ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରର ତାଲା ଭାଙ୍ଗି ପ୍ରାୟ ୭୦ ଭରି ସୁନା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭାଜପା ଜ଼ିଲା ଉପସଭାପତି ଦେବେନ୍ଦ୍ର ପଣ୍ଡା ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ପରିବାର ସହ ଗତ ଜୁଲାଇ ୨୨ରୁ ଏକ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ। ରବିବାର ପରିବାର ଲୋକେ ଘରକୁ ଫେରିବା ପରେ, ଘରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଭିତରକୁ ଯାଇ ଦେଖିଲା ବେଳକୁ ଆଲମିରାରେ ରଖାଯାଇଥିବା ବିପୁଳ ପରିମାଣର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଗାଏବ ଥିଲା।
ଏ ନେଇ ସେ ସଙ୍ଗେ ସଙ୍ଗେ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଏବଂ ଡଗ ସ୍କ୍ବାଡ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ କେନ୍ଦୁଗୁଡ଼ା ଫାଣ୍ଡି ଅଧିକାରୀ ବୀରେନ୍ଦ୍ର ରାୟ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇ ଘଟଣାର ଛାନ୍‌ଭିନ୍‌ ଚଳାଇଛନ୍ତି। ବଡ଼ଧରଣର ଚୋରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଚୋରିର ପ୍ରକୃତ ପରିମାଣ ଜଣାପଡିବା ସହ ଏବଂ ଚୋରଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି? ଜାଣନ୍ତୁ ଭୁବନେଶ୍ୱରରେ ୧୦ଗ୍ରାମ୍‌କୁ କେତେ ଅଛି ସୁନା ରେଟ୍‌

ଭୁବନେଶ୍ୱର,୬।୧୧: ଆଜି ୬ ନଭେମ୍ୱର, ଶୁକ୍ରବାର ଦିନ ଦେଶବ୍ୟାପୀ ଧନତେରସର ପବିତ୍ର ପର୍ୱ ବେଶ ଧୁମଧାମରେ ପାଳନ କରାଯାଉଛି। ଧନତେରସ ଅର୍ଥାତ ସୁଖ-ସମୃଦ୍ଧି କିଣାକିଣିର ଦିନ ଏବଂ…

ନିର୍ବାଚନରେ ହାରିବା ପରେ ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ

ଓ୍ବାଶିଂଟନ,୬।୧୧: ୨୦୨୬ ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟମାନଙ୍କର ଏକ ବଡ଼ ବିଜୟ ପରିପ୍ରେକ୍ଷୀରେ, ଟ୍ରମ୍ପ ପ୍ରଶାସନ ସମାଧାନ ବା ବୁଝାମଣା ରାସ୍ତା ଆପଣାଇବା ପରିବର୍ତ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର…

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଟି-୨୦ କ୍ରିକେଟ୍‌ରେ ଆନ୍ଦ୍ରେ ରସେଲଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍‌ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ…

LIVE ମ୍ୟାଚ ସମୟରେ ଘଟିଲା ବଡ଼ ଦୁର୍ଘଟଣା: ଷ୍ଟ୍ରେଚର୍‌ରେ ଖେଳାଳିଙ୍କୁ ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ଶିକ୍ଷକ ନିଯୁକ୍ତି ଦାବିରେ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ଶେଷରେ ସ୍କୁଲ ଫାଟକରେ ତାଲା…

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଚାଷୀଙ୍କ ଫସଲ କ୍ଷତିପୂରଣ ; ବିପର୍ଯ୍ୟୟ ମୃତ୍ୟୁରେ ମିଳିବ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ଚାଷୀଙ୍କ ପାଇଁ ବଡ଼ ଖବର । ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଉଥିବା ଲୋକଙ୍କ ପରିବାରକୁ ମଧ୍ୟ ମିଳିବ ଅଧିକ ଆର୍ଥିକ ସହାୟତା। ଯୋଗୀ…

ପ୍ରଶଂସକଙ୍କ ପାଇଁ Bad News: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ହେବ ବାତିଲ! ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ୱେଲିଂଟନରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟ ସହ ସିରିଜ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?