କରୋନା ଆକ୍ରାନ୍ତଙ୍କଠାରେ ମିଶ୍ରିତ ସ୍ବରୂପରେ ବୃଦ୍ଧି, ୩ ମାସରେ ୭.୫ରୁ ୫୮ ପ୍ରତିଶତ ଛୁଇଁଛି…

ନୂଆଦିଲ୍ଲୀ,୨୬।୧୨ : ବିଭିନ୍ନ କରୋନା ଭାରିଆଣ୍ଟ ଏବଂ ଏହାର ଚିକିତ୍ସା ପ୍ରଭାବ ବିଷୟରେ ଇନସାକଗ୍‌ର ରିପୋର୍ଟ ପ୍ରକାଶ ପାଇଛି। ଏହା ଅନୁଯାୟୀ ଭାରତୀୟ କରୋନା ଆକ୍ରାନ୍ତଙ୍କଠାରେ ବିଭିନ୍ନ ପ୍ରକାରର ମିଶ୍ରିତ ସ୍ବରୂପ ପ୍ରକାଶିତ ହୋଇଛି। ସମ୍ପ୍ରତି, ଜେନୋମ କ୍ରମର ରିପୋର୍ଟ ରାଜ୍ୟମାନଙ୍କ ସହ ଆଦାନପ୍ରଦାନବେଳେ କୁହାଯାଇଥିଲା ଯେ ଗତ ତିନିମାସ ମଧ୍ୟରେ ଭାରତୀୟ ଙ୍କଠାରେ ଏକରୁ ଅଧିକ କରୋନା ଭାରିଆଣ୍ଟର ମିଶ୍ରଣ ବୃଦ୍ଧି ପାଇଛି। ଫଳସ୍ବରୂପ ସେପ୍ଟେମ୍ବର ମାସରୁ ଏବଂ ନଭେମ୍ବରରେ ମିଶ୍ରିତ ଭାରିଆଣ୍ଟ ଏବଂ ସବ-ଭାରିଆଣ୍ଟ ଗୁଡିକ ୭.୫ ରୁ ୫୮ପ୍ରତିଶତକୁ ବୃଦ୍ଧି ପାଇଛି ।

ଗତ ବର୍ଷ ୨୦୨୧ମସିହାରେ ତୃତୀୟ ଲହର ସମୟରେ ମିଳିଥିବା ସମସ୍ତ ପ୍ରକାର ଓମିକ୍ରନ ଭାରିଆଣ୍ଟ ଭାରତୀୟ ଆକ୍ରାନ୍ତମାନଙ୍କଠାରେ ଆଉ ଦେଖାଯାଉ ନାହିଁ । ୨୦୨୦ର, ଆଲଫା ଏବଂ ବିଟା, ୨୦୨୧ ର ଡେଲଟା, ଗାମା ଏବଂ କେପ୍ପା ଭାରିଆଣ୍ଟଗୁଡିକ ମଧ୍ୟ ଅଦୃଶ୍ୟ ହେବାକୁ ଲାଗିଛି। ଯଦିଓ ଏହା ଏକ ଚିନ୍ତାର ବିଷୟ ଯେ ପୁରୁଣା ରୂପ ଅଦୃଶ୍ୟ ହୋଇଯାଉଛି, କିନ୍ତୁ ନୂତନ ମିଶ୍ରିତ ଫର୍ମ ଅର୍ଥାତ ଡବଲ କିମ୍ବା ଟ୍ରିପଲ ମ୍ୟୁଟେଶନ ବାହାରକୁ ଆସୁଛି। ଯାହା ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ବହୁତ ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଇନସାକଗ ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଓମିକ୍ରନ ଏବଂ ଏହାର ସମସ୍ତ ସମ୍ବନ୍ଧୀୟ ଭାରିଆଣ୍ଟ ବହୁ ସଂଖ୍ୟାରେ ଦେଖାଯାଉଥିଲା, କିନ୍ତୁ ଏହା ପରେ ନଭେମ୍ବର ମାସରେ ବାହାରିଥିବା ନମୁନା ଏବଂ ବର୍ତ୍ତମାନ ଡିସେମ୍ବରରେ ସେମାନଙ୍କ ମଧ୍ୟରେ ମିଶ୍ରିତ ଅର୍ଥାତ ରେକମ୍ବିନେଣ୍ଟ ଫର୍ମଗୁଡିକ ଅଧିକ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri