାଚ୍ରେ ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ୍ ବେଳେ ରଡନିକି କ୍ଳବର ମୁଖ୍ୟ କୋଚ୍ ମ୍ଲାଦେନ ଜିଜୋଭିକ୍ଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୪୪ ବର୍ଷ ହୋଇଥିଲା। ମ୍ୟାଚ୍ର ପ୍ରଥମାର୍ଦ୍ଧର ୨୨ତମ ମିନିଟ୍ରେ ଜିଜୋଭିକ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏଥିଯୋଗୁ ତାଙ୍କୁ ଫିଲ୍ଡିରେ ମେଡିକାଲ ସହାୟତା ପ୍ରଦାନ କରାଯିବା ପରେ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ଏହାପରେ ମ୍ୟାଚ୍କୁ ପୁନଃ ଆରମ୍ଭ କରାଯାଇଥିଲା। ହେଲେ ପ୍ରାୟ ୨୦ ମିନିଟ୍ ପରେ ଜିଭୋଭିକ୍ଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ମ୍ୟାଚ୍କୁ ବାତିଲ କରି ଦିଆଯାଇଥିଲା। ତେବେ ହୃଦ୍ଘାତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଏହି ଦୁଃଖଦ ଖବର ଶୁଣିବା ପରେ ଟେଲିଭିଜନ ଫୁଟେଜରେ କିଛି ଖେଳାଳିମାନେ ଗ୍ରାଉଣ୍ଡରେ ଆଣ୍ଠେଇ କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଏ ସମ୍ପର୍କରେ ରଡନିକି ୧୯୨୩ କ୍ଲବ ପକ୍ଷରୁ ବିବୃତି ଜାରି କରାଯାଇଥିଲା।
ଗଭୀର ଦୁଃଖ ସହ ଆମେ ସଭିଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଲୁକାନିଠାରେ ମ୍ଲାଡଷ୍ଟ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ବେଳେ ଆମର ମୁଖ୍ୟ କୋଚ୍ ମ୍ଲାଡେନ ଜିଜୋଭିକଙ୍କର ପରଲୋକ ଘଟିଛି। ଆମ କ୍ଲବ ଜଣେ ମହାନ ସ୍ପେଶାଲିଷ୍ଟଙ୍କୁ ନୁହେଁ, ବରଂ ଜଣେ ଭଲ ବ୍ୟକ୍ତି ଓ ଜଣେ ବନ୍ଧୁଙ୍କୁ ହରାଇଛି।


