Posted inଜାତୀୟ

ଭୁଲରେ ପାକିସ୍ତାନରେ ଖସି ପଡ଼ିଥିଲା କ୍ଷେପଣାସ୍ତ୍ର, ୩ ବାୟୁସେନା ଅଧିକାରୀଙ୍କ ଚାକିରି ଗଲା…

ନୂଆଦିଲ୍ଲୀ, ୨୩।୮ : ପାକିସ୍ତାନରେ ଭୁଲରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଖସି ପଡିଥିଲା। ଏହି ଘଟଣାର ତଦନ୍ତ ପରେ ତିନିଜଣ ଅଧିକାରୀଙ୍କୁ ଦାୟୀ କରାଯାଇଛି। ଭାରତୀୟ ବାୟୁସେନା ଏହି ସୂଚନା ଦେଇଛି। ବାୟୁସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଚାକିରିରୁ ବାହାର କରାଯାଇଛି। ଅଧିକାରୀମାନଙ୍କୁ ମଙ୍ଗଳବାର ଅର୍ଥାତ ୨୩ ଅଗଷ୍ଟରେ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ସେବାରୁ ବରଖାସ୍ତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ଗ୍ରୁପ କ୍ୟାପଟେନ, ୱିଙ୍ଗ କମାଣ୍ଡର ଏବଂ ସ୍କ୍ବାଡ୍ରନ ଲିଡର ଅଛନ୍ତି। ତଦନ୍ତରୁ ଜଣାପଡିଥିଲା ଯେ ଅଧିକାରୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟାରେ ବିଫଳ ହୋଇଥିଲେ। ଯେଉଁଥିପାଇଁ କ୍ଷେପଣାସ୍ତ୍ରଟି ଭୁଲରେ ପାକିସ୍ତାନରେ ଖସି ପଡ଼ିଥିଲା।

ଏହି ଘଟଣା ୯ ମାର୍ଚ୍ଚ ୨୦୨୨ରେ ଘଟିଥିଲା। ବୈଷୟିକ ତ୍ରୁଟି ଯୋଗୁ ହରିୟାଣାର ସିର୍ସା ଠାରୁ ଉତ୍‌କ୍ଷେପଣ ହୋଇଥିବା କ୍ଷେପଣାସ୍ତ୍ରଟି ସନ୍ଧ୍ୟା ପ୍ରାୟ ୬ଟା ୪୩ ସମୟରେ ସୁରତଗଡ ଦେଇ ପାକିସ୍ତାନ ସୀମା ଭିତରେ ୧୨୪ କିଲୋମିଟର ଦୂରରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ।

ଏହି ମାମଲାରେ ପାକିସ୍ତାନ ଭାରତକୁ ଦୋଷାରୋପ କରିଥିଲା। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାବି କରିଥିଲେ। ଏହି ପ୍ରସଙ୍ଗରେ ପାକିସ୍ତାନ ମଧ୍ୟ ଭାରତକୁ ବିଶ୍ୱବ୍ୟାପୀ ଘେରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନର ଅଭିଯୋଗକୁ ନେଇ ଭାରତ ମଧ୍ୟ ଦୁଃଖ ପ୍ରକାଶ କରିଥିଲା।

ପାକିସ୍ତାନ ସରକାର ଭାରତ ସରକାରଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିଥିଲେ। ଏହା ପରେ ଭାରତ ସରକାର ଉତ୍ତର ଦେଇଥିଲେ ଯେ ପାକିସ୍ତାନରେ ଭୁଲରେ ଏହି କ୍ଷେପଣାସ୍ତ୍ରଟି ଖସି ପଡ଼ିଥିଲା। ଏଥି ସହ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଏବଂ ତଦନ୍ତ ପାଇଁ କୋର୍ଟ ଅଫ ଇନକ୍ୱାରୀର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

ଠାକୁରାଣୀ ଯାତ୍ରାର ଆକର୍ଷଣ ବଢ଼ାଉଛନ୍ତି ମାନସିକ ବେଶଧାରୀ, ଆଜି ସାବିତ୍ରୀ ଅମାବାସ୍ୟାରେ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶନିବାର ୨୧ ଦିନରେ ପହଞ୍ଚିଛି। ଆଉ ୪ ଦିନ ପରେ ଯାତ୍ରା ଉଦ୍‌ଯାପିତ ହେବ। ଆଜି ଅର୍ଥାତ୍‌…

ଖବରଦାତାଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ତୁମର ରିପୋର୍ଟିଂ ଦେଶଦ୍ରୋହ…

ଓ୍ବାଶିଂଟନ,୧୬।୫ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri