ଏମ୍‌କେସିଜିରେ ପ୍ଲେଟ୍‌ଲେଟ୍‌ ଅଭାବ, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର ଅଫିସ,୨।୧୦:  ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଚାଲିଛି। ଗତ ଦୁଇ ଦିନରେ ଜଣେ ୧୧ ମାସର ଶିଶୁ ସମେତ ୧୧ ଜଣଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଶନିବାର ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା ୧୦୧ରେ ପହଞ୍ଚିଛି। ଡେଙ୍ଗୁ ପଜିଟିଭ୍‌ ହୋଇ ଗୁରୁତର ରୋଗୀଙ୍କ ପ୍ଲେଟଲେଟ୍‌ କମି ଯାଇଥାଏ। ଏଣୁ ସେମାନଙ୍କୁ ପ୍ଲେଟଲେଟ୍‌ (ରକ୍ତର ଏକ ଅଂଶ) ଦିଆଯାଇଥାଏ। ହେଲେ ଏମ୍‌କେସିଜି ରକ୍ତଭଣ୍ଡାରରେ ପ୍ଲେଟଲେଟ୍‌ ଅଭାବ ପରିଲକ୍ଷିତ ହୋଇଛି। ଏପରିକି ନେଗେଟିଭ୍‌ ଗ୍ରୁପ୍‌ ଖାଲି ହୋଇଯାଇଛି। ଫଳରେ ନେଗେଟିଭ୍‌ ଗ୍ରୁପ୍‌ ଥିବା ରୋଗୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ସାରା ଡେଙ୍ଗୁ ମାଡ଼ି ସାରିଲାଣି। ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଗତ ଦୁଇଦିନରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୩ ଜଣ ଛତ୍ରପୁରରୁ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରୁ ୧୧ ମାସର ଶିଶୁ ସମେତ ଦୁଇଜଣ, ଦିଗପହଣ୍ଡିରୁ ଦୁଇଜଣ, ଖଲ୍ଲିକୋଟ, କୋଦଳା, ରଙ୍ଗେଇଲୁଣ୍ଡା ଓ କବିସୂର୍ଯ୍ୟନଗରରୁ ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ୧୦୧ ପଜିଟିଭ୍‌ ମଧ୍ୟରୁ ୫୦ ଜଣ ବାହାର ଜିଲା ଓ ଅନ୍ୟ ରାଜ୍ୟରୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଖାଲୁଆ ସ୍ଥାନରେ ପାଣି ଜମି ରହୁଛି। ଦୀର୍ଘଦିନ ଧରି ସେଠାରେ ପାଣି ଜମି ରହିବା ଫଳରେ ଡେଙ୍ଗୁ ବାହାକ ଏଡିସ୍‌ ମଶା ସୃଷ୍ଟି ହୋଇ ରୋଗର କାରଣ ସାଜୁଛି। ଏଣୁ ଡେଙ୍ଗୁ ଚିହ୍ନଟ ହେଉଥିବା ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ମଶା ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ନଷ୍ଟ କରାଯାଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି କାଜୁଆଲଟି ପ୍ରଥମ ମହଲାରେ ସ୍ବତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରାଯାଇଛି। ସେଠାରେ ପ୍ରାୟ ୧୧/୧୨ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ସାଧାରଣତଃ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହେଉଥିବା ୯୫ ପ୍ରତିଶତ ରୋଗୀ ମେଡିସିନରେ ସୁସ୍ଥ ହୋଇ ଯାଇଥାନ୍ତି। ପ୍ଲେଟ୍‌ଲେଟ୍‌ କମିଲେ ରୋଗୀଙ୍କୁ ପ୍ଲେଟ୍‌ଲେଟ୍‌ ଦେବାକୁ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏମ୍‌କେସିଜି ପରିସରରେ ଥିବା ରକ୍ତଭଣ୍ଡାରରେ ୨୪ଘଣ୍ଟିଆ ରକ୍ତ ଓ ପ୍ଲେଟ୍‌ଲେଟ୍‌ ପ୍ରଦାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ନେଗେଟିଭ୍‌ ଗ୍ରୁପ୍‌ ପ୍ଲେଟ୍‌ଲେଟ୍‌ ଖାଲି ହୋଇଯାଉଥିବାରୁ ସମସ୍ୟା ଦେଖା ଦେଇଛି। ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲାରେ ୩୩୩ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ଏଯାବତ ୧୦୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri