Posted inଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ମହେନ୍ଦ୍ର ସିଂ ଧୋନୀଙ୍କୁ ଟି-୨୦ ଏବଂ ଏକଦିବସୀୟ କ୍ରିକେଟର୍‌ ବାଦ୍‌ଶାହ ବୋଲି କୁହାଯାଏ। ତାଙ୍କ ନାଁରେ ଅନେକ ରେକର୍ଡ ମଧ୍ୟ ରହିଛି। ଏବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବାରୁ ତାଙ୍କ ନାଁରେ ଥିବା ରେକର୍ଡ ଧୀରେ ଧୀରେ ଭାଙ୍ଗିବା ଆରମ୍ଭ ହେଲାଣି। ଧୋନୀ ଟି-୨୦ରେ ଉଇକେଟ୍‌ ପଛରେ ସର୍ବାଧିକ ଶିକାର କରିଥିବା ରେକର୍ଡ ହାସଲ କରିଥିଲେ। ଏବେ ଏହି ରେକର୍ଡ ଭାଙ୍ଗିଛି। ସବୁଠୁ ଖାସ୍‌ କଥା ହେଉଛି ଏହି ରେକର୍ଡକୁ କୌଣସି ପୁରୁଷ କ୍ରିକେଟର୍‌ ନୁହେଁ, ଜଣେ ମହିଳା କ୍ରିକେଟର୍‌ ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆର ପ୍ରସିଦ୍ଧ ବୋଲର୍‌ ମିଚେଲ ଷ୍ଟାର୍କଙ୍କ ସ୍ତ୍ରୀ ତଥା କ୍ରିକେଟର୍‌ ଏଲିସା ହିଲି ଏହି ରେକର୍ଡ ଭାଙ୍ଗିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ଧୋନୀ ମୋଟ ୯୧ଟି ଶିକାର କରିଥିଲେ। ଏଲିସା ବ୍ରିସବେନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ରେକର୍ଡ ଭାଙ୍ଗିଥିଲେ। ସେ ଏହି ମ୍ୟାଚ୍‌ରେ ଗୋଟିଏ ଷ୍ଟମ୍ପିଂ ଏବଂ ଗୋଟିଏ କ୍ୟାଚ୍‌ ନେଇଥିଲେ। ଏହାକୁ ମିଶାଇ ଏଲିସାଙ୍କ ମୋଟ ୯୨ଟି ଶିକାର କରିଛନ୍ତି। ସେ ୧୧୪ଟି ମ୍ୟାଚ୍‌ ଖେଳି ୯୯ଟି ପାଳିରେ ୫୦ଟି ଷ୍ଟମ୍ପିଂ ଏବଂ ୪୨ଟି କ୍ୟାଚ୍‌ ନେଇଛନ୍ତି। ସେହିପରି ଧୋନୀ ୯୮ ମ୍ୟାଚ୍‌ରେ ୯୭ଟି ପାଳି ଖେଳି ୩୪ଟି ଷ୍ଟମ୍ପିଂ ଏବଂ ୫୭ଟି କ୍ୟାଚ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ପୁରସ୍କୃତ

ନୂଆଦିଲ୍ଳୀ,୨୩ା୩: ଏସିଆନ୍‌ ହକି ମହାସଂଘ(ଏଏଚ୍‌ଏଫ୍‌) ପକ୍ଷରୁ ହକି ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆକୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ଶ୍ରେଷ୍ଠ ଆୟୋଜକ...

ମନୁଙ୍କ ପିସ୍ତଲରେ ତ୍ରୁଟି :ମୋରିନିର ନିଃସର୍ତ୍ତମୂଳକ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ, ୩୧ା୭ (ପି.ଟି.): ଭାରତୀୟ ଶୁଟିଂ ଟିମ୍‌ର କଥାରେ ସୁଇଜରଲାଣ୍ଡର ଏକ ବନ୍ଧୁକ ତିଆରି କରୁଥିବା କମ୍ପାନୀ ମୋରିନି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆକୁ...

ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଓ୍ବିକେଟରେ ହରାଇଲା ଭାରତ…

ଢାକ୍କା,୨୫।୧୨ : ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ...

ଲାଞ୍ଚ ନେଇ ୮ ବର୍ଷ ବ୍ୟାନ ହେଲେ କ୍ରିକେଟର

ଦୁବାଇ,୧।୭: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଗୁରୁବାର ୟୁଏଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମ୍ମଦଙ୍କୁ ୮ ବର୍ଷ ପାଇଁ ବ୍ୟାନ କରିଛି।...

ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…

ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

ସବୁଠାରୁ ବୟସ୍କ-ଯୁବ ଅଧିନାୟକ ଭିତରେ ଆଜି ଲଢ଼େଇ; ଏସବୁ ଖେଳାଳିଙ୍କ…

ନୂଆଦିଲ୍ଲୀ,୧୦।୪: ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ। ସବୁଠାରୁ ଯୁବ...

କାଲିସ ଇଂଲଣ୍ଡ ବ୍ୟାଟିଂ ପରାମର୍ଶଦାତା

ଲଣ୍ଡନ, ୨୧ା୧୨ (ପି.ଟି.)-ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ମାସରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା କିମ୍ବଦନ୍ତୀ...

ଇଣ୍ଡିଆନ୍‌ ସୁପର ଲିଗ୍‌: ଲଞ୍ଚ୍‌ ହେଲା ରାଜ୍ୟର ନିଜ କ୍ଲବ୍‌ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧।୯(ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଫୁଟବଲ ଲିଗ୍‌ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଥର ନିଜର କ୍ଲବ୍‌ ଖେଳାଇବ। ଫଳରେ ରାଜ୍ୟର ଫୁଟବଲ ପ୍ରଶଂସକଙ୍କ ପାଇଁ...

Advertisement
Archives

Model This Week