ପୋଲିସ ଭୟରେ ନାବାଳିକାଙ୍କ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୧୫ା୩:ପଞ୍ଚାୟତ ନିର୍ବାଚନର ପୂର୍ବଦିନ ହୋଇଥିବା ମାମଲାରେ ପୋଲିସ ଭୟଭୀତ କରୁଥିବାରୁ ରବିବାର ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ହାବେଳିନାଥ ସାହିରେ ଏହି ଘଟଣା ଘଟିଛି।
ଗତ ଫେବୃୟାରୀ ୧୭ ରାତିରେ ଏହି ଥାନା ଅନ୍ତର୍ଗତ ପଲ୍ଲୀ ମହାକାଳେଶ୍ୱରନାଥ ସାହିରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ପୋଲିସ ଗାଡ଼ି ଭାଙ୍ଗିବା ସହ ୨ ଜଣ କନ୍‌ଷ୍ଟେବଳ ଆହତ ହୋଇଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାକୁ କେନ୍ଦ୍ର କରି ପୋଲିସ ରବିବାର ରାତିରେ ଥାନା ଅନ୍ତର୍ଗତ ହାବେଳି ନାଥ ସାହିରେ ପହଞ୍ଚତ୍ ଅଭିଯୁକ୍ତ ମାନସ ନାଥଙ୍କୁ ଗିରଫ କରିବାକୁ କବାଟ ବାଡ଼େଇଥିଲା। ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ ଅନୁପସ୍ଥିତ ଥିବାରୁ ପୋଲିସ ସେମାନଙ୍କ ଝିଅମାନଙ୍କୁ ଧମକ ଦେଇ ଫେରିଯାଇଥିଲା। ଏହି ଭୟରେ ମାନସଙ୍କ ବଡ଼ ଝିଅ ସ୍ମୃତିପ୍ରଜ୍ଞା ଓରଫ ବର୍ଷା(୧୭) ରାତିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସାନଭଉଣୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସୋମବାର ଉତ୍ତ୍ୟକ୍ତ ଲୋକେ ବାଲିଭଉଁରୀ-ଶିଖର ଘାଟ ମୁଖ୍ୟରାସ୍ତାର ସିଂହପୁର ବଜାରଠାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ଜିଲା ପରିଷଦ ସଭ୍ୟ ବିବେକାନନ୍ଦ ବେହେରା, ଜଗତ୍‌ସିଂହପୁର ଏସ୍‌ଡିପିଓ ରମେଶଚନ୍ଦ୍ର ସିଂ ଓ ଜଗତ୍‌ସିଂହପୁର ଥାନା ଅତିରିକ୍ତ ଆଇଆଇସି ରାଜକିଶୋର ବେହେରା ପ୍ରମୁଖ ପହଞ୍ଚତ୍ ବୁଝାଶୁଝା କରିଥିଲେ। ପୋଲିସକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ୩ ଦିନ ଭିତରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ତେବେ ଏତଲାରେ ଯେଉଁମାନଙ୍କ ନାମ ନାହିଁ ପୋଲିସ ସେମାନଙ୍କୁ ଗିରଫ କରିବ ନାହିଁ ବୋଲି କହିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୁକ୍ତ ମାନସଙ୍କ ୩ ଝିଅ। ବର୍ଷା ବଡ଼ ହୋଇଥିବାବେଳେ ତାଙ୍କ ତଳକୁ ୧୨ ଓ ୧୪ ବର୍ଷର ୨ ଝିଅ ଅଛନ୍ତି। ନିର୍ବାଚନ ପୂର୍ବଦିନ ପୋଲିସ ଗାଡି ଭଙ୍ଗାରୁଜା ପରଠାରୁ ଗାଁ ପୁରୁଷଶୂନ୍ୟ ହୋଇଯାଇଥିଲା। ଏ ସମ୍ପର୍କରେ ମାନସଙ୍କ ମଝିଆ ଝିଅ ଓ ଗ୍ରାମବାସୀଙ୍କ କହିବା କଥା ହେଲା ରବିବାର ରାତିରେ ଘରେ କେବଳ ୩ ଝିଅ ଥିଲେ। ପୋଲିସ ଗାଡ଼ି ତାଙ୍କ ଘର ପାଖରେ ପହଞ୍ଚତ୍ ପ୍ରଥମେ କବାଟ ଓ ପରେ ଝରକା ବାଡ଼େଇଥିଲା। ମା, ବାପା ନ ଥିବାରୁ ପିଲାମାନେ ଭୟରେ କବାଟ ଖୋଲି ନ ଥିଲେ। ପୋଲିସ ଗଲାବେଳକୁ ନାନା କଥା କହି ଧମକାଇଥିଲା। ଏହି ଭୟରେ ବର୍ଷା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। କିନ୍ତୁ ପୋଲିସ ଏହି କଥାକୁ ଅସ୍ବୀକାର କରିଛି।
ଏସବୁ ଅଭିଯୋଗ ମିଥ୍ୟା ବୋଲି ଏସ୍‌ଡିପିଓ ସିଂ କହିଛନ୍ତି। ଗତ ୩ ତାରିଖରୁ ଏହି ଗାଁକୁ ପୋଲିସ ଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଅପମୃତ୍ୟୁ ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ତଦନ୍ତରେ ଆଉ କିଛି କାରଣ ଥିଲେ କିମ୍ବା ଦୋଷୀ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଗତ୍‌ସିଂହପୁର ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?