ପୋଲିସ ଭୟରେ ନାବାଳିକାଙ୍କ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୧୫ା୩:ପଞ୍ଚାୟତ ନିର୍ବାଚନର ପୂର୍ବଦିନ ହୋଇଥିବା ମାମଲାରେ ପୋଲିସ ଭୟଭୀତ କରୁଥିବାରୁ ରବିବାର ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ହାବେଳିନାଥ ସାହିରେ ଏହି ଘଟଣା ଘଟିଛି।
ଗତ ଫେବୃୟାରୀ ୧୭ ରାତିରେ ଏହି ଥାନା ଅନ୍ତର୍ଗତ ପଲ୍ଲୀ ମହାକାଳେଶ୍ୱରନାଥ ସାହିରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ପୋଲିସ ଗାଡ଼ି ଭାଙ୍ଗିବା ସହ ୨ ଜଣ କନ୍‌ଷ୍ଟେବଳ ଆହତ ହୋଇଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାକୁ କେନ୍ଦ୍ର କରି ପୋଲିସ ରବିବାର ରାତିରେ ଥାନା ଅନ୍ତର୍ଗତ ହାବେଳି ନାଥ ସାହିରେ ପହଞ୍ଚତ୍ ଅଭିଯୁକ୍ତ ମାନସ ନାଥଙ୍କୁ ଗିରଫ କରିବାକୁ କବାଟ ବାଡ଼େଇଥିଲା। ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ ଅନୁପସ୍ଥିତ ଥିବାରୁ ପୋଲିସ ସେମାନଙ୍କ ଝିଅମାନଙ୍କୁ ଧମକ ଦେଇ ଫେରିଯାଇଥିଲା। ଏହି ଭୟରେ ମାନସଙ୍କ ବଡ଼ ଝିଅ ସ୍ମୃତିପ୍ରଜ୍ଞା ଓରଫ ବର୍ଷା(୧୭) ରାତିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସାନଭଉଣୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସୋମବାର ଉତ୍ତ୍ୟକ୍ତ ଲୋକେ ବାଲିଭଉଁରୀ-ଶିଖର ଘାଟ ମୁଖ୍ୟରାସ୍ତାର ସିଂହପୁର ବଜାରଠାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ଜିଲା ପରିଷଦ ସଭ୍ୟ ବିବେକାନନ୍ଦ ବେହେରା, ଜଗତ୍‌ସିଂହପୁର ଏସ୍‌ଡିପିଓ ରମେଶଚନ୍ଦ୍ର ସିଂ ଓ ଜଗତ୍‌ସିଂହପୁର ଥାନା ଅତିରିକ୍ତ ଆଇଆଇସି ରାଜକିଶୋର ବେହେରା ପ୍ରମୁଖ ପହଞ୍ଚତ୍ ବୁଝାଶୁଝା କରିଥିଲେ। ପୋଲିସକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ୩ ଦିନ ଭିତରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ତେବେ ଏତଲାରେ ଯେଉଁମାନଙ୍କ ନାମ ନାହିଁ ପୋଲିସ ସେମାନଙ୍କୁ ଗିରଫ କରିବ ନାହିଁ ବୋଲି କହିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୁକ୍ତ ମାନସଙ୍କ ୩ ଝିଅ। ବର୍ଷା ବଡ଼ ହୋଇଥିବାବେଳେ ତାଙ୍କ ତଳକୁ ୧୨ ଓ ୧୪ ବର୍ଷର ୨ ଝିଅ ଅଛନ୍ତି। ନିର୍ବାଚନ ପୂର୍ବଦିନ ପୋଲିସ ଗାଡି ଭଙ୍ଗାରୁଜା ପରଠାରୁ ଗାଁ ପୁରୁଷଶୂନ୍ୟ ହୋଇଯାଇଥିଲା। ଏ ସମ୍ପର୍କରେ ମାନସଙ୍କ ମଝିଆ ଝିଅ ଓ ଗ୍ରାମବାସୀଙ୍କ କହିବା କଥା ହେଲା ରବିବାର ରାତିରେ ଘରେ କେବଳ ୩ ଝିଅ ଥିଲେ। ପୋଲିସ ଗାଡ଼ି ତାଙ୍କ ଘର ପାଖରେ ପହଞ୍ଚତ୍ ପ୍ରଥମେ କବାଟ ଓ ପରେ ଝରକା ବାଡ଼େଇଥିଲା। ମା, ବାପା ନ ଥିବାରୁ ପିଲାମାନେ ଭୟରେ କବାଟ ଖୋଲି ନ ଥିଲେ। ପୋଲିସ ଗଲାବେଳକୁ ନାନା କଥା କହି ଧମକାଇଥିଲା। ଏହି ଭୟରେ ବର୍ଷା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। କିନ୍ତୁ ପୋଲିସ ଏହି କଥାକୁ ଅସ୍ବୀକାର କରିଛି।
ଏସବୁ ଅଭିଯୋଗ ମିଥ୍ୟା ବୋଲି ଏସ୍‌ଡିପିଓ ସିଂ କହିଛନ୍ତି। ଗତ ୩ ତାରିଖରୁ ଏହି ଗାଁକୁ ପୋଲିସ ଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଅପମୃତ୍ୟୁ ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ତଦନ୍ତରେ ଆଉ କିଛି କାରଣ ଥିଲେ କିମ୍ବା ଦୋଷୀ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଗତ୍‌ସିଂହପୁର ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

ରାଜନୀତି ସରଗରମ: ଆଉ ୫ ଦିନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା କ୍ଷେତ୍ରର କେସିଙ୍ଗା ବ୍ଳକରେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଆସନ୍ତା ୧୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ...

ପୋଖରୀରୁ ଅଚିହ୍ନା ମୃତଦେହ ଜବତ: ହୁଡ଼ାରେ ରହିଛି ବ୍ୟାଗ୍‌, ଆଶାବାଡ଼ି

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ପଣ୍ଡିତ ଗାଁ ଚଟିବନ୍ଧରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri