ପାରଳାଖେମୁଣ୍ଡିରେ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଲେ ବିଧାୟକ

ଗଜପତି,୧୮।୩ି(ଗିରିଧାରୀ ପରିଛା): ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁ ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିଠାରେ ଏକ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଛନ୍ତି। ଏଥିସହ ଗଜପତି ଜିଲାରେ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ସ୍ବାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଗଜପତି ଜିଲାରେ ୧୨୫ ଡାକ୍ତର ପଦବୀ ମଧ୍ୟରୁ ୨୯ଟି ରହିଛନ୍ତି। ୧୪୪ ନର୍ସ ମଧ୍ୟରୁ ୪୬ ମାତ୍ର ଜଣ ରହିଛନ୍ତି (ସେଥିମଧ୍ୟରୁ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ),୨୪ଟି ଫାର୍ମାସିଷ୍ଟରୁ ୯ ଜଣ କାର୍ଯ୍ୟରତ ଅଛନ୍ତି। ପରୀକ୍ଷାଗାର ଟେକ୍ନିସିୟାନ ପଦବୀରେ ୧୪ ଜଣରୁ ମାତ୍ର ୪ ଜଣ ଅବସ୍ଥାପିତ ହୋଇଛନ୍ତି ଏବଂ ରେଡିଓଗ୍ରାଫର ୫ଟି ପଦବୀ ଥିବା ବେଳେ କେବଳ ଜଣେ ଅଛନ୍ତି।

ଉପରୋକ୍ତ ପଦବୀ ପୂରଣ ପାଇଁ ନିଜ ଉତ୍ତରରେ ସାସ୍ଥ୍ୟ ମନ୍ତ୍ରୀ କହିଲେ ଓପିଏସ୍‌ସିକୁ ଏ ବିଷୟରେ ଅବଗତ କରାଯାଇଛି। ୫୨୪୮ ଡାକ୍ତର(ଗ୍ରୁପ ଏ-ଜେବି ପଦବୀରେ) ଆବଶ୍ୟକ ଉପରେ ଚିଠି ନଂ ୪୫୭୯ ତା-୧୨.୨.୨୫ରେ ପଠାଯାଇଛି। ଏଦିଗରେ ଓପିଏସ୍‌ସିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଏହାଛଡା ଅନ୍ୟ ଦାବି ସଂପର୍କରେ ବିଚାର କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହି ଉତ୍ତରକୁ ନେଇ ବିଧାୟକ ସନ୍ତୁଷ୍ଟ ନ ଥିବା ବେଳେ ଗଜପତି ଜିଲା ସଦରମହାକୁମା ଠାରେ ଏକ ସୁପର ସ୍ପେଶାଳିଟି ହସ୍ପିଟାଲ କରିବା ସହ ମେଡ଼ିକାଲ କଲେଜ କରିବା ଦିଗରେ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri