ନାବାଳକ ଛାତ୍ରଙ୍କୁ ରାଗିଂ ଘଟଣା, ୨୦ ଦିନ ବିତିଯାଇଥିଲେ ସୁଦ୍ଧା ହୋଇନି କାର୍ଯ୍ୟାନୁଷ୍ଠାନ

ଦେବଗଡ,୪।୮(ଶଶାଙ୍କ ଶେଖର ଝାଙ୍କର): ଯୁକ୍ତଦୁଇ ଛାତ୍ରଙ୍କ ଦ୍ୱାରା ନବମ ଓ ଦଶମ ଶ୍ରେଣୀର ଛାତ୍ର ରାଗିଂର ଶିକାର ହୋଇଛନ୍ତି । ଛାତ୍ର ଆହତ ହୋଇଥିବା ଘଟଣାରେ ୨୦ ଦିନ ବିତିଥିଲେ ସୁଦ୍ଧା ସମସ୍ତେ ଚୁପ୍ ରହିଛନ୍ତି । ପୋଲିସ ମାମଲା ରୁଜୁ କରି ରହିଯାଇଥିବା ବେଳେ ମଙ୍ଗଳ କମିଟି ଓ ଜିଲା ଶିଶୁ ସୁରକ୍ଷା ବିଭାଗ ଓ କଂଗ୍ରେସ କମିଟି ସ୍କୁଲରେ ତଦନ୍ତ ଓ ଆଲୋଚନା କରି କଣ ପାଇଁ ଚୁପ୍ ହେଇ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ସମାଲୋଚନା ହେଉଛି।

ସୂଚନାଥାଉକି, ଦେବଗଡ ଜିଲା ସୁନାମୁଣ୍ଡା ସ୍ଥିତ ପିଏମ ଶ୍ରୀଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ବରିଷ୍ଠ ବିଭାଗର ଛାତ୍ର କନିଷ୍ଠ ବିଭାଗରେ ଥିବା ଛାତ୍ରଙ୍କୁ କ୍ରିକେଟ ବ୍ୟାଟ, ବେଲ୍ଟ ଏବଂ ଚପଲରେ ମାଡ ମାରିଛନ୍ତି । ଯୁକ୍ତ ଦୁଇ ଛାତ୍ରଙ୍କ ଦ୍ୱାରା ନବମ ଓ ଦଶମ ଶ୍ରେଣୀର ଛାତ୍ର ରାଗିଂର ଶିକାର ହୋଇଛନ୍ତି । ନିସ୍ତୁକ ମାଡ ମାରିବାରୁ ୬ ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ପିଲାର ଆଖିରେ ଆଘାତ ଲାଗିଥିବା ବେଳେ ଅନ୍ୟ ୫ ଜଣ ପିଲାଙ୍କର ଶରୀରର ବିଭିନ୍ନ ସ୍ଥାନରେ ମାଡ ମାରିଥିବା ଚିହ୍ନ ଦେଖିବାକୁ ମିଳିଛି । ଗତ ୧୪ ତାରିଖ ବିଳମ୍ବିତ ରାତିରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ଡାକି ରାଗିଂ କରିବା ସହିତ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ରାଗିଂର ଶିକାର ହୋଇଥିବା ଛାତ୍ରମାନେ ଭୟରେ କାହାକୁ କିଛି କହିନଥିଲେ । କିନ୍ତୁ ଜଣେ ପିଲାର ଆଖିରେ ଆଘାତ ଲାଗିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଘଟଣା ବିଷୟରେ ପଚାରି ଜାଣିବାକୁ ପାଇଥିଲେ । ଏନେଇ ଅଭିଭାବକମାନଙ୍କୁ ସୂଚନା ଦିଆଯାଇଥିଲା । ତେବେ ବିଳମ୍ବିତ ରାତିରେ ଘଟିଥିବା ଏଭଳି ଏକ ଘଟଣା ବିଷୟରେ ବିଦ୍ୟାଳୟର କର୍ତ୍ତୃପକ୍ଷ ହଠାତ କିଭଳି ଜାଣିପାରିଲେ ନାହିଁ ବୋଲି ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଅଭିଭାବକଙ୍କ ଅଭିଯୋଗ ଆଧାରରେ ରାଗିଂ ଏବଂ ମାଡ ମାରିଥିବା ୯ ଜଣ ଯୁକ୍ତ ଦୁଇ ପିଲାଙ୍କ ବିରୋଧରେ ପୋଲିସ ବି.ଏନ.ଏସ.ର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାଡ ମାରିଥିବା ୯ ଜଣ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ଉତମ ପ୍ରସାଦ, ପିଏମଶ୍ରୀ ଜେଏନଭି ସୂଚନା ଦେଇଥିଲେ । ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଉତମ ପ୍ରସାଦଙ୍କୁ ପଚାରିବାରୁ ସେ କହିଲେ ମିଡିଆଙ୍କୁ କହିବାକୁ ଆମକୁ ମନା କରାଯାଇଅଛି ଓ ସେଦିନ ଦାୟିତ୍ୱରେ ଥିବା କର୍ମଚାରୀକୁ ବିଦ୍ୟାଳୟକୁ ଆସିବାକୁ ମନା କରାଯାଇଅଛି । ଏପଟେ ଦେବଗଡ ଥାନା ଅଧିକାରୀ ସବ୍ୟସାଚୀଶତପଥୀଙ୍କୁ ପଚାରିବାରୁ  ତଦନ୍ତ ଚାଲିଥିବା କଥା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?