ଏମ୍‌କେସିଜିରେ ପ୍ଲେଟ୍‌ଲେଟ୍‌ ଅଭାବ, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର ଅଫିସ,୨।୧୦:  ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଚାଲିଛି। ଗତ ଦୁଇ ଦିନରେ ଜଣେ ୧୧ ମାସର ଶିଶୁ ସମେତ ୧୧ ଜଣଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଶନିବାର ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା ୧୦୧ରେ ପହଞ୍ଚିଛି। ଡେଙ୍ଗୁ ପଜିଟିଭ୍‌ ହୋଇ ଗୁରୁତର ରୋଗୀଙ୍କ ପ୍ଲେଟଲେଟ୍‌ କମି ଯାଇଥାଏ। ଏଣୁ ସେମାନଙ୍କୁ ପ୍ଲେଟଲେଟ୍‌ (ରକ୍ତର ଏକ ଅଂଶ) ଦିଆଯାଇଥାଏ। ହେଲେ ଏମ୍‌କେସିଜି ରକ୍ତଭଣ୍ଡାରରେ ପ୍ଲେଟଲେଟ୍‌ ଅଭାବ ପରିଲକ୍ଷିତ ହୋଇଛି। ଏପରିକି ନେଗେଟିଭ୍‌ ଗ୍ରୁପ୍‌ ଖାଲି ହୋଇଯାଇଛି। ଫଳରେ ନେଗେଟିଭ୍‌ ଗ୍ରୁପ୍‌ ଥିବା ରୋଗୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ସାରା ଡେଙ୍ଗୁ ମାଡ଼ି ସାରିଲାଣି। ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଗତ ଦୁଇଦିନରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୩ ଜଣ ଛତ୍ରପୁରରୁ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରୁ ୧୧ ମାସର ଶିଶୁ ସମେତ ଦୁଇଜଣ, ଦିଗପହଣ୍ଡିରୁ ଦୁଇଜଣ, ଖଲ୍ଲିକୋଟ, କୋଦଳା, ରଙ୍ଗେଇଲୁଣ୍ଡା ଓ କବିସୂର୍ଯ୍ୟନଗରରୁ ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ୧୦୧ ପଜିଟିଭ୍‌ ମଧ୍ୟରୁ ୫୦ ଜଣ ବାହାର ଜିଲା ଓ ଅନ୍ୟ ରାଜ୍ୟରୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଖାଲୁଆ ସ୍ଥାନରେ ପାଣି ଜମି ରହୁଛି। ଦୀର୍ଘଦିନ ଧରି ସେଠାରେ ପାଣି ଜମି ରହିବା ଫଳରେ ଡେଙ୍ଗୁ ବାହାକ ଏଡିସ୍‌ ମଶା ସୃଷ୍ଟି ହୋଇ ରୋଗର କାରଣ ସାଜୁଛି। ଏଣୁ ଡେଙ୍ଗୁ ଚିହ୍ନଟ ହେଉଥିବା ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ମଶା ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ନଷ୍ଟ କରାଯାଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି କାଜୁଆଲଟି ପ୍ରଥମ ମହଲାରେ ସ୍ବତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରାଯାଇଛି। ସେଠାରେ ପ୍ରାୟ ୧୧/୧୨ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ସାଧାରଣତଃ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହେଉଥିବା ୯୫ ପ୍ରତିଶତ ରୋଗୀ ମେଡିସିନରେ ସୁସ୍ଥ ହୋଇ ଯାଇଥାନ୍ତି। ପ୍ଲେଟ୍‌ଲେଟ୍‌ କମିଲେ ରୋଗୀଙ୍କୁ ପ୍ଲେଟ୍‌ଲେଟ୍‌ ଦେବାକୁ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏମ୍‌କେସିଜି ପରିସରରେ ଥିବା ରକ୍ତଭଣ୍ଡାରରେ ୨୪ଘଣ୍ଟିଆ ରକ୍ତ ଓ ପ୍ଲେଟ୍‌ଲେଟ୍‌ ପ୍ରଦାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ନେଗେଟିଭ୍‌ ଗ୍ରୁପ୍‌ ପ୍ଲେଟ୍‌ଲେଟ୍‌ ଖାଲି ହୋଇଯାଉଥିବାରୁ ସମସ୍ୟା ଦେଖା ଦେଇଛି। ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲାରେ ୩୩୩ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ଏଯାବତ ୧୦୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri